ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌ ଏହାର ଜ୍ୱଳନ୍ତ ଉଦାହରଣ। ଏଭଳି ଦୁର୍ନୀତି ରୋକିବାରେ କମ୍ପାନୀ ବୋର୍ଡରେ ନିଯୁକ୍ତ ହେଉଥିବା ସ୍ବାଧୀନ ଡାଇରେକ୍ଟରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବୋର୍ଡର ମୁଖରେ ଥିବା ପ୍ରମୋଟର, ମୁଖ୍ୟମାନେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ହାତବାରିସୀ କରି ଦୁର୍ନୀତି କରୁଥିବା ପ୍ରମାଣ ମିଳିବାରେ ଲାଗିଛି। ଏଣୁ ସେମାନଙ୍କୁ ନିଯୁକ୍ତ କରିବା ବେଳେ ଡୁଏଲ ଭୋଟିଂ ବା ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆପଣାଇବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବୋର୍ଡରେ ନିର୍ଦ୍ଦେଶକ ଓ ଶେୟାରଧାରୀଙ୍କ ମଧ୍ୟରେ ବାଲାନ୍ସ ବା ସମତୁଲତା ବଜାୟ ରଖିହେବ ବୋଲି ସରକାର ମନେ କରୁଛନ୍ତି। ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।
ଜଣେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ପାଇଁ ଦ୍ୱିସ୍ତରୀୟ ବ୍ୟବସ୍ଥା ଆପଣାଯିବ। ବ୍ରିଟେନ ଭଳି ଭାରତରେ ମଧ୍ୟ ଏଭଳି ବ୍ୟବସ୍ଥା ଆପଣାଯିବ। ଏହାଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କ ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ। ବ୍ରିଟେନରେ କୌଣସି କମ୍ପାନୀଙ୍କୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାକୁ ହେଲେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ସମସ୍ତ ଶେୟାରଧାରୀ ଏବଂ ସଂଖ୍ୟାଲଘୁ/ଅଣ ପ୍ରମୋଟର ଶେୟାରଧାରୀଙ୍କ ଦ୍ୱାରା ଭୋଟିଂ ମାଧ୍ୟମରେ ନିର୍ବାଚିତ କରିବାକୁ ହେବ। ସଂଖ୍ୟାଲଘୁ ଶେୟାରଧାରୀ କୌଣସି ସ୍ବାଧୀନ ନିର୍ଦ୍ଦେଶକଙ୍କ ନାମକୁ ଅନୁମୋଦନ ନ କରନ୍ତି, ତେବେ ୯୦ ଦିନ ପରେ ପୁନର୍ବାର ଅନ୍ୟ ଜଣଙ୍କ ନାମ ଉପରେ ଭୋଟିଂ କରିବାକୁ ପଡିଥାଏ। ଜଣେ ଅଧିକାରୀ କହିଛନ୍ତି ଯେ, ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିରେ ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆଇଡିଆକୁ ଦେଶରେ କାର୍ଯ୍ୟକାରୀ କରିବାର ସମୟ ଆସିଛି। ଦେଶର ଅଧିକାଂଶ କମ୍ପାନୀ ପ୍ରମୋଟରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏଭଳି ପରିବର୍ତ୍ତନ ଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କୁ ଅଧିକ କ୍ଷମତା ମିଳିବ ଏବଂ ସେମାନେ ବୋର୍ଡର କାର୍ଯ୍ୟକୁ ନିୟନ୍ତ୍ରଣ କରିବାକୁ ସୁଯୋଗ ପାଇବେ। ତେବେ ଏହି ଆଇଡିଆ ଉପରେ ଅଧିକ ବିଚାରବିମର୍ଷ କରିବାର ଆବଶ୍ୟକତା ରହିଛି। ଏହାପରେ କମ୍ପାନୀ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବାକୁ ହେବ। ବର୍ତ୍ତମାନ ବ୍ୟବସ୍ଥାରେ ନମିନେଶନ ଆଣ୍ଡ ରେମୁନେରେଶନ କମିଟି ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଖୋଜାଯାଇ ନିଯୁକ୍ତ କରାଯାଏ। ଏଥିପାଇଁ ପ୍ରଥମେ ବୋର୍ଡ ଓ ପରେ ଶେୟାରଧାରୀଙ୍କ ଅନୁମୋଦନ ନିଆଯାଏ। ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ହିଁ ସ୍ବାଧୀନ ନିର୍ଦ୍ଦେଶକ ବା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ମିଳିଥାଏ। ପ୍ରମୋଟର ଏହି ଭୋଟିଂ ବେଳେ ବୋର୍ଡ ସଦସ୍ୟଙ୍କ ପ୍ରଭାବିତ କରି ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରାଇ ନିଅନ୍ତି। ଏହାଦ୍ୱାରା ନିଯୁକ୍ତି ପାଇଥିବା ସ୍ବାଧୀନ ନିର୍ଦ୍ଦେଶକ ପ୍ରମୋଟରଙ୍କ ସହ ସାଲିସ୍‌ କରିବାକୁ ବାଧ୍ୟ ହୁଏ। ବୋର୍ଡ ନିଷ୍ପତ୍ତିରେ ତାଙ୍କର ସ୍ବାଧୀନତା ନ ଥାଏ। ବୋର୍ଡ ବୈଠକରେ ପ୍ରମୋଟରଙ୍କ କଥାରେ ‘ହଁ’ ଭରିବା ଛଡ଼ା ତାଙ୍କ ନିକଟରେ ଦ୍ୱିତୀୟ ପନ୍ଥା ନ ଥାଏ। ଏହାହିଁ ବୋର୍ଡର କାର୍ଯ୍ୟକୁ ପ୍ରଭାବିତ କରେ। ଫଳରେ ଦୁର୍ନୀତି ମୁଣ୍ଡ ଟେକେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ...

୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୬-୩: ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ ସଂଘଗୁଡିକ ଚଳିତ ମାସ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡିକ ମଧ୍ୟରେ ଅଲ ଇଣ୍ଡିଆ...

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ...

ଫେଲ୍‌ ଏଟିଏମ୍‌-ଡିଜିଟାଲ ଟ୍ରାଞ୍ଜାକ୍‌ଶନ;ବ୍ୟାଙ୍କ-ପେମେଣ୍ଟ ଓ୍ବାଲେଟ କମ୍ପାନୀ ଗଣିବେ ଦୈନିକ ୧୦୦ ଟଙ୍କା

ମୁମ୍ବାଇ,୨୨-୯: ଅନ୍‌ଲାଇନରେ ଡିଜିଟାଲ ଟ୍ରାଞ୍ଜାକସନ ବିଫଳ ହେଲେ ଏବଂ ଗୋଟିଏ ଦିନ ଭିତରେ ବିବାଦର ସମାଧାନ କରା ନ ଗଲେ ସମ୍ପୃକ୍ତ ବ୍ୟାଙ୍କ/ପେମେଣ୍ଟ ଓ୍ବାଲେଟ କମ୍ପାନୀ...

ଉଲ୍ଲେଖନୀୟ ପ୍ରଦର୍ଶନ ଧାରା ଜାରି ରଖିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୬-୧ : ୭୧ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବତଟ ରେଳପଥ ପରିବାର ଏବଂ ଅଂଶୀଦାରଙ୍କୁ ଅଭିନନ୍ଦନ। ଏଭଳି ଏକ ପବିତ୍ର ଦିବସରେ ଭାରତର ପ୍ରଗତିକୁ...

ଫ୍ଲିପକାଟର୍ର୍ ଆଣିଲା କ୍ରେଡିଟ କାର୍ଡ

ମୁମ୍ବାଇ,୧୩।୭: ଅନ୍‌ଲାଇନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରାହକଙ୍କ ଲାଗି ନିଜସ୍ବ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଗ୍ରାହକ ନିଜ ପାଖରେ ଅର୍ଥ ନ ଥିଲେ ମଧ୍ୟ...

ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ସରକାରଙ୍କ ଫୋକସ

ନୂଆଦିଲ୍ଲୀ୨୮। ୩: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଭିଡିଓ...

ଗ୍ରାହକ ସମ୍ପର୍କ ମେଳାରେ ବ୍ୟାଙ୍କ ଦେଲେ ୮୧,୭୦୦ କୋଟିର ଋଣ

ନୂଆଦିଲ୍ଲୀ,୧୫-୧୦: ଅକ୍ଟୋବର ପହିଲାରୁ ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାହକ ସମ୍ପର୍କ ଅଭିଯାନରେ ୮୧,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୯ ଦିନ...

Leave a comment

Your email address will not be published. Required fields are marked *