Posted inଜାତୀୟ

ଏକ ମାଠିଆରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ୫୦ ଟଙ୍କା ଜରିମାନା

ରାୟପୁର,୧୫।୫: ଜଳ ହିଁ ଜୀବନ। ଜଳ ବିନା ସଭିଙ୍କ ଅବସ୍ଥା ଖରାପ ହୋଇଥାଏ। ତେଣୁ ଜଳ ସଙ୍କଟ ସମୟରେ ଏହାର ସୁବଣ୍ଟନ ଓ ନଷ୍ଟ ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବସ୍ତର ଜିଲାରେ। ଏହି ଅଞ୍ଚଳ ମାଓପ୍ରବଣ। ଏଠାକାର ଦରଭା ବ୍ଲକ୍‌ରେ ଥିବା ଗାଁରେ ଜଳସଙ୍କଟ ଲାଗି ରହିଛି। ଏହି ବ୍ଲକ୍‌ରେ ଥିବା ଲେଣ୍ଡ୍ରି ଗାଁ ଲୋକେ ପିଇବା ପାଣିର ସୁବଣ୍ଟନ ପାଇଁ ଏକ ନିୟମ ପ୍ରଣୟନ କରିଛନ୍ତି। ପ୍ରତି ପରିବାରକୁ ଏକ ମାଠିଆ ପାଣି ଦିଆଯିବ। ଏହାଠାରୁ ଅଧିକ ପାଣିନେଲେ ମାଠିଆ ପିଛା ୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ ଜାରି କରାଯାଇଛି। ସେହିପରି ଅଯଥା ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ମଧ୍ୟ ଜରିମାନା ଦଣ୍ଡାଦେଶ କରାଯାଉଛି।


All Right Reserved By

ଫେଲ୍‌ ମାରିଲା ‘ଜନନୀ ଏକ୍ସପ୍ରେସ୍‌’: ରାଜ୍ୟ ରାଜପଥ କଡ଼ରେ ପ୍ରସବ କଲେ ମହିଳା

ବୁରହାନପୁର,୨୪।୮: ମଧ୍ୟପ୍ରଦେଶ ବୁରହାନପୁରରେ ଜଣେ ମହିଳା ରାଜ୍ୟ ରାଜପଥ କଡ଼ରେ ପ୍ରସବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସବ ଯନ୍ତ୍ରଣା ପରେ ‘ଜନନୀ...

ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା...

ଶାଶୁ, ଶ୍ୱଶୁରଙ୍କ ଯତ୍ନ ନେଲେ ମିଳିବ ଉପହାର

ଚଣ୍ଡିଗଡ,୨୬।୮: ସମାଜରେ ଶାଶୁ-ବୋହୂ କଳି ବହୁ ପୁରୁଣା। କେତେବେଳେ ବୋହୂ ଶାଶୁଙ୍କୁ ପିଟିଲାଣି ତ ଆଉ କେତେବେଳେ ଶାଶୁ ବୋହୂକୁ ନିର୍ଯାତନା ଖବର ଚର୍ଚ୍ଚାକୁ ଆସେ।...

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

ରାଞ୍ଚତ୍,୧୬ା୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ହେମନ୍ତ ସୋରେନ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ମୁଖ୍ୟମନ୍ତ୍ରୀ ରଘୁବର...

ମହାକାଶରେ ରୋବୋ ପରୀକ୍ଷଣ : ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ

ଓ୍ବାଶିଂଟନ୍‌,୨୦।୫(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ଷ୍ଟେଶନ୍‌...

ତ୍ରିପୁରାରେ ବାଦଲ ଫଟା ବର୍ଷା: ୭ଶହ ଲୋକ ବେଘର

ଅଗରାତାଲା,୨୬।୫: ତ୍ରିପୁରାରେ ଗତ ୩ ଦିନ ଧରି ବାଦଲ ଫଟା ବର୍ଷା ଲାଗି ରହିଛି। କେତେକ ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ୭ଶହ ଲୋକ ବାସ...

ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *