ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ

ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍‌କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୫୫ବର୍ଷ ଟପିଯାଇଥିବା ଅଥବା ୨୦୨୦ ପ୍ରଥମ ତ୍ରୈମାସ ସୁଦ୍ଧା ରେଲଓ୍ବେରେ ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏବଂ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରି ତାଲିକା ଦେବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାର ୨୦୨୦ ସୁଦ୍ଧା ଏହାର କର୍ମଚାରୀ ସଂଖ୍ୟାକୁ ୧୩ ଲକ୍ଷରୁ ୧୦ ଲକ୍ଷକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ରେଲଓ୍ବେର ସମସ୍ତ ଜୋନାଲ ଅଫିସ୍‌କୁ ରେଲଓ୍ବେ ବୋର୍ଡର ଏ ସଂକ୍ରାନ୍ତରେ ପତ୍ର ପଠାଯାଇଛି। ଜୋନାଲ ଅଫିସ୍‌ ନିଜର ସମସ୍ତ କର୍ମଚାରୀଙ୍କ ଏକ ସର୍ଭିସ ରେକର୍ଡ ପ୍ରସ୍ତୁତ କରିବେ। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରଦର୍ଶନ ତଥ୍ୟ ଯୋଡାଯିବ। ନିଯୁକ୍ତି ଦୃଷ୍ଟିରୁ ଉକ୍ତ ସର୍ତ୍ତ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ସର୍ତ୍ତ ମାନଦଣ୍ଡ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ହେବ। ଏହାପରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପଠାଯିବ। ପ୍ରଥମ ତ୍ରୈମାସ ଅର୍ଥାତ୍‌ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟକୁ ଧରାଯାଇଛି। ଅଗଷ୍ଟ ୯ ସୁଦ୍ଧା ଏହି ତାଲିକା ପଠାଇବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏକ ନିଶ୍ଚିତ ସମୟାବଧିରେ ରେଲଓ୍ବେରେ କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥାଏ। ଠିକ୍‌ ଭାବେ କାମ କରୁ ନ ଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଥାଏ ଏବଂ ସମୟ ପୂର୍ବରୁ ଅବସର ନେବାକୁ ବାଧ୍ୟ କରାଯାଇଥାଏ। ଏନ୍‌ଡିଏ ସରକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅତ୍ୟନ୍ତ ଗମ୍ଭୀର ରହିଛନ୍ତି। ସୂଚନାଥାଉ କି, ନିକଟରେ ଲୋକ ସଭାରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ର ୧.୧୯ ଲକ୍ଷରୁ ଅଧିକ ଅଫିସରଙ୍କ ପ୍ରଦର୍ଶନର ସମୀକ୍ଷା କରାଯାଇଛି। ସମୟ ପୂର୍ବରୁ ଅବସର ଘୋଷଣା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରେଲଓ୍ବେ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ଫିଟ୍‌ନେସ୍‌, ତାଙ୍କର ଆଟେଣ୍ଡାନ୍ସ ଓ ଶୃଙ୍ଖଳା ସମ୍ପର୍କରେ ତଥ୍ୟ ମଗାଯାଇଛି। ଏହାଛଡ଼ା ରେଲଓ୍ବେର ସମ୍ପତ୍ତିକୁ ସେ କିଭଳି ଭାବେ ବ୍ୟବହାର କରନ୍ତି, ତାହା ମଧ୍ୟ ଜଣାଇବାକୁ ହେବ। ଏହାକୁ ଭିତ୍ତି କରି ସମ୍ପୃକ୍ତ କର୍ମଚାରୀଙ୍କ ମୂଲ୍ୟାଙ୍କନ କରାଯିବ।


All Right Reserved By Dharitri.Com

ରେନୋ ପକ୍ଷରୁ ନୂଆ କ୍ୱିଡ ବଜାରରେ

ଭୁବନେଶ୍ୱର,୧୭-୧୦(ବ୍ୟୁରୋ): ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେନୋ ଭୁବନେଶ୍ୱର ଶୋ’ରୁମରେ...

୨୦୨୦ରେ ୭.୫% ରହିବ ଜିଡିପି

ନୂଆଦିଲ୍ଲୀ,୭-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଜିଡ଼ିପି ଅଭିବୃଦ୍ଧି ହାର ଗତି ଉପରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଭରସା ରହିଛି। ଏହା ଜି-୨୦ ନୋଟ୍‌...

ଡେପୁଟି ଗଭର୍ନର ଭାବେ ବିଶ୍ୱନାଥନଙ୍କୁ ପୁନଃନିଯୁକ୍ତି

ମୁମ୍ବାଇ,୧-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ଏନ୍‌.ଏସ୍‌.ବିଶ୍ୱନାଥନଙ୍କୁ ଆହୁରି ଏକ ବର୍ଷ ପାଇଁ ପୁନଃନିଯୁକ୍ତ କରାଯାଇଛି। ଦ୍ୱିତୀୟଥର ପାଇଁ ସେ ଏହି ଦାୟିତ୍ୱରେ...

ଆର୍‌ଟିଜିଏସ୍‌,ଏନ୍‌ଇଏଫ୍‌ଟିରେ ଲାଗିବନି ଚାର୍ଜ:ଗ୍ରାହକଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୭-୬: ରିଜଭର୍ର୍ ବ୍ୟାଙ୍କ ଅନ୍‌ଲାଇନରେ ଟ୍ରାଞ୍ଜାକଶନ୍‌ କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରି ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଉପରେ ଲାଗୁଥିବା ଶୁଳ୍କ ବା ଚାର୍ଜକୁ ପ୍ରତ୍ୟାହାର କରିନେଇଛି।...

୧୧ ବର୍ଷରେ ୨.୦୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୧୩-୬: ଦେଶରେ ଗତ ୧୧ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨.୦୫ ଲକ୍ଷ କୋଟି ଟଙ୍କାର ୫୦ ହଜାରରୁ ଅଧିକ ଠକେଇ ଓ ଜାଲିଆତି ମାମଲା...

ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ପ୍ରମୁଖ କାରଣ: ବିବେକ ଦେବରୟ

ନୂଆଦିଲ୍ଲୀ,୧୨-୧୦: ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ଜିଡିପି ଅଭିବୃଦ୍ଧି କେତେ ପ୍ରତିଶତ ପ୍ରଭାବିତ ହୋଇଛି ତାହା ପରିସଂଖ୍ୟାନଗତ ଭାବେ କହିବା...

ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହ୍ରାସ: ରାଜ୍ୟ ଆଡ଼କୁ ଦାୟିତ୍ୱ ଠେଲି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାର ନିଜର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡକୁ ଠେଲି...

୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ...

Leave a comment

Your email address will not be published. Required fields are marked *