କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ତେବେ ଏହାଠାରୁ ଦୂରେଇ ରହିବାର ଏକ ସରଳ ଉପାୟ ନିକଟରେ କାଲିଫର୍ନିଆ ୟୁନିଭର୍ସିଟିର କ୍ୟାନସର ବିଶେଷଜ୍ଞମାନେ ଖୋଜି ପାଇଛନ୍ତି। ସଦ୍ୟ ସମାପିତ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ସେ ନିଜକୁ କ୍ୟାନସରଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ପରୀକ୍ଷାମୂଳକ ଭାବରେ ଏପରି ଉକ୍ତି ପଛରେ ସତ୍ୟତା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଗବେଷଣା ସମୟରେ ଏହାର ପରିସରଭୁକ୍ତ କିଛି ବ୍ୟକ୍ତିଙ୍କଠାରେ (ଯେଉଁମାନେ ପ୍ରାୟ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ) କ୍ୟାନ୍‌ସର ଲକ୍ଷଣ ଅଛି କି ନାହିଁ ତାହା ତର୍ଜମା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ଲକ୍ଷଣ ଦେଖିବାକୁ ମିଳି ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

କାର୍ଯ୍ୟଦକ୍ଷତା ବୃଦ୍ଧିର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ। ତାହାର ପ୍ରଭାବ ମଧ୍ୟ କାର୍ଯ୍ୟଦକ୍ଷତା ଉପରେ ପଡିଥାଏ। ତେବେ ନିଜ କାର୍ଯ୍ୟକୁ ସୁରୁଖୁରୁରେ...

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

ଚିନ୍ତା ବଢାଇଲା ଚାଇନା ଜେଲରେ କରୋନା ଭାଇରସ

ବେଜିଂ,୨୧।୨: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏଥିରେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଚାଇନା। ଏବେସୁଦ୍ଧା ଏଠାରେ...

ଅଫିସରେ କାମ କରୁଥିଲେ ଏହି ରୋଗର ରହିଛି ଆଶଙ୍କା..

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ...

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ...

ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି।...

ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ...

ହାଇକୋର୍ଟର ଦ୍ୱାରସ୍ଥ ହେଲେ ମୁଶରଫ

ଇସ୍‌ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ...

Leave a comment

Your email address will not be published. Required fields are marked *