Posted inଖେଳ

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ଏଥିପାଇଁ ଖେଳାଳିମାନେ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳି ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୧୫ଟି ମ୍ୟାଚ୍‌ ଖେଳି ଦଳ ପକ୍ଷରୁ ସର୍ବାଧିକ ୫୨୧ରନ କରିଥିଲେ। ବିଶ୍ୱକପ୍‌ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ବୋଲି ଶିଖରଙ୍କୁ ପଚରାଯିବାକୁ ସେ କହିଛନ୍ତି ଭାରତୀୟ ଦଳ ଏବେ ଭଲ ପ୍ରଦର୍ଶନ କରୁଛି। ବିଶ୍ୱକପରେ ମଧ୍ୟ ତାହା ଜାରି ରହିବ ବୋଲି ସେ କହିଛନ୍ତି। ଓପନିଂ ପାର୍ଟନର୍‌ ରୋହିତ ଶର୍ମାଙ୍କ ସହ ଆପଣ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ପଚାରାଯିବାରୁ ସେ ମଜାଦାର ଉତ୍ତର ଦେଇ କହିଥିଲେ, ସେ ମୋ ସ୍ତ୍ରୀ ନୁହଁନ୍ତି,ଯାହା ସହ ମୁଁ ସମ୍ପର୍କରେ ରହିବି। ଆମେ ଅନେକ ଦିନରୁ ଭାରତ ପାଇଁ ଏକାଠି ଖେଳିଆସୁଛୁ। ଆମ ଭିତରେ ଉତ୍ତମ ବୁଝାମଣା ରହିଛି। ତେଣୁ ବିଶ୍ୱକପରେ ମଧ୍ୟ ଆରମ୍ଭରୁ ଭଲ ସ୍କୋର କରିବାର ଲକ୍ଷ୍ୟ ରହିଛି ବୋଲି ଶିଖର କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

୨ ମାସ ମଧ୍ୟରେ ଦ୍ୱିତୀୟଥର ଦ୍ୱିଶତକ ହାସଲ କଲେ ଏହି ମହାନ କ୍ରିକେଟରଙ୍କ ପୁଅ, ବୋଲିଂରେ ବି କଲେ କମାଲ

ଭାରତୀୟ କ୍ରିକେଟର ଦ ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ରାହୁଲ ଦ୍ରାବିଡଙ୍କ ପୁଅ ସମିତ ମଧ୍ୟ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।...

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି...

ଭାରତକୁ ପ୍ରଥମ ସଫଳତା ଦେଲେ ବିଜୟ ଶଙ୍କର

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଟଟେଜ୍‌ ମ୍ୟାଚ୍‌। ଭାରତର ୩୩୭ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପାକସ୍ତାନକୁ ପ୍ରାରମ୍ଭରୁ ଝଟକା...

ବ୍ରାଏଣ୍ଟଙ୍କ ପଦାଙ୍କ ଅନୁସରଣ କରିଥିଲେ ଝିଅ ଜିଆନା

କାଲିଫର୍ନିଆ, ୨୭।୧: କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ୧୩ବର୍ଷ ଝିଅ ଜିଆନା ମାରିଆ ମଧ୍ୟ...

ମ୍ଲାଡେନୋଭିଚ୍‌ଙ୍କୁ ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ

ପ୍ୟାରିସ, ୯ା୬- ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍‌ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍‌ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ସେ ଏବଂ...

କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ...

ଇଣ୍ଡୋନେସିଆ ମାଷ୍ଟର୍ସ, ସିନ୍ଧୁ ଆଗେଇଲେ: ସାଇନା, ଶ୍ରୀକାନ୍ତ ବିଦା

ଜାକର୍ତ୍ତା, ୧୫।୧(ପି.ଟି.): ବିଶ୍ୱ ବିଜୟିନୀ ପି.ଭି. ସିନ୍ଧୁ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ସୁପର ୫୦୦ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ...

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର...

Leave a comment

Your email address will not be published. Required fields are marked *