ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌ ବା ଇନ୍‌ଡୋର ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରୋତ୍ସାହନ ଦେବା ସକାଶେ ଭୋଜପୁର ସୁପର ସିନିୟର ଗ୍ରୁପ୍‌ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ବିିଭାଗରେ କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଷେକ ବେହେରା ବିଜେତା ହୋଇଥିବା ବେଳେ ଗୁଦୁରାପଡ଼ା ଆବାସିକ ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରବୀଣ ସୋରେନ ଉପବିଜେତା ହୋଇଥିଲେ। ସେହିପରି କନିଷ୍ଠ ବର୍ଗରେ ସେଣ୍ଟ ଥୋମାସ ଇଂରାଜି ବିଦ୍ୟାଳୟର ଚିରାଗ ପଟେଲ ବିଜେତା ଓ ବିଭୂତ ପାଣି ଉପବିଜେତା ହୋଇଛନ୍ତି। ଏହି ଉପଲକ୍ଷେ ସଭାପତି ତଥା ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡା. ହୃଦାନନ୍ଦ ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଉତ୍ସବରେ ପ୍ରତିଭା ବିକାଶ ଅଭିଯାନର ସୁଗତ ପଟେଲ, ରମାକାନ୍ତ ମହାକୁଳ, ଖବରଦାତା ପ୍ରଭାତ ବେହେରା ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉଗ୍ରସେନ ରଞ୍ଜିତ, କୈଳାସ ଗୌଡ଼, କ୍ଷୀରୋଦ କିଷାନ, ନରେନ୍ଦ୍ର କିଷାନ, ପ୍ରଣବ ବେହେରା, ପ୍ରବୀଣ ବେହେରା ପ୍ରମୁଖ ଯୋଗଦେଇଥିଲେ।


All Right Reserved By Dharitri.Com

ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର...

ରାଜ୍ୟରେ ୧୮୯ ଫେରାର ଶିକ୍ଷକ, କର୍ମଚାରୀ

ଯାଜପୁର ଅଫିସ,୨୪।୯: ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ...

ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ...

ଓଜେଇଇ ଟପ୍ପର ହେଲେ ଜଳଖିଆ ଦୋକାନୀଙ୍କ ପୁଅ ଭବାନୀଶଙ୍କର

କେନ୍ଦୁଝର/ ଢେଙ୍କିକେୋଟ, ୧୯ା୬(ଡି.ଏନ୍‌.ଏ.): ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ବିଟେକରେ କେନ୍ଦୁଝର ଜିଲାର ଘଟଗଁା ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର...

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଗୁରୁବାର ଏସ୍‌ଟି କେସ୍‌ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍‌ ୬୯/୧୩.୪.୨୦୧୫ର ବିଚାର...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ...

ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌ ୨ ଗାଁବାସୀ

ମନମୁଣ୍ଡା, ୧୨।୬ (ଡି.ଏନ୍‌.ଏ): ବୌଦ୍ଧ ଜିଲା ମନମୁଣ୍ଡା ପଁଚେତ୍‌ର ମହୁଲବାହାଲି ଆର କଲତାପାଲି ଗଁାରେ ପାଏନ୍‌ ସଁକଟ ଦେଖାଦେଇଛେ। ଇ ଗଁାର ଲୋକ୍‌ ବରଷା ପାଏନ୍‌...

Leave a comment

Your email address will not be published. Required fields are marked *