Posted inଜାତୀୟ

ପିଲା ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ଲୋକେ

କୋଲକାତା,୨୯।୭: ଦେଶରେ ଦିନକୁ ଦିନ ଭିଡ଼ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କ ଭିତରେ ସଚେତନତା ଅଭାବରୁ ଏଭଳି ଘଟଣା ଘଟିବାରେ ଲାଗିଛି। ଏହି କ୍ରମରେ ପଶ୍ଚିମ ବଙ୍ଗର ଅଲୀପୁରଦ୍ୱାର ଜିଲାରେ ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୧୭ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖି ପିଲା ଚୋର ସନ୍ଦେହରେ ଶହ ଶହ ଲୋକ ତାଙ୍କୁ ଘେରି ମାଡ଼ପିଟ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିରପାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିଙ୍କର ଏବେ ପର୍ଯ୍ୟନ୍ତ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ଏଏନ୍‌-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର

ଶିଲଂ,୨୦।୬: ଜୁନ୍‌ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର...

ଡିସେମ୍ବର ୧୩ : ସଂସଦ ଭବନ ଆକ୍ରମଣକୁ ପୂରିଲା ୧୮ ବର୍ଷ; ପାକିସ୍ତାନରେ ମାଷ୍ଟରମାଇଣ୍ଡ ଆଝାର

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶୁକ୍ରବାର ୧୮ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫...

ଜମ୍ମୁ-କଶ୍ମୀରରୁ ୨ ଜୈଶ କର୍ମୀ ଗିରଫ

ଜମ୍ମୁ,୨୧।୯: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ପୋଲିସ ରେଡ୍‌ କରୁଥିବା ସମୟରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୨ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି।...

ତାମିଲନାଡୁ ଜଳ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ଡିଏମ୍‌କେର ପ୍ରଦର୍ଶନ

ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ...

କୁପୋଷଣ ଦୂର କରିବାକୁ ବିଦ୍ୟାଳୟରେ ପରିବା ଚାଷ କରୁଛନ୍ତି ଛାତ୍ର

ବିଳାସପୁର,୩।୯: ଛତିଶଗଡ଼ର ବିଳାସପୁର ଜିଲା ମସ୍ତୁରି ବ୍ଲକରେ ରହିଛି ଶାସକୀୟ ବାଳକ ପୂର୍ବ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ଶିକ୍ଷକତା କରୁଥିବା ବାବୁଲାଲ କର୍ଷ ପ୍ରାୟ ୩...

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ...

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନକୁ ନେଇ ଭାଜପା ଖୁବ୍‌ ଆଶାବାଦୀ ଥିବା ବେଳେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ମସୟରେ ଏକ ଚମକାଇବା...

୨ ଭାଜପା ଏମ୍‌ପି ଗିରଫ

କୋଲକାତା,୧୯।୧୨: ପଶ୍ଚିମବଙ୍ଗର ମାଲ୍‌ଦାସ୍ଥିତ ଭଲୁକା ରୋଡ୍‌ ଷ୍ଟେଶନରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା। ଉକ୍ତ ରେଳ ଷ୍ଟେଶନକୁ ପରିଦର୍ଶନରେ ଯାଉଥିବାବେଳେ...

Leave a comment

Your email address will not be published. Required fields are marked *