ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ ହୋଇଥିଲା। ଛୋଟ ପରଦାର ବହୁ କଳାକାର କପିଲଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ମାତ୍ର କପିଲ ଏବେ ନିଜ ବିବାହକୁ ନେଇ ନୂଆ ରାଜ୍‌ ଖୋଲିଛନ୍ତି। କପିଲଙ୍କ ବିବାହ ରିସେପ୍‌ସନ୍‌ରେ ୫ ହଜାର ଅତିଥି ସାମିଲ ହୋଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କପିଲ ମାତ୍ର ୪୦-୫୦ ଜଣଙ୍କୁ ଚିହ୍ନିଥିଲେ। ଏତେ ସଂଖ୍ୟାରେ ଅତିଥି କୁଆଡୁ ଆସିଲେ ବୋଲି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। କପିଲ ନିଜ ଶୋ’ର ଆଗାମୀ ଅଧ୍ୟାୟରେ ଏହାର ଖୁଲାସା କରିବେ ବୋଲି ଜଣାପଡ଼ିଛି।
ଦୀର୍ଘଦିନ ଧରି ବିବାଦ ଘେରରେ ରହି ଟେଲି ପରଦାରୁ ଦୂରେଇ ଯାଇଥିଲେ କପିଲ। ମାତ୍ର ବିବାହ ପରେ ସେ ଛୋଟ ପରଦାକୁ ଦମ୍‌ଦାର ଏଣ୍ଟ୍ରି କରିଛନ୍ତି। ଏଥର କପିଲଙ୍କ ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ସଲମାନ୍‌ ଖାନ୍‌। ଏପରିକି ଶୋ’କୁ ଦର୍ଶକ ପସନ୍ଦ କରିବା ସହ ଭଲ ଟିଆର୍‌ପି ମଧ୍ୟ ମିଳୁଛି।


All Right Reserved By Dharitri.Com

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍‌ ନାୟିକା ତଥା ବୋନିଙ୍କ ଝିଅ...

‘ଡ୍ରାଇଭ୍‌’ର ପ୍ରଥମ ଗୀତ ‘ମଖ୍‌ନା..’ ରିଲିଜ୍‌: ମସ୍ତି ମୁଡ୍‌ରେ ସୁଶାନ୍ତ-ଜ୍ୟାକ୍‌ଲିନ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତ ‘ମଖ୍‌ନା…’ରେ ଏହି...

ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି...

ଭେଣ୍ଟିଲେଟରରେ ସୁର ସାମ୍ରାଜ୍ଞୀ

ମୁମ୍ବାଇ,୧୨।୧୧: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ଯୋଗୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସୋମବାର ତାଙ୍କୁ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି...

ଭାରତ ମୁଭି ଦେଖିଲେ ଟିମ୍‌ ଇଣ୍ଡିଆ ସଦସ୍ୟ

ଟ୍ରେଣ୍ଟ ବ୍ରିଜ୍‌,୧୩।୬- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରୁ ବ୍ରେକ୍‌ ନେଇ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଭାରତ ସିନେମା ଦେଖିଛନ୍ତି। ହାର୍ଦ୍ଦିକ...

ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ...

Leave a comment

Your email address will not be published. Required fields are marked *