Posted inଜାତୀୟ

ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କ ବ୍ରେନ୍‌ଓ୍ବାଶ୍‌ କରି ଜେହାଦୀ କରୁଛନ୍ତି ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ,୨୯।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ମୁସଲମାନ୍‌ ଯୁବକଙ୍କୁ ଏବେ ଆତଙ୍କବାଦୀ ସଂଗଠନ ଟାର୍ଗେଟ୍‌ କରିଛନ୍ତି। ସେମାନଙ୍କର ବ୍ରେନ୍‌ଓ୍ବାଶ୍‌ କରାଯାଇ ଜେହାଦୀ କରାଯାଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମୟରେ ଜେଲ୍‌ରୁ ମୁକୁଳିଲା ପରେ ସମ୍ପୃକ୍ତ ଯୁବକମାନେ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହେଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଆତଙ୍କବାଦୀଙ୍କ ପାଇଁ ପ୍ରତି ରାଜ୍ୟରେ ଅଧିକ ସୁରକ୍ଷା ବିଶିଷ୍ଟ ଜେଲ୍‌ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହାଦ୍ୱାରା ସାଧାରଣ କଏଦୀଙ୍କ ସହିତ ଆତଙ୍କବାଦୀଙ୍କ ମିଳାମିଶାକୁ ରୋକା ଯାଇପାରିବ ବୋଲି କୁହାଯାଉଛି। ଆତଙ୍କବାଦୀଙ୍କୁ ଅଲଗା ରଖିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ରାଜ୍ୟର ପୋଲିସ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି।


All Right Reserved By Dharitri.Com

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ...

ଶେଲ୍‌ କମ୍ପାନୀ ଦେଉଥିଲେ ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ

ନୂଆଦିଲ୍ଲୀ,୨୫ା୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ କାର୍ତ୍ତି ଚିଦାମ୍ବରମଙ୍କ ନିୟନ୍ତ୍ରଣରେ ଥିବା ଶେଲ୍‌ କମ୍ପାନୀ ଭରଣା କରୁଥିଲେ। କାର୍ତ୍ତିଙ୍କ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର...

ବନ୍ୟାରେ ଫଶିଲା ଜାଗୁଆର କାର: କମ୍ପାନୀକୁ ଟ୍ରଲ କଲେ ଲୋକେ

ମୁମ୍ବାଇ,୬।୯: ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି ମାୟାନଗରୀ। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ସହର ଏବେ ପାଣି ଘେରରେ...

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ।...

ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି

ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧...

ଦେଶରେ ୪୫ କୋଟିରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ, ମୁମ୍ବାଇ ଆଗରେ

ନୂଆଦିଲ୍ଲୀ,୧।୧୦: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ୪୫.୧କୋଟି ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି। ଭାରତରେ ଇଣ୍ଟରନେଟ୍‌ ବ୍ୟବହାର...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ...

ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ୯ ଭାଷାରେ ରାୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ରାୟ ଦେଶର ୯ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *