କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ସୋମବାର ମିଳିତ ଭାବେ ଏହି ଚଢ଼ାଉ ହୋଇଥିଲା। ଡାକ୍ତରଖାନାରେ ପିସିପିଏନ୍‌ଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଆଇନ ଉଲ୍ଲଂଘନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ପ୍ରସୂତିମାନଙ୍କର ଅଲଟ୍ରାସାଉଣ୍ଡ୍‌ ରେକର୍ଡପତ୍ର ଠିକଣା ଭାବେ ମିଳି ନ ଥିଲା। ପ୍ରସୂତିଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍‌’ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ତାହା ନ ଥିବା ଯାଞ୍ଚ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏଥିଯୋଗୁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଅଧିକାରୀମାନେ ସନ୍ଦେହ କରିଥିଲେ। ତେଣୁ ଆଇନ ଉଲ୍ଲଂଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରାଯାଇଛି। ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରିଥିଲା। ଏବେ ଆଉ ଦୁଇଟି ମେଶିନ ସିଲ୍‌ ହେବା ସହିତ ଆଇନ ଉଲ୍ଲଂଘନ ଅଭିଯୋଗରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ ପୁରନ୍ଦର ନନ୍ଦଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ବିନୋଦ ବିହାରୀ ରଥ ଓ ପିସିପିଏନ୍‌ଡିଟି ସେଲ୍‌ର ଆଇନ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ୍‌ ଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲରେ ଅଚାନକ ଚଢ଼ାଉ କରାଯାଇ ଔଷଧ ଯାଞ୍ଚ କରାଯାଇଥିଲା। ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାହାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ଏହା ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି।


All Right Reserved By Dharitri.Com

ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର...

ନାବାଳିକାଙ୍କୁ ତିନିଦିନ ଧରି ଗଣବଳାତ୍କାର

ଗୋପ,୯।୭(ଡି.ଏନ୍‌.ଏ.): ଗୋପ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନିଜଣ ଯୁବକ ଗୋଟିଏ ଘରେ ରଖି ଗଣବଳାତ୍କାର କରିଥିବା ଘଟଣା ଏବେ ପଦାକୁ ଆସିଛି। ପ୍ରାୟ ମାସେ...

ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ବ୍ୟବସ୍ଥା: ପ୍ରସ୍ତୁତିର ସମୀକ୍ଷା କଲେ ଡିଜିପି

କଟକ ଅଫିସ, ୨୯।୮: ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ସଫଳ ରୂପାୟନ ଲାଗି ଓଡ଼ିିଶା ପୋଲିସ...

୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍‌ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍‌କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ...

ସୁକିନ୍ଦା ବ୍ଲକ ରାସାଁଳୋ ପଞ୍ଚାୟତ: ଗାଁ ଦାଣ୍ଡରେ ଚାଲିଛି ପାଠପଢା

ସୁକିନ୍ଦା, ୭ା୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ରାସଁ।ଳୋ ପଞ୍ଚାୟତ ମଲାର ସାହିରେ ଖୋଲା ଆକାଶ ତଳେ ପାଠପଢା ହେବା ସାଙ୍ଗକୁ କୋମଳମତି ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା...

କଡା ସୁରକ୍ଷା ମଧ୍ୟରେ ଓଡ଼ିଶା ଛାଡିଲେ ଭାରତୀୟ ଦଳ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ...

ଶକ୍ତି ସଂରକ୍ଷଣ କରାଗଲେ ଉତ୍ତାପ ବୃଦ୍ଧି ହ୍ରାସ ପାଇବ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ମନୁଷ୍ୟର ଦୈନନ୍ଦିନ ଜୀବନଯାପନ ପାଇଁ ଶକ୍ତିର ଜରୁରୀ ଆବଶ୍ୟକତା ରହିଛି। ପେଟ୍ରୋଲ, ଡିଜେଲ, କୋଇଲା, ଜୈବ ଇନ୍ଧନରୁ ଶକ୍ତି ଉତ୍ପାଦନ ଯୋଗୁ ବହୁ ମାତ୍ରାରେ...

ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।...

Leave a comment

Your email address will not be published. Required fields are marked *