Posted inଜାତୀୟ

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ସିଦ୍ଧାର୍ଥଙ୍କ ଉପରେ ୭ ହଜାର କୋଟି ଟଙ୍କାର ଋଣ ବୋଝ ଥିବା କୁହାଯାଉଛି। ସେ ମାଙ୍ଗାଲୋର୍‌ ଯିବା ବାଟରେ ନେତ୍ରାବତୀ ନଦୀ ଉପରେ ଥିବା ଜେପିନା ମୋଙ୍ଗାରୁ ଜାତୀୟ ରାଜପଥ ଉପରେ କାର୍‌ରୁ ଓହ୍ଲାଇଥିଲେ। ସେ ମୋବାଇଲ୍‌ରେ କଥା ହୋଇ ପୋଲ ଉପରେ ଚାଲବୁଲ୍‌ କରୁଥିଲେ। ତେବେ ଅଧଘଣ୍ଟାରୁ ଅଧିକ ସମୟ ବିତିଗଲେ ମଧ୍ୟ ସଦ୍ଧାର୍ଥ ନ ଫେରିବାରୁ ଡ୍ରାଇଭରଙ୍କର ସନ୍ଦେହ ହୋଇଥିଲା। ସେ ସିଦ୍ଧାର୍ଥଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଖୋଜାଖୋଜି କରିବା ସହ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏସମ୍ପର୍କରେ ଏନେଇ ଦକ୍ଷିଣ କନ୍ନଡ଼ ପୋଲିସ ତଦନ୍ତ ଜାରି ରଖିଛି। ଖବର ପାଇ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା, କଂଗ୍ରେସ ନେତା ଡି.କେ.ଶିବକୁମାର ଏବଂ ବି.ଏଲ୍‌.ଶଙ୍କର ପ୍ରମୁଖ ଏସ୍‌.ଏମ୍‌. କୃଷ୍ଣାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି।


All Right Reserved By Dharitri.Com

ନିଜ ପଦରୁ ଇସ୍ତଫା ଦେଲେ ମଣିପୁରର ୧୨ କଂଗ୍ରେସ ବିଧାୟକ

ଇମ୍ଫାଲ,୩୦।୫: ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଛି। ମଣିପୁର ବିଧାନସଭାର ୧୨ ଜଣ ବିଧାୟକ ଗୁରୁବାର ମଣିପୁର ପ୍ରଦେଶ କଂଗ୍ରେସ...

ବାଚସ୍ପତି ନିର୍ବାଚନ ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ପୁଡୁଚେରୀ,୨।୬: ବାଚସ୍ପତି ନିର୍ବାଚନ ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ଜୁନ୍‌ ୩ରେ ପୁଡୁଚେରୀ ବିଧାନସଭାରେ ବାଚସ୍ପତି...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

ଅନ୍ୟ ଧର୍ମରେ ବିବାହ କରି ‘ମହାନ ପ୍ରେମିକ’ ହୁଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୯: ଛତିଶଗଡ଼ର ଏକ ଅନ୍ୟ ଧାର୍ମିକ ବିବାହ ମାମଲାର ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଯୁବକଙ୍କୁ ବିଶ୍ୱସ୍ତ ଜୀବନସାଥୀ ଓ ମହାନ...

କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ...

କରୋନା ଟେଷ୍ଟ୍‌ କିଟ୍‌ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି କିଟ୍‌ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ...

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବେ ପୁଣେର ଇଞ୍ଜିନିୟର

ପୁଣେ,୨୨।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି। ଏହାକୁ ନେଇ ଏବେ ଗଣିତ ଛିଡିପାରୁ...

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ...

Leave a comment

Your email address will not be published. Required fields are marked *