ଜାତୀୟ କିକ୍‌ ବକ୍ସିଂରେ ଚମକିଲେ ଢେଙ୍କାନାଳର କ୍ରୀଡ଼ାବିତ୍‌

ଢେଙ୍କାନାଳ ଅଫିସ, ୩୦ା୭ ହରିୟାଣାର ରୋହତକରେ ଆୟୋଜିତ ଜାତୀୟ ସିନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳର କ୍ରୀଡ଼ାବିତ୍‌। ଏଥିରେ ଭାଗ ନେଇଥିବା ଖ୍ୟାତନାମା ମହିଳା କିକ୍‌ବକ୍ସର କୀର୍ତ୍ତିରାଣୀ ସାହୁ ୩ଟି ସ୍ବର୍ଣ୍ଣପଦକ ହାସଲ କରି ଜିଲାର ଗୌରବ ବଢ଼ାଇଛନ୍ତି। ସେହିପରି ମିହିର କୁମାର ସାହୁ ୨ ଏବଂ ଦେବବ୍ରତ ରାଉଳ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସଫଳ ହୋଇଛନ୍ତି। ପ୍ରତିଯୋଗିତାରେ ମାନସରଞ୍ଜନ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ହାସଲ କରିପାରିନାହାନ୍ତି।
ପଦକଧାରୀ କ୍ରୀଡ଼ାବିତ୍‌ମାନେ ସୋମବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଭେଟିଥିଲେ। ଏହି ସଫଳତା ପାଇଁ କ୍ରୀଡ଼ା ଅଧିକାରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
କୀର୍ତ୍ତିରାଣୀ, ମିହିର, ଦେବବ୍ରତ ଏବଂ ମାନସରଞ୍ଜନ ଢେଙ୍କାନାଳ ଡାଇମଣ୍ଡ କିକ୍‌ ବକ୍ସିଂ ଆସୋସିଏଶନର ସଦସ୍ୟ ଅଛନ୍ତି। କୋଚ୍‌ କୃଷ୍ଣଚନ୍ଦ୍ର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତେ ପ୍ରଶିକ୍ଷଣ ନେଉଛନ୍ତି। ଆଗାମୀ ଦିନରେ ଜିଲାରେ କିକ୍‌ବକ୍ସିଂର ବ୍ୟାପକ ପ୍ରଚାର ପ୍ରସାର କରାଯିବ। ଏଥିଲାଗି କ୍ରୀଡ଼ାବିତ୍‌ମାନେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ୧୭ଜଣ ଖେଳାଳି ଏବଂ ୭ଜଣ ରେଫରି ଭାଗ ନେଇଥିଲେ। ଓଡ଼ିଶାର ପ୍ରତିଯୋଗୀମାନେ ୭ ସ୍ବର୍ଣ୍ଣ, ୭ ରୌପ୍ୟ ଏବଂ ୬ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।


All Right Reserved By Dharitri.Com

କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଭୁବନ, ୧୪।୯(ଡି.ଏନ.ଏ.)-କୋଇଲା ଚୋରା ଚାଲାଣ ବେଳେ ଭୁବନ ପୋଲିସ ଏକ ଟ୍ରକ୍‌କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକ୍‌ର ନମ୍ବର ନକଲି ବୋଲି ଜଣାପଡ଼ିଛି।...

କୁହୁଡ଼ି ପାଇଁ ବଦଳିଲା ଟ୍ରେନ୍‌ ସମୟ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଜାରି ରହିଛି। ଏଥିଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ସଂଯୋଗୀକାରୀ ଟ୍ରେନ୍‌ଗୁଡିକ ବିଳମ୍ବରେ ଚଳାଚଳ କରୁଥିବାରୁ ଗୁରୁବାର...

ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ

ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍‌ ନୁହେଁ। ଜିଲାର କ୍ରୀଡ଼ାବିତ୍‌ମାନେ ନିଜର...

ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ...

ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦ (ଦିନେଶ ଦାସ) ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା...

ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୫ା୧୧: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର...

୨୧ଜଣଙ୍କୁ ଆଦର୍ଶ ସମ୍ମାନ ୨୦୧୯

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀ ଅହିଂସାର ମୂଳମନ୍ତ୍ର ଥିଲେ। ତାଙ୍କର ତ୍ୟାଗ ଆଜି ଦେଶକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ...

ନିଶାସକ୍ତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲା ଶିକ୍ଷାଧିକାରୀ

ଧରାକୋଟ,୨୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖଜୁରିପଦା ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାରୁ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ସୀମାଞ୍ଚଳ...

Leave a comment

Your email address will not be published. Required fields are marked *