ଶୁକ୍ରବାର ସୁପ୍ରିମକୋର୍ଟରେ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ନିମ୍ନ ଅଦାଲତ ପକ୍ଷରୁ ତାଙ୍କର ଓ ତାଙ୍କ ପରିବାରର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମାଲ୍ୟା ଅଭିଯୋଗ କରି ଏହାକୁ ରୋକିବାକୁ ସେ ନିଜ ଆବେଦନରେ ନିବେଦନ କରିଛନ୍ତି। ପୂର୍ବରୁ ବମ୍ବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ।
ସହଯୋଗୀଙ୍କ ଠିକଣାରେ ଇଡି ଚଢ଼ାଉ
ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଘନିଷ୍ଠ ସହଯୋଗୀଙ୍କ ବେଙ୍ଗାଲୁରୁ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ଚଢ଼ାଉ କରିଛି। ସେଠାରୁ ପ୍ରାୟ ୨୨୦ କୋଟିରୁ ଅଧିକ ଟଙ୍କାର କାରବାର ସମ୍ପର୍କରେ ଜଣାପଡିଛି। ଏହି ଚଢ଼ାଉ ସମୟରେ ମାଲ୍ୟା ଓ ତାଙ୍କ ସହଯୋଗୀ ବି.ଶଶିକାନ୍ତଙ୍କ ମଧ୍ୟରେ ଭୂତ କମ୍ପାନୀ ପ୍ରତିଷ୍ଠା କରିବା ନେଇ ତିଆରି ହୋଇଥିବା କାଗଜପତ୍ରକୁ ଇଡି ଜବତ କରିଛି। ଏହାଛଡ଼ା ଦୁଇଜଣଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ଜବତ କରାଯାଇଛି।


All Right Reserved By Dharitri.Com

ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ...

ଟ୍ରେଡ ଡିଲ୍‌ ଲାଗି ଆମେରିକା-ଚାଇନାର ସହମତି

ନୂଆଦିଲ୍ଲୀ,୧୪-୧୨: ପ୍ରଥମ ପର୍ଯ୍ୟାୟ ଟ୍ରେଡ ଡିଲ ଲାଗି ଆମେରିକା ଏବଂ ଚାଇନା ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତି ସମ୍ପାଦିତ ହେଲେ ଗତ ୧୭ ମାସ...

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ...

ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି...

ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦%...

ଦେଶରେ ଆର୍ଥିକ ମାନ୍ଦାବସ୍ଥା: ଅଟୋ ଶିଳ୍ପ ଉପରେ ଝୁଲୁଛି ଛଟେଇ ଖଣ୍ଡା;ଅଶୋକ ଲେଲାଣ୍ଡ୍‌ ୧୮ ଦିନ ରହିବ ବନ୍ଦ

ନୂଆଦିଲ୍ଲୀ,୯।୯: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି। ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଅଟୋ ଶିଳ୍ପ ଉପରେ ପଡ଼ିଛି। ଇତିମଧ୍ୟରେ...

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି।...

ଜିଏସ୍‌ଟି ପୈଠ ନ କଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍‌ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ...

Leave a comment

Your email address will not be published. Required fields are marked *