Posted inଖେଳ

ବାଧାଦୌଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ମହମ୍ମଦ

ଡେସ ମୋଇନେସ(ଆମେରିକା),୨୯।୭(ଏଏଫ୍‌ପି)- ଅଲିମ୍ପିକ୍‌ ଚାମ୍ପିୟନ ଦାଲିଲା ମହମ୍ମଦ ଦୀର୍ଘଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି। ୟୁଏସ୍‌ ଚାମ୍ପିୟନଶିପ ୪୦୦ ମିଟର ମହିଳା ବାଧାଦୌଡ଼ ଇଭେଣ୍ଟରେ ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଡ୍ରାକ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଇଭେଣ୍ଟରେ ୨୯ ବର୍ଷୀୟ ଆଥ୍‌ଲେଟ୍‌ ୫୨.୨୦ ସେକେଣ୍ଡ ଟାଇମିଂ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ରୁଷିଆର ୟୁଲିଆ ପେଚନକିନାଙ୍କ ନାମରେ ଥିଲା। ସେ ୨୦୦୩ରେ ୫୨.୩୪ ସେକେଣ୍ଡ ଟାଇମିଂ ହାସଲ କରିଥିଲେ। ରେକର୍ଡ ହାତେଇବା ପରେ ମହମ୍ମଦ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ। ମୋ କୋଚ୍‌ ରେକର୍ଡ ସମ୍ପର୍କରେ ବହୁବାର କହିଥିଲେ। ମୋର ନିଜ ଉପରେ ବିଶ୍ୱାସ ଥିଲା। ଏବେ ମୁଁ ନିଜକୁ ପ୍ରମାଣ କରିସାରିଛି। ସେ ପ୍ରଥମ ଆମେରିକୀୟ ମହିଳା ଭାବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ।


All Right Reserved By Dharitri.Com

Posted inଖେଳ View All

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ...

ଧୋନୀଙ୍କ ପାଇଁ ପାଗଳ ସମର୍ଥକ: ଗାଡି ନମ୍ବର ପ୍ଲେଟରେ ଲେଖିରେ ନାଁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛନ୍ତି। ଯଦିଓ ଧୋନୀ ଏବେ...

ଶରଣାର୍ଥତ୍ ଭାବେ ଅଲିମ୍ପିକ୍ସରେ ଖେଳିପାରିବେ ଇରାନିଆନ ମୋଲାଇ

ଟୋକିଓ,୨।୯(ଏଏଫ୍‌ପି): ନିକଟରେ ବିଶ୍ୱ ଚାମ୍ପିୟନଶିପ ପ୍ରିତଯୋଗିତାରେ ଏକ ଫାଇଟ୍‌ ଜାଣିଶୁଣି ହାରିବା ପାଇଁ ନିର୍ଦ୍ଦେଶ ପାଇଥିବା ନେଇ ଦାବି କରୁଥିବା ଇରାନିଆନ ଜୁଡୋ ଷ୍ଟାର ସାଇଦ...

ପୂର୍ବତନ ଆର୍ଜେଣ୍ଟିନା ବକ୍ସିଂ ଚାମ୍ପିୟନଙ୍କୁ ଜେଲ୍‌ ଦଣ୍ଡ

ବୁଏନ୍‌ସ ଏରିଜ,୧।୮(ଏଏଫ୍‌ପି)- ବାରମ୍ବାର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ ପୂର୍ବତନ ଓ୍ବେଲଟରଓ୍ବେଟ ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନ କାର୍ଲୋସ ବାଲ୍ଡମିରଙ୍କୁ କୋର୍ଟ ୧୮ ବର୍ଷର ଜେଲ ଦଣ୍ଡାଦେଶ...

ମାଲେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନା, ପ୍ରଣୟ ୨ୟ ରାଉଣ୍ଡରେ

କୁଆଲାଲୁମ୍ପୁର, ୮।୧(ପି.ଟି.): ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ, ସାଇନା ନେହ୍ବାଲ ଓ ଏଚ୍‌.ଏସ୍‌. ପ୍ରଣୟ ବିଜୟରୁ ୨୦୨୦ ବର୍ଷ ଆରମ୍ଭ କରିଛନ୍ତି। ବୁଧବାର ଏଠାରେ...

ବିଜେନ୍ଦରଙ୍କ କ୍ରମାଗତ ୧୧ତମ ବିଜୟ

ନୂଆଦିଲ୍ଲୀ,୧୪।୭- ଭାରତୀୟ ପେସାଦାର ବକ୍ସର ବିଜେନ୍ଦର ସିଂଙ୍କ ଅପରାଜେୟ ଧାରା ଜାରି ରହିଛି। ସେ ୟୁଏସ୍‌ ପ୍ରଫେଶନାଲ ସର୍କିଟରେ ଆମେରିକାନ ବକ୍ସର ମାଇକ ସ୍ନିଡରଙ୍କୁ ନକ୍‌ଆଉଟ୍‌...

ଏକରମ୍ୟାନଙ୍କ ନାମରେ ଟି୨୦ ବିଶ୍ୱ ରେକର୍ଡ

ଲଣ୍ଡନ, ୮।୮ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍‌ ଏକରମ୍ୟାନ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ...

କ୍ୟାଚ୍‌ ନେବାରେ ଷ୍ଟୋକ୍ସଙ୍କ ରେକର୍ଡ

କେପ୍‌ ଟାଉନ,୫।୧୨(ଏଏଫ୍‌ପି)- କ୍ୟାଚ୍‌ ନେବାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ନିଜ ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଚାଲିଥିବା ଦକ୍ଷିଣ...

Leave a comment

Your email address will not be published. Required fields are marked *