କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେତେକ ଶିଳ୍ପସଂସ୍ଥା ହର୍ବାଲ ସିଗାରେଟ୍‌ ତିଆରି କଲେଣି। କାରଣ ସେମାନେ ଦେଖୁଛନ୍ତି ଯେ, ବର୍ତ୍ତମାନ କୌଣସି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ବିଶେଷକରି ଖାଦ୍ୟ, ଔଷଧ ବା ପ୍ରସାଧନ ସାମଗ୍ରୀର ଦାମ୍‌ ସହିତ ହର୍ବାଲ ବା ଅର୍ଗାନିଜ(ଜୈବ) ଶବ୍ଦଟିଏ ଯୋଡ଼ିଦେଲେ ତାହା ସମ୍ପୂର୍ଣ୍ଣ ଭାବେ ପରବର୍ତ୍ତୀ ପାର୍ଶ୍ୱପ୍ରଭାବ ସହିତ ନିରାପଦ ତଥା ସ୍ବାସ୍ଥ୍ୟ ପ୍ରଦାୟକ ବୋଲି ଲୋକେ ସ୍ବତଃ ଗ୍ରହଣ କରିନେଉଛନ୍ତି। ତୁଳସୀପତ୍ର, କମଳା ଘାସ, ଗୋଲାପ ପାଖୁଡ଼ା ଆଦି ଉଦ୍ଭିଦଜ ପଦାର୍ଥକୁ କାଗଜରେ ଗୁଡ଼ାଇ ସାଧାରଣ ଆକୃତିର କରି ତାହା ପ୍ରସ୍ତୁତ କରାଯାଉଛି। ଏଥିରେ ନିକୋଟିନ ନ ଥିବାରୁ ଏହାକୁ ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଉଛି।
ବର୍ତ୍ତମାନ ବଜାରରେ ମିଳୁଥିବା ସବୁଠାରୁ ଜନପ୍ରିୟ ହର୍ବାଲ-ସିଗାରେଟ୍‌ ହେଲା ଅର୍ଗାନିକ ସ୍ମୋକ୍‌ସ। ଏହାର ପ୍ରସ୍ତୁତକର୍ତ୍ତାଙ୍କ ସୂଚନା ଅନୁସାରେ ଏଥିପାଇଁ ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶକରି ଉପକାରୀ ଉଦ୍ଭିଦଜ ଉପାଦାନ ମାନ ବ୍ୟବହାର କରାଯାଉଛି। ଏଣୁ ଏଥିରୁ ନିର୍ଗତ ଧୂଆଁର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହୁନାହିଁ ବରଂ ତାହା କାଶ, କଫ ଆଦି ରୋଗର ଉପଶମ କରିପାରୁଛି। ପୁନଶ୍ଚ ଏହା ଧୂଆଁପତ୍ର ଭିତ୍ତିକ ସାଧାରଣ ସିଗାରେଟ୍‌ ସେବନରୁ ଲୋକଙ୍କୁ ନିବୃତ୍ତ କରୁଛି। କିନ୍ତୁ ରୋଗ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନଙ୍କ ମତରେ ଏଥିରେ ସିନା ନିକୋଟିନ ନାହିଁ ତେବେ ଅନ୍ୟାନ୍ୟ ଜୈବ ପଦାର୍ଥ ରହିଛି; ଯାହା ଜଳିଲେ ତହିଁରୁ ଆଲକାତରା ସମେତ ବିବିଧ ବିଷାକ୍ତ ବାଷ୍ପ ସୃଷ୍ଟି ହୋଇପାରେ। ସେସବୁ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ। ନିକଟରେ ଗବେଷଣା ପତ୍ରିକା ‘ଟବାକୋ କଂଟ୍ରୋଲ’ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ହର୍ବାଲ ସିଗାରେଟ୍‌ରୁ ନିର୍ଗତ ଧୂଆଁ ସାଧାରଣ ସିଗାରେଟ୍‌ ଧୂଆଁଠାରୁ କୌଣସି ଗୁଣରେ କମ୍‌ କର୍କଟ ରୋଗକାରୀ ନୁହେଁ। ପୁନଶ୍ଚ ଏଥିରେ ମଧ୍ୟ ପ୍ରଚୁର ପରିମାଣରେ କାର୍ବନ ମନୋକ୍‌ସାଇଡ ଏବଂ ସୂକ୍ଷ୍ମକଣିକା ଥିବା ଜଣାପଡ଼ିଛି। ଏ ଉଭୟେ ସ୍ବାସ୍ଥ୍ୟ ପାଇଁ ବିଶେଷଭାବେ କ୍ଷତିକାରକ।
ଅବଶ୍ୟ ହର୍ବାଲ-ସିଗାରେଟ୍‌ ଉପରେ ଅଧ୍ୟୟନ ଏବେ ମଧ୍ୟ ସୀମିତାବସ୍ଥାରେ ରହିଛି। ତେବେ, ତାହା ଯେତିକି ହୋଇଛି ସେତିକିରୁ ଏକଥା ସ୍ପଷ୍ଟ ଯେ, ତାହା କଦାପି ନିରାପଦ ନୁହେଁ। ପୁନଶ୍ଚ ସାଧାରଣ ସିଗାରେଟ୍‌ ଭଳି ତା’ ଖୋଳ ଉପରେ କୌଣସି ବିପଦ ସୂଚକ ସଙ୍କେତ ଦିଆଯାଉନାହିଁ କିମ୍ବା ଏହାକୁ ସରକାରଙ୍କ ଦ ସିଗାରେଟ୍ସ ଏଣ୍ଡ ଅଦର ଟବାକୋ ପ୍ରଡକ୍ସ ଆକ୍ଟ ଦ୍ୱାରା ନିୟନ୍ତ୍ରିତ କରାଯାଉନାହିଁ। ଏଣୁ ସାଧାରଣ ଲୋକେ ବିଶେଷକରି ଯୁବପିଢ଼ି ଏହାକୁ ନିରାପଦ ମନେକରି ଅଧିକ ସେବନ କରିବା ସମ୍ଭାବନା ରହିଛି। ଏପରି ସ୍ଥଳେ ସିଗାରେଟ୍‌ ବା ଇ-ସିଗାରେଟ୍‌ ଭଳି ଏହା ମଧ୍ୟ ବିପଜ୍ଜନକ ହୋଇପାରେ ବୋଲି ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ବିକ୍ରୟ ଏବଂ ପ୍ରଚାର ଉପରେ ନିୟନ୍ତ୍ରଣ ଜାରି କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ। ସମସ୍ତେ ଉପଲବ୍ଧି କରିପାରିବେ ଯେ, ସବୁ ପ୍ରକାର ଧୂମପାନ ସ୍ବାସ୍ଥ୍ୟହାନି କାରକ। ଏଣୁ ସବୁ ପ୍ରକାର ସିଗାରେଟ୍‌ ଜୀବନଘାତକ।
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡିଗିରି ବିହାର, ଭୁବନେଶ୍ୱର,
ମୋ : ୯୯୩୭୯୮୫୭୬୭


All Right Reserved By

ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର...

ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…

ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ...

ଚିକେନ୍‌ ଦମ୍‌ ବିରିୟାନି

ଆବଶ୍ୟକ ସାମଗ୍ରୀ : ବସୁମତୀ ଚାଉଳ, ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, କଳାମରିଚ, ତେଜପତ୍ର,...

ଝୁମୁକା ଫ୍ୟାଶନ: ଜାଣନ୍ତୁ ଲାଟେଷ୍ଟ ଡିଜାଇନ

ଏହା ଏକ ପ୍ରକାର କ୍ଲାସିକ୍‌ ଇୟର ରିଂ, ଯାହାର ଚାହିଦା ମହିଳାମାନଙ୍କ ଗହଣରେ ପୂର୍ବରୁ ଥିଲା ଆଉ ଏବେ ବି ଅଛି। କହିବାକୁ ଗଲେ, ଭାରତୀୟ...

ସକାଳେ ୭ଟି ଏହି ପତ୍ର ରଖେ ମ୍ୟାଲେରିଆରୁ ଦୂରେଇ…

ମ୍ୟାଲେରିଆ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ସହଜ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମ୍ୟାଲେରିଆ ଜ୍ୱର ହେଲେ ୭ଟି ଗଙ୍ଗ ଶିଉଳି...

ରାତିରେ ସେଓ ଖାଇଲେ କ’ଣ ହୁଏ …

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ।  ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା...

ଏସିଡିଟି ସମସ୍ୟାର ସମାଧାନ ହାତ ପାଆନ୍ତାରେ…

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଯୋଗୁ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି...

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *