Posted inଜାତୀୟ

ଡିଜିଟାଲ ଦୁନିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କୁ ଏହି ପରିବାର ଦେଇଥାଏ ଉପଦେଶ

ଆଇଜ୍ୱାଲ,୧୫।୫: ଡିଜିଟାଲ ଜ୍ଞାନକୌଶଳ ବଢ଼ିବା ସହିତ ଅଧିକାଂଶ ଲୋକ ମୋବାଇଲ୍‌ ଅବା କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଦିନର ୨୪ ମଧ୍ୟରୁ ୧୫ ଘଣ୍ଟାରୁ ଅଧିକ ସମୟ ଏଥିରେ ବିତି ଯାଉଛି। ଏହାଯୋଗୁ କେତେକ ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ତେବେ ମିଜୋରାମ ବକ୍ତଓ୍ବାଙ୍ଗ୍‌ ଗାଁରେ ଥିବା ଜିଓନାଙ୍କ ପରିବାର ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କୁ ଦେଇଥାଏ ଉପଦେଶ। ଜିଓନାଙ୍କ ପରିବାର ପୃଥିବୀର ସବୁଠାରୁ ବଡ଼ ପରିବାର ଭାବେ ଗିନିଜ୍‌ ରେକର୍ଡ କରିଛି। ପରିବାର ସଦସ୍ୟଙ୍କ ସଂଖ୍ୟା ୧୮୦। ସେମାନଙ୍କ ମଧ୍ୟରେ ଜିଓନାଙ୍କ ୩୯ ସ୍ତ୍ରୀ, ୯୪ ବୟସ୍କ, ୧୪ ବୋହୂ,୩୩ ନାତି ନାତୁଣୀ ରହିଛନ୍ତି। ତାଙ୍କ ୪ ମହଳା ଘରେ ଶହେଟି ବାସ ଘର ରହିଛି। ୭୨ ବର୍ଷ ବୟସ୍କ ଜିଓନା ପ୍ରଥମ ବିବାହ ୧୭ ବର୍ଷରେ କରିଥିଲେ। ଏହା ପରେ ଗୋଟିଏ ବର୍ଷରେ ସେ ୧୦ ଜଣଙ୍କୁ ବିବାହ କରିଥିଲେ। ଗୋଟିଏ ଦିନରେ ତାଙ୍କ ଘରେ ୩୦ କୁକୁଡା, ୧୨ଟି ଅଣ୍ଡା, ୬୦ କିଲୋଗ୍ରାମ୍‌ ଆଳୁ,ଶହେ କିଲୋଗ୍ରାମ୍‌ ଚାଉଳ ରନ୍ଧାଯାଇଥାଏ। ପ୍ରତିଦିନ ଘରେ ୨୦ କିଲୋଗ୍ରାମ୍‌ ଫଳ ବ୍ୟବହାର ହୋଇଥାଏ। ୨୦୧୧ ଜନ ଗଣନା ଅନୁସାରେ ଦେଶରେ ମିଳିତ ପରିବାର ସଂଖ୍ୟା କମିବାରେ ଲାଗିଛି। ଧିରେଧିରେ ସମାଜରେ ନିସଙ୍ଗ ପରିବାର ସଂଖ୍ୟା ବଢୁଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଛି ବୋଲି ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

ମୁଲାୟମ୍‌ଙ୍କ ମର୍ସିଡିଜ୍‌ ଗାଡ଼ି ଯୋଗୀ ସରକାର ନେବେ ଫେରାଇ

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବଙ୍କ ସରକାରୀ ଏସ୍‌ୟୁଭି ମର୍ସିଡିଜ୍‌ ଗାଡ଼ିକୁ ଏବେ ଫେରାଇ ନିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ...

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ତିନି ଦଳର ବୈଠକ ଡକାଇଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୭।୫:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନରେ ସମସ୍ତ ସହଯୋଗୀ...

ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ...

ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୋଦି ଦେଲେ ୩୦ ଲକ୍ଷ

ନୂଆଦିଲ୍ଲୀ,୨୩।୬: ଜଣେ ୧୬ ବର୍ଷ ବୟସ୍କ ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ରିଲିଫ୍‌...

ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ

ମୁମ୍ବାଇ, ୫ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ...

Leave a comment

Your email address will not be published. Required fields are marked *