Posted inଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)-
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ଆଦି ୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ୨ ବର୍ଷରେ ୨୭ଟି ସିରିଜରେ ମୋଟ ୭୧ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଶେଷରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲ ଅନୁଷ୍ଠିତ ହେବ।
”ଆମେ ଅତ୍ୟନ୍ତ ଆଗ୍ରହର ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌କୁ ଅପେକ୍ଷା କରିଥିଲୁ। ଏହା କ୍ରିକେଟର ବଡ଼ ଫର୍ମାଟ ବିଶିଷ୍ଟ ଗେମ୍‌କୁ ଅଧିକ ସଂଘର୍ଷପୂର୍ଣ୍ଣ କରିବ। ଟେଷ୍ଟ କ୍ରିକେଟ ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଥିରେ ଭଲ ପ୍ରଦର୍ଶନ କଲେ ଆତ୍ମସନ୍ତୋଷ ମିଳିଥାଏ। କ୍ରିକେଟର ଏହି ଫର୍ମାଟରେ ଭାରତ ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ଆସିଛି। ତେଣୁ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ନିଶ୍ଚିତ ସୁଯୋଗ ରହିବ“ ବୋଲି କୋହଲି କହିଛନ୍ତି। ଏଥିରେ ପ୍ରତି ଦଳ ଘରୋଇ ପରିବେଶରେ ଏବଂ ବାହାରେ ୩ଟି ଲେଖାଏ ସିରିଜ ଖେଳିବେ। ପ୍ରତି ଗେମ୍‌ରେ ପ୍ରଦର୍ଶନ ଭିତ୍ତିରେ ଦଳଗୁଡ଼ିକୁ ପଏଣ୍ଟ ମିଳିବ। ପ୍ରତି ସିରିଜ ପାଇଁ ୧୨୦ ପଏଣ୍ଟ ଲେଖାଏ ରହିବ। ସିରିଜରେ ମ୍ୟାଚ ସଂଖ୍ୟାକୁ ଦୃଷ୍ଟିରେ ରଖାଯାଇ ପଏଣ୍ଟ ଭାଗ ହେବ। ଉଦାହରଣ ସ୍ବରୂପ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରତି ମ୍ୟାଚ ପାଇଁ ୬୦ ପଏଣ୍ଟ ରହିବ। ୩ ମ୍ୟାଚ କ୍ଷେତ୍ରରେ ଏହା ୪୦ ପଏଣ୍ଟ ବିଶିଷ୍ଟ ହେବ। ମ୍ୟାଚ ଟାଇ ରହିଲେ ପଏଣ୍ଟର ୫୦ ପ୍ରତିଶତ ଉପଲବ୍ଧ ହେବ। ଅର୍ଥାତ୍‌ ଏହି ମ୍ୟାଚ ପାଇଁ ୪୦ ପଏଣ୍ଟ ଥିଲେ ଅଧା ଅର୍ଥାତ୍‌ ୨୦ ପଏଣ୍ଟ ଉଭୟ ଦଳ ମଧ୍ୟରେ ବଣ୍ଟା ହେବ। ଡ୍ର ରହିବା କ୍ଷେତ୍ରରେ ଦଳ ଗୁଡ଼ିକୁ ପ୍ରଦର୍ଶନ ଭିତ୍ତିରେ ୩:୧ ଅନୁପାତରେ ପଏଣ୍ଟ ମିଳିବ।
କ୍ରିକେଟରେ ଟେଷ୍ଟ ଫର୍ମାଟ ହେଉଛି ସର୍ବଶ୍ରେଷ୍ଠ। କ୍ରିକେଟରେ ଏହା ଅତ୍ୟନ୍ତ ଜରୁରୀ ଏବଂ ଅଧିକାଂଶ କ୍ରିକେଟର ଏଥିରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଚେଷ୍ଟା କରିଥାନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏହି କ୍ରୀଡ଼ା ପାଇଁ ଏକ ଚମତ୍କାର ପଦକ୍ଷେପ। ଏହାଦ୍ୱାରା ମ୍ୟାଚ ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ ଏବଂ ପ୍ରତି ଟେଷ୍ଟ ସିରିଜର ଗୁରୁତ୍ୱ ବଢ଼ିବ। ଏବେ ଟେଷ୍ଟ ମ୍ୟାଚକୁ ଅଧିକରୁ ଅଧିକ ଦର୍ଶକ ଦେଖିବାକୁ ପସନ୍ଦ କରିବେ“ ବୋଲି ଇଂଲଣ୍ଡର ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ କହିଛନ୍ତି। ପୂର୍ବଭଳି ସିରିଜ ଗୁଡ଼ିକ ଆଇସିସି ସଦସ୍ୟଭୁକ୍ତ ବୋର୍ଡ ଆୟୋଜନ କରିବେ ଏବଂ ଏହା ଦ୍ୱିପାକ୍ଷିକ ସିରିଜ ସଦୃଶ ହେବ। ମାତ୍ର ଏଥିରେ ପ୍ରତିଦ୍ୱନ୍ଦ୍ୱିତା ଅଧିକ ହେବ ଏବଂ ଶେଷରେ ଗୋଟିଏ ଦଳ ହିଁ ଚାମ୍ପିୟନ ହେବ।
”ପ୍ରତି ଗେମ୍‌ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଗତ ଆଇସିସି ବିଶ୍ୱକପରେ ପ୍ରମାଣିତ ହୋଇଥିଲା। ଶେଷରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଆଗକୁ ବଢ଼ିବାରେ ସକ୍ଷମ ହୋଇଥିଲେ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସେପରି ପ୍ରାସଙ୍ଗିକତା ରହିବ। ଆଗାମୀ ୨ ବର୍ଷ ପାଇଁ ଏହା ଦ୍ୱିପାକ୍ଷିକ ସିରିଜକୁ ଅଧିକ ରୋମାଞ୍ଚକ କରିବ। ଏକଦିବସୀୟ ଓ ଟି୨୦ ଫର୍ମାଟରେ ପୁରୁଷ ଓ ମହିଳା ବିଶ୍ୱକପର ଗୁରୁତ୍ୱପରି ୫ ଦିନିଆ କ୍ରିକେଟକୁ ଏହା ଶ୍ରେଷ୍ଠ ଇଭେଣ୍ଟରେ ପରିଣତ କରିବ“ ବୋଲି ଆଇସିସି ଜେନେରାଲ ମ୍ୟାନେଜର(କ୍ରିକେଟ ଅପରେଶନ) ଜେଫ୍‌ ଆଲାର୍ଡିସ ପ୍ରକାଶ କରିଛନ୍ତି। ପ୍ରତି ସିରିଜର ମ୍ୟାଚ ସଂଖ୍ୟା ଅତିକମ୍‌ରେ ୨ ଏବଂ ଅତି ବେଶିରେ ୫ ରହିବ। ପ୍ରଥମ ପର୍ଯ୍ୟାୟରେ ଡବଲ୍ୟୁଟିସି ମ୍ୟାଚ ଗୁଡ଼ିକ ୫ ଦିନ ବିଶିଷ୍ଟ ରହିବ। ପ୍ରତିପକ୍ଷ ଦଳ ସହ ବୁଝାମଣା ଭିତ୍ତିରେ ଏଥିରେ ଦିବାରାତ୍ର ମ୍ୟାଚ ସାମିଲ କରାଯାଇପାରେ।
”ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏକ ବଢ଼ିଆ ପଦକ୍ଷେପ। ଆମେ ଟେଷ୍ଟ କ୍ରିକେଟ ଖେଳିବାକୁ ଭଲ ପାଉ। ଏହା ଅଷ୍ଟ୍ରେଲିଆରେ ଲୋକପ୍ରିୟ ରହି ଆସିଛି । ଆମେ ଭାଗ୍ୟବାନ ଯେ, ଘରୋଇ ପରିବେଶରେ ଆମେ ଖେଳାଳି, ମିଡିଆ ଓ ଦର୍ଶକଙ୍କଠାରୁ ଭରପୂର ସମର୍ଥନ ପାଇ ଆସୁଛୁ। ବ୍ୟାଗୀ ଗ୍ରୀନ ଜର୍ସି ପିନ୍ଧିବାପାଇଁ ଅଷ୍ଟ୍ରେଲିଆ କ୍ରିକେଟରମାନେ ଭାଗ୍ୟବାନ ମଣିଥାନ୍ତି। ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦ୍ୱାରା ଅନ୍ୟ ସବୁ ଦଳ ଟେଷ୍ଟକୁ ଅଗ୍ରାଧିକାର ଦେବେ ତେବେ ତାହା ଏହି ଗେମ୍‌ ପାଇଁ ବହୁତ ବଡ଼ ଖବର ହେବ“ ବୋଲି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍‌ ପେନ୍‌ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ...

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ...

ସୋସିଆଲ ମିଡିଆର ‘କିଙ୍ଗ୍‌’ ହେଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କ୍ରିକେଟର ଭଗବାନ୍‌ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ...

ପନ୍ତଙ୍କ ସ୍ଥାନରେ ଖେଳିବେ ରିଦ୍ଧିମାନ

ବିଶାଖାପାଟନମ, ୧।୧୦ (ପି.ଟି.)- ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ...

ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆ ନିର୍ଦ୍ଦେଶକ

ମେଲବୋର୍ନ, ୭।୧୧- ପୂର୍ବତନ ମହିଳା କ୍ରିକେଟର ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର ତାଙ୍କୁ ଏହି ହାଇପ୍ରୋଫାଇଲ ପଦ ପାଇଁ...

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ...

ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍‌ ଚାମ୍ପିୟନ

ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା...

ବିରାଟ କୋହଲିଙ୍କ ଶରୀରରେ ଏହିସବୁ ନାଁରେ ରହିଛି ଟାଟୁ

ଆଜିକାଲି ଶରୀରରେ ଟାଟୁ କରିବା ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ସେ ଶରୀରରେ...

Leave a comment

Your email address will not be published. Required fields are marked *