ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମୁକ୍ତି ମିଳିଥାଏ । ଏନେଇ ଆମେରିକା ଓହିଓ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ। ଏହା ଶ୍ୱାସନଳୀର କାର୍ଯ୍ୟକୁ ସ୍ବାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫଳରେ ବିଭିନ୍ନ ବାୟୁ ପ୍ରଦୂଷଣରେ ଏହା ଶରୀର ଲାଗି ସୃଷ୍ଟି କରିଥାଏ ସୁରକ୍ଷା ବଳୟ। ମହିଳାଙ୍କଠାରେ ଦେଖାଦେଉଥିବା ବିଭିନ୍ନ ଋତୁସ୍ରାବ ସମସ୍ୟା ନିୟମିତ ଗୁଡ଼ପାଣି ପିଇଲେ ଦୂର ହୋଇଥାଏ। ଏହା ରକ୍ତହୀନତା ରୋଗରୁ ମୁକ୍ତି ଦିଏ ତଥା ପେଟକୁ ଥଣ୍ଡା ରଖିବାରେ ହୋଇଥାଏ ସହାୟକ। ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାରୁ ଏହା ମୁକ୍ତି ଦେବା ସହିତ ମେଦବହୁଳତା କମାଇବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।


All Right Reserved By Dharitri.Com

ପିଲାଙ୍କୁ କରନ୍ତୁ ସଂସ୍କାରୀ

ଛୋଟ ପିଲା ମାଟି ପିଣ୍ଡୁଳା। ଏହି ସମୟରୁ ସେମାନଙ୍କୁ ଆଚାର ବ୍ୟବହାର ଶିଖାଇଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଆଦର୍ଶ ପିଲା ଭାବରେ ଗଢ଼ିପାରିବେ। ତେବେ...

୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର

ଇସଲାମାବାଦ୍‌,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ...

ମେଦବହୁଳତା ଓ ବ୍ୟାକ୍ଟେରିଆ

ମେଦବହୁଳତା ଏପରି ଏକ ସମସ୍ୟା ଯାହା ପାଇଁ ପୂର୍ବରୁ ସତର୍କ ନ ହେଲେ ତାହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଅଧିକ ତୈଳଯୁକ୍ତ ଖାଦ୍ୟ,...

ଜାପାନରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଓସାକା, ୨୮।୬: ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଭାରତୀଙ୍କୁ ସମ୍ବୋଧିତ କରି...

୯ ଭାରତୀୟଙ୍କୁ ମୁକ୍ତକଲା ଇରାନ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ହର୍ମୁଜ୍‌ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ...

ସମୁଦ୍ର ଭିତରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ କରିବ ବାହାରିନ

ମନାମା,୧୪।୬: ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ପାଇଁ ବାହାରିନ ସରକାର ଏବେ ଏକ ନୂଆ ଉପାୟ ଆପଣେଇବାକୁ ଯାଉଛନ୍ତି। ଏଠାକାର ସରକାର ଆସନ୍ତା ଅଗଷ୍ଟରେ...

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

Leave a comment

Your email address will not be published. Required fields are marked *