Posted inଖେଳ

ହରିୟାଣା ଷ୍ଟିଲର୍ସକୁ ହରାଇଲା ଦବଙ୍ଗ ଦିଲ୍ଲୀ

ମୁମ୍ବାଇ, ୨୯।୭(ପି.ଟି.)- ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ଦବଙ୍ଗ ଦିଲ୍ଲୀର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ହରିୟାଣା ଷ୍ଟିଲର୍ସକୁ ୪୧-୨୧ ପଏଣ୍ଟରେ ପରାସ୍ତ କରିଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଚନ୍ଦ୍ରନ ରଞ୍ଜିତ ୧୧ ଓ ନବୀନ କୁମାର ୧୦ ପଏଣ୍ଟ ହାସଲ କରି ଷ୍ଟିଲର୍ସକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାକୁ ମିଶାଇ ନବୀନ ଦ୍ୱିତୀୟ ଥରପାଇଁ ସୁପର ୧୦ ହାସଲ କରିଥିଲେ। ପୂର୍ବରୁ ସେ ହାଇଦ୍ରାବାଦରେ ତେଲ୍‌ଗୁ ଟାଇଟାନ୍ସ ବିପକ୍ଷରେ ମଧ୍ୟ ସମାନ ସଫଳତା ପାଇଥିଲେ। ଚଳିତ ଲିଗ୍‌ରେ ଦିଲ୍ଲୀର ଏହା ତୃତୀୟ ବିଜୟ। ଅନ୍ୟପକ୍ଷରେ ହରିୟାଣାର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ପୂର୍ବରୁ ହାଇଦ୍ରାବାଦ୍‌ ଚରଣରେ ଏହି ଦଳ ବିଜୟୀ ହୋଇଥିଲା।


All Right Reserved By Dharitri.Com

Posted inଖେଳ View All

ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା

ରୋମ,୧୭ା୫(ଏଏଫ୍‌ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍‌ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ...

କରୋନା ଭାଇରସ୍‌: ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ ସଂକ୍ରମିତ

ଟୋକିଓ,୧୮।୩ (ଏଏଫ୍‌ପି)- କରୋନା ଭାଇରସ୍‌ ଦ୍ୱାରା ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ କୋଜୋ ତାସିମା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ସ୍ବୀକାର କରିଛନ୍ତି।...

ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା

ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ ପରେ ସେ ତଣ୍ଟି ଦରଜ ହେଉଥିବା...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ...

ଫିଫା ର଼୍ୟାଙ୍କିଙ୍ଗ୍‌: ଭାରତ ସ୍ଥିର

ନୂଆଦିଲ୍ଲୀ,୧୯।୧୨(ପି.ଟି.)-ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଫୁଟବଲ ଦଳ ବର୍ଷ ଶେଷରେ ୧୦୮ତମ ସ୍ଥାନରେ ପୂର୍ବପରି ସ୍ଥିର ରହିଛି। ତେବେ ଗତ ଗୋଟିଏ ବର୍ଷରେ...

ମୁଁ କୋହଲିଙ୍କ ଭଳି: ଓ୍ବାର୍ନରଙ୍କ ଝିଅ

ସିଡ୍‌ନୀ,୧୧।୧୧(ପି.ଟି.)- ମୁଁ ବିରାଟ କୋହଲିଙ୍କ ଭଳି। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଧୂଅଁାଧାର ଓପନର ଡେଭିଡ ଓ୍ବାର୍ନରଙ୍କ ଝିଅ ଇଭି ମାଏ। ବାପା ଡେଭିଡ୍‌ ଓ୍ବାର୍ନରଙ୍କ ସହ...

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ...

ରୁଷିଆକୁ ଅର୍ଥ ଦଣ୍ଡ ଦେଲା ବିଶ୍ୱ ଆଥ୍‌ଲେଟିକ୍ସ

ମୋନାକୋ,୧୩।୩(ଏଏଫ୍‌ପି)- ବିଶ୍ୱ ଆଥ୍‌ଲେଟିକ୍ସ ଗୁରୁବାର ରୁଷିଆ ଟ୍ରାକ୍‌ ଓ ଫିଲ୍ଡ ଫେଡେରେଶନକୁ ଡୋପ ନିୟମ ଭଙ୍ଗ କରିବା ଲାଗି ୧୦ ମିଲିୟନ ଅର୍ଥ ଦଣ୍ଡରେ ଦଣ୍ଡିତ...

Leave a comment

Your email address will not be published. Required fields are marked *