ସମ୍ପତ୍ତି ବାଜ୍ୟାପ୍ତକୁ ବିରୋଧ;ସୁପ୍ରିମକୋର୍ଟରେ ମାଲ୍ୟାଙ୍କ ଆବେଦନ

ନୂଆଦିଲ୍ଲୀ,୨୯-୭: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଶନିବାର ସୁପ୍ରିମକୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତ ରୋକିବାକୁ ନେଇ ମାମଲା ଦାଏର କରିଛନ୍ତି। ତାଙ୍କର ତଥା ତାଙ୍କ ପରିବାରର ସମ୍ପତ୍ତି ବାଜ୍ୟାପ୍ତ ଉପରେ ରହିତାଦେଶ ଜାରି କରିବାକୁ ମାଲ୍ୟା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ବନ୍ଦ ହୋଇଯାଇଥିବା କିଙ୍ଗଫିଶର ଏୟାରଲାଇନ୍ସ ସମେତ ତାଙ୍କର ଅନ୍ୟ ସମ୍ପତ୍ତିଗୁଡ଼ିକୁ ବାଜ୍ୟାପ୍ତ କରିନେବା ଲାଗି ହେଉଥିବା ଉଦ୍ୟମକୁ ରୋକାଯାଉ ବୋଲି ସେ କହିଛନ୍ତି। ସୂଚନାଥାଉ କି, ସ୍ବତନ୍ତ୍ର ଅଦାଲତ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧି ଭାବେ ଘୋଷଣା କରି ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ସେ ଏହାକୁ ବିରୋଧ କରି ବମ୍ବେ ହାଇକୋର୍ଟରେ ମାମଲା ଦାଏର କରିଥିଲେ, ଯାହା ଖାରଜ ହୋଇଯାଇଛି। ହାଇକୋର୍ଟ ସମ୍ପତ୍ତି ବାଜ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଦେବାକୁ ମନା କରିଥିଲେ। ମାଲ୍ୟା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।


All Right Reserved By Dharitri.Com

ଅନିଲ ଅମ୍ବାନୀଙ୍କ ବିରୋଧରେ ଅବମାନନା ମାମଲା ଖାରଜ

ନୂଆଦିଲ୍ଲୀ,୨୪-୭: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ମଙ୍ଗଳବାର...

କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ...

ଏଥର ଟାର୍ଗେଟରେ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ନୂଆଦିଲ୍ଲୀ,୨୨ା୬: ଆୟକର ଏବଂ ସେଣ୍ଟ୍ରାଲ କଷ୍ଟମ୍ସ ଓ ଏକ୍ସାଇଜ ବିଭାଗର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ ମୋଦି ସରକାର ବାଧ୍ୟତାମୂଳକ ଅବସର ଦେଇ କାର୍ଯ୍ୟରୁ ବିଦା...

୨ ଦିନରେ ଉଡିଗଲା ୯.୭୪ ଲକ୍ଷ କୋଟି

ମୁମ୍ବାଇ,୧୮-୩: ଶେୟାର ବଜାରରେ କାରବାର ଖସିବା ଯୋଗୁ ୨ ଦିନରେ ନିବେଶକ ୯.୭୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାରର ସୁରକ୍ଷିତ ନିବେଶ ଏବେ...

କମାଲ କରିବେ ଅମ୍ବାନୀ-ଜୁକରବର୍ଗ

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ...

ବାତ୍ୟା ପ୍ରଭାବିତଙ୍କୁ ଟୟୋଟା କର୍ମଚାରୀଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୯।୫: ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ଲାଗି ରିଲିଫ ପ୍ରଦାନ କରାଯାଇଛି। ପ୍ରଭାବିତ ୮୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ୧୫୦...

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ...

ଫେକ୍‌ ନ୍ୟୁଜ୍‌ ରୋକିବାକୁ ହ୍ବାଟ୍ସଆପ୍‌ର ପଦକ୍ଷେପ

ନୂଆଦିଲ୍ଲୀ,୫। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଫେକ୍‌ ନ୍ୟୁଜ ବା ମିଥ୍ୟା ସୂଚନା ର ପ୍ରସାର ବ୍ୟାପିଛି। ହ୍ବାଟ୍ସଆପ୍‌ ଭଳି ଅନ୍ୟ ସୋସିଆଲ ସାଇଟଗୁଡିକରେ ଫେକ୍‌...

Leave a comment

Your email address will not be published. Required fields are marked *