ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି ସାମାଜିକ ବ୍ୟବସ୍ଥାର ସତର୍କ ପ୍ରହରି। ସେମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୂହିକ ସ୍ବାର୍ଥକୁ ବଳିଦେବା ଅନୁଚିତ। ସମସ୍ତେ ଏକାଠି ହୋଇ ସାହସର ସହିତ ଲଢ଼େଇ କଲେ ଲୋକମାନେ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଢେଙ୍କାନାଳ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ରବିବାର ଅନୁଷ୍ଠିତ ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଏମ୍‌ପି ମହେଶ ସାହୁ କହିଲେ, ଗଣମାଧ୍ୟମ ପ୍ରତିନିଧିମାନେ ସମାଜ ଅଙ୍ଗୁଳି ଉଠାଇବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ। ଏହାଦ୍ୱାରା ମିଡିଆ ପ୍ରତି ଲୋକଙ୍କ ଭରସା ବଢ଼ିବ। ସମ୍ମାନିତ ଅତିଥି ବିଧାୟକ ସୁଧୀର କୁମାର ସାମଲ କହିଲେ, ବୃତ୍ତିଗତ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ନ୍ୟାୟରୁ ବଞ୍ଚତ୍ତ ହେଉଛନ୍ତି। ଅନେକ ସମୟରେ ସେମାନଙ୍କୁ ପ୍ରତିରୋଧର ଶିକାର ହେବାକୁ ପଡୁଛି। ସଂଘ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅନ୍ୟତମ ଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ, ପିଡି ଡିଆରଡିଏ ନରୋତ୍ତମ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଲୋକଙ୍କୁ ନ୍ୟାୟ ଦେବା ଏବଂ ପ୍ରଶାସନକୁ ଠିକ୍‌ ସମୟରେ ଦିଗ୍‌ଦର୍ଶନ ଦେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦିନରାତି କାମ କରୁଛନ୍ତି। ସେମାନଙ୍କୁ ସବୁ ସମୟରେ ସହଯୋଗ କରିବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମିଳିତ ଭାବେ କାର୍ଯ୍ୟ କଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ସଂଘ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ସାଧାରଣ ସମ୍ପାଦକ ପ୍ରତାପ କୁମାର ବରାଳ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ସୁରେନ୍ଦ୍ର ନାଥ ମିଶ୍ର, ଉମାକାନ୍ତ ପଟ୍ଟନାୟକ ସମ୍ବର୍ଦ୍ଧିତ ହୋଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଗଣେଶ୍ୱର ମିଶ୍ରଙ୍କ ସଂଯୋଜନାରେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଅମରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।


All Right Reserved By Dharitri.Com

ନର୍ଲା ପୋଲିସ ପକ୍ଷରୁ ପରୀ ୩ କାର୍ଯ୍ୟକ୍ରମ

ସେରଗଡ,୧୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ପୋଲିସ ପକ୍ଷରୁ ପୋଲିସ ଷ୍ଟେଶନ ପରିସରରେ ଶନିବାର ପରୀ-୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନର୍ଲା ପଞ୍ଚାୟତ ହାଇସ୍କୁଲ...

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ...

ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ସରିଫ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ଧାମନଗର ପୋଲିସ ସୋମବାର ରାତିରେ ଚଢ଼ାଉ କରି ୩ ଜୁଆଡ଼ୀଙ୍କୁ ଗିରଫ...

ଦିନ ବେଳେ ଜଳୁଛି ଜଙ୍ଗଲ

ଚମ୍ପୁଆ,୨୨।୨(ଡି.ଏନ.ଏ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ...

ସିଡିପିଓଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ବରଗଡ଼ ଅଫିସ,୧୪।୧୧: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରପାଲି ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସିଡିପିଓ...

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କପ୍ତିପଦା,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ ପଞ୍ଚାୟତ ସୀତାରାମସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର କପ୍ତିପଦା ପୋଲିସ ଗିରଫ...

ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ନେଇ ତଦନ୍ତ

ତିହିଡ଼ି,୨।୧୧ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଜଣେ ଯୁବତୀଙ୍କୁ ବିଧବା...

ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଚୋରି

ଭଦ୍ରକ ଅଫିସ, ୨୩।୧୦: ଭଦ୍ରକ ଟାଉନ ଥାନା ରାଜଘାଟ ଛକ ନିକଟସ୍ଥ ସୀତାରାମ କମ୍ପ୍ଲେକ୍ସଠାରେ ଥିବା ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଟଙ୍କା ଚୋରି ହୋଇଛି।...

Leave a comment

Your email address will not be published. Required fields are marked *