ରୋଗୀଙ୍କୁ ମିଳୁନି ଚିକତ୍ସା ସେବା

କପ୍ତିପଦା,୨୯ା୭(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପଯର୍‌ୟସ୍ତ ହୋଇପଡିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପୋଡ଼ାଡ଼ିହା, ନଛିପୁର, ଶାଳଚୁଆ, କଟୁରିଆ, ଶରତ ଓ କଳମଗଡ଼ିଆରେ ଥିବା ନୂତନ ଓ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଲାଗି ରହିଛି। ଏସବୁ ଡାକ୍ତରଖାନାରୁ ଡାକ୍ତରଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ସତ୍ତ୍ୱେ ଏଠାରେ ଶିଶୁ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର, ପ୍ରସୂତି ଓ ଭେଷଜ ବିଶେଷଜ୍ଞ ପଦବୀ ଫାଙ୍କା ପଡିଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିପାରୁ ନାହିଁ। ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତରକୁ ଯାଇ ଚିକିତ୍ସିତ ହେଉଛନ୍ତି।
କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ୧୬ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ରହିଛି। ଏହି ଅଞ୍ଚଳର ଗରିବ ରୋଗୀମାନେ ଜରୁରୀ ଚିକତ୍ସା ଲାଗି ଏଠାକୁ ଆସିଥାନ୍ତି। ବିଭିନ୍ନ ଓ୍ବାର୍ଡରେ ରହୁଥିବା ରୋଗୀଙ୍କୁ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ପ୍ରତିକାର କରାଯାଉନାହିଁ । ଅନ୍ତଃବିଭାଗ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଲାଗି ଆସୁଥିବା ଅନୁଦାନ ବାଟମାରଣା ହେଉଥିବାର ମଧ୍ୟ ଅଭିଯୋଗ ହେଉଛି। ବିଭିନ୍ନ ଓ୍ବାର୍ଡରେ ରହି ଚିକିସତ୍ିତ ହେଉଥିବା ରୋଗୀଙ୍କୁ ପ୍ରତିଦିନ ଖାଦ୍ୟ ଓ ପାନୀୟ ବାବଦରେ ୫୦ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା ରହିଛି। କିନ୍ତୁ ରୋଷେଇ ଘର ନ ଥିବାରୁ ଦୀର୍ଘଦିନ ହେବ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନାହିଁ । ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତିି ଅନୁସାରେ ରୋଗୀଙ୍କୁ ଏବେ ଶୁଖିଲା ଖାଦ୍ୟ ଦିଆଯାଉଛି । ଗତ ୨୨ ତାରିଖଠାରୁ ଦିନକୁ ଥରେ ୧୦ଟଙ୍କା ମୂଲ୍ୟର ଗୋଟିଏ ଗୋଲ ପାଉଁରୁଟି ଓ ୫ଟଙ୍କା ମୂଲ୍ୟର ଏକ ବିସ୍କୁଟ ପ୍ୟାକେଟ ଦିଆଯାଉଥିବା ଚିକିତ୍ସାଧିନ ରୋଗୀ ମାଇନ ମୁର୍ମୁ, ବାସନ୍ତୀ ମାରାଣ୍ଡି, ଶ୍ରୀତମ ବେହେରା ଓ ସୁବାସିନୀ ବେହେରା କହିିଛନ୍ତି। ଏଠାରେ ରୋଷେୟା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଦୀର୍ଘ ଦିନ ହେବ ଛୁଟିରେ ଥିବା କୁହାଯାଉଛ। ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସମସ୍ୟା ସମ୍ପର୍କରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ବ୍ଲକ୍‌ ଚେୟାରମ୍ୟାନ୍‌ ସୁଶିଳା ବାନରାଙ୍କୁ ପଚାରିବାରୁ ସେ କହିଛନ୍ତି ଯଦି ଏପରି ସମସ୍ୟା ହେଉଥାଏ ତେବେ ପରବର୍ତ୍ତୀ ବୈଠକରେ ଏନେଇ ଆଲୋଚନା କରି ସମାଧାନ କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ଉମାକାନ୍ତ ବାସ୍କେଙ୍କୁ ପଚାରିବାରୁ କହିଛନ୍ତି, ରୋଷେୟା ଥିଲେ ବି ରୋଷେଇ ଘର ନ ଥିବାରୁ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆ ନ ଯାଇ ଶୁଖିଲା ଖାଦ୍ୟ ଦିଆଯାଉଛି । ଏହି ଖାଦ୍ୟ ଯୋଗାଣରେ ସମସ୍ୟା ହେଉଥିଲେ ସେ ଅନଧ୍ୟାନ କରି ଦେଖିବେ।


All Right Reserved By Dharitri.Com

ଆରମ୍ଭ ହେଲା ଧରପଗଡ଼: ଯାଞ୍ଚବେଳେ ପୋଲିସ-ଜନତା ମୁହାଁମୁହିଁ

କଟକ ଅଫିସ,୨।୧୨: ଡିସେମ୍ବର ପହିଲାରୁ ଟ୍ରାଫିକ ଚେକିଂ ଜୋର୍‌ଦାର ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସରକାର ଗାଡ଼ି କାଗଜପତ୍ର ଯାଞ୍ଚ ଉପରେ ୩ମାସ କୋହଳ...

ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି...

ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର...

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି...

ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ...

ଧାନ ଅଭାବୀ ବିକ୍ରି: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧୭।୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ବିକ୍ରି ସମସ୍ୟା ସମାଧାନ ନ ହେବାରୁ ପୁଣି ଚାଷୀମାନେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସକାଳେ ଶତାଧିକ ଚାଷୀ ଅଇଁଠାପାଲି...

ବଳାତ୍କାର ପରେ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଜୟପୁର,୨୪।୧୨(ଡି.ଏନ.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାକୁ ବିରୋଧ କରି...

ଦୁଇ ଶିଶୁଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର/ପଦ୍ମପୁର,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୋମବାର କରଞ୍ଜ ଆଡ଼ିିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁଇ ଶିଶୁଙ୍କ ଉପରେ ମାଡ଼ିଯିବାରୁ ଜଣେ ଶିଶୁଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *