ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ରୁଦ୍ର ସୋମବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ରୁଦ୍ରଙ୍କ ଶଳାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସେ ରାତି ପ୍ରାୟ ସାଢ଼େ ୧୨ଟାରେ ସ୍ତ୍ରୀଙ୍କ ସହ ବାଇକରେ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ପ୍ରାୟ ଦେଢ଼ ଘଣ୍ଟା ପରେ ଘରକୁ ଫେରି ଦେଖନ୍ତି ଘରର ତାଲା ଭଙ୍ଗା ଯାଇଛି। ଆଲମାରିରେ ଥିବା ନଗଦ ୫ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍‌ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।...

ସମ୍ବଲପୁରରେ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର,୧୦ା୯(ବ୍ୟୁରୋ): ସମ୍ବଲପୁର ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ(୨୫) ମଙ୍ଗଳବାର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ...

୨ ରାଜପଥ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ୧୬ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ କେତେକ ଅସାମାଜିକ ଯୁବକ ବୁଧବାର ରାତି ୧୦ଟା ବେଳେ ବିଭିନ୍ନ...

ଡ୍ରେନ୍‌ ଭିତରେ ପାନୀୟ ଜଳ ପାଇପ୍‌

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)-ଆନନ୍ଦପୁର ପୌରପରିଷଦର ଖପରାଖାଇଠାରୁ ଘସିପୁରା ଗ୍ୟାରେଜ ଛକ ଭିଆଇପି ରୋଡ ପାଇଁ ବିବାଦ ପିଛା ଛାଡୁନି। ନିକଟରେ ସାମାନ୍ୟ ବର୍ଷାରେ ଭିଆଇପି ରୋଡ ଫାଟିବା...

ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର...

ପୂରଣ ହେଉନି ଉଦ୍ଦେଶ୍ୟ: ରାସ୍ତାକଡ଼ରେ ଗଡୁଛି ଚେକ୍‌ପୋଷ୍ଟ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଥାନା, ଫାଣ୍ଡିକୁ ମିଳିଥିବା ପୋଲିସ ଚେକ୍‌ପୋଷ୍ଟ ବ୍ୟବହାରରେ ଆସୁନାହିଁ। ଚେକ୍‌ପୋଷ୍ଟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ...

ଲଟେରି ଉଠିଥିବା କହି ଠକିନେଲେ ୨୯ ହଜାର

ଭଦ୍ରକ ଅଫିସ, ୧୮।୧୦ – ଫୋନ କଲ୍‌ ମାଧ୍ୟମରେ ଲଟେରି ଉଠିଥିବା କହି ଠକି ନେଲେ ୨୯ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ...

ପୂର୍ବତନ ପ୍ରଶାସକଙ୍କ ଦେହାନ୍ତ

ଧାମନଗର,୩୦ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ବଙ୍କିମ ଚନ୍ଦ୍ର ରାଉତଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଗୁରୁବାର...

Leave a comment

Your email address will not be published. Required fields are marked *