ସୋନପୁର ପ୍ରିମିୟର ଫୁଟବଲ ଲିଗ: ଯତୀନ୍‌ ଫାଇଟର ଚାମ୍ପିୟନ

ସୋନପୁର,୨୮ା୭(ନି.ପ୍ର.):ଯତୀନ୍‌ ଫାଇଟର ସୋନପୁର ପ୍ରିମିୟର ଫୁଟବଲ ଲିଗ୍‌ ଚାମ୍ପିୟନ ହୋଇଛି। ସୋନପୁର ବୁଢି ସମଲେଇ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ କଲେଜ ପଡିଆରେ ଚାଲିଥିବା ଲିଗ୍‌ର ରବିବାର ଥିଲା ବହୁ ପ୍ରତିକ୍ଷିତ ଫାଇନାଲ ମ୍ୟାଚ୍‌। ଯତୀନ୍‌ ଫାଇଟର ଓ ସୁରେଶ୍ୱରୀ ୱାରିୟର୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଯତୀନ୍‌ ଫାଇଟର ଉନ୍ନତ ଖେଳ ପ୍ରଦର୍ଶନ କରି ୪-୦ ଗୋଲରେ ବିଜୟୀ ହେଇଛି। ଷ୍ଟାର ଖେଳାଳି ସୁରେଶ ମୁଖି ୨ଟି, ବିକ୍ରମ ନାଏକ ଓ ନୀରଜ ଲୁଗୁନୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସୁଦାମ ଜଗଦଲା, ପ୍ରମୋଦ କୁମାର ପୁଟେଲ ଓ ସଞ୍ଜୟ ସାହୁ ଖେଳ ପରିଚାଳନା କରିଥିଲେ। ମନୋରଞ୍ଜନ ତ୍ରିପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ। ଯତୀନ୍‌ ଫାଇଟରର ସୁରେଶ ମୁଖି ମ୍ୟାନ ଅଫ ଦି ମ୍ୟାଚ୍‌, ଶେଷଦେବ ବଗର୍ତ୍ତି ମ୍ୟାନ ଅଫ ଦି ସିରିଜ୍‌ ଓ ସୁରେଶ୍ୱରୀ ୱାରିୟର୍ସର ଅନୀଲ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଖେଳାଳିଭାବେ ପୁରସ୍କୃତ କରାଯାଇଥିଲା। ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି ଏବଂ ଅର୍ଥ ରାଶି ପ୍ରଦାନ କରିଥିଲେ। ବରିଷ୍ଠ କ୍ରୀଡାବିତ୍‌ ରାଜେନ୍ଦ୍ର ସାହୁ, ଫୁଟବଲ ଖେଳାଳି ଆଦିତ୍ୟ କିଶୋର ଦାନୀ, ସୁବର୍ଣ୍ଣପୁର ଜିଲା କନଷ୍ଟେବଳ- ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ଦୀନେଶ ମିଶ୍ର, ପ୍ରାକ୍ତନ ସଭାପତି ସନତ ହୋତା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।


All Right Reserved By Dharitri.Com

କଳାହାଣ୍ଡିରେ ବନ୍ଦ ହେଲା ସମସ୍ତ ଧାନମଣ୍ଡି

ଭବାନୀପାଟଣା,୧ା୭(ଡି.ଏନ୍‌.ଏ.): ଚଳିତ ରବିଋତୁରେ ଧାନ ସଂଗ୍ରହ ପାଇଁ ମେ’ ୨୫ରୁୁ ଆରମ୍ଭ ହୋଇଥିବା ସମସ୍ତ ମଣ୍ଡି ଜୁନ୍‌ ୩୦ରୁ ବନ୍ଦ ହୋଇଛି। ରବିବାର ସୁଦ୍ଧା କଳାହାଣ୍ଡି...

ମହିଳା ଫିଫା ବିଶ୍ୱକପ୍‌:ପ୍ରିକ୍ୱାର୍ଟରରେ ଇଂଲଣ୍ଡ, ଇଟାଲି

ଲେ ହାରେର(ଫ୍ରାନ୍ସ),୧୫।୬(ଏଏଫ୍‌ପି): ଇଂଲଣ୍ଡ ଓ ଇଟାଲି ଏଠାରେ ଚାଲିଥିବା ମହିଳା ଫିଫା ବିଶ୍ୱକପ୍‌ର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ ୧-୦ ଗୋଲରେ ଆର୍ଜେଣ୍ଟିନାକୁ ହରାଇଥିବାବେଳେ...

ଫୁଟ୍‌ବଲ ମ୍ୟାଚ୍‌ରେ କୁନି ପ୍ରଶଂସକଙ୍କ ଉପରେ ହେଲା କଣ୍ଢେଇ ବର୍ଷା

ଡେ କୁଇପ (ନେଦରଲାଣ୍ଡ),୧୬।୯: ଏଠାରେ ରବିବାର ଡେନ ହାଗ ଓ ଫେଇନୁର୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଇରେଡିଭାଇଜ ଲିଗ୍‌ ମ୍ୟାଚ୍‌ରେ କୁନି ଦର୍ଶକଙ୍କ ଉପରେ କଣ୍ଢେଇ...

ଟପ୍ସରେ ସାମିଲ ହେଲେ ୪ ତୀରନ୍ଦାଜ

ନୂଆଦିଲ୍ଲୀ,୨୬।୬(ପିଟି)- ତୀରନ୍ଦାଜ ତରୁନଦୀପ ରାଇ, ଅତନୁ ଦାସ, ପ୍ରବିନ ଯାଦବ ଓ ଅତୁଲ ବର୍ମାଙ୍କୁ ବୁଧବାର ଟାଗେର୍ଟ ଅଲିମ୍ପିକ୍‌ ପୋଡିୟମ୍‌ ଯୋଜନା (ଟପ୍ସ)ରେ ସାମିଲ କରାଯାଇଛି।...

ବିସିସିଆଇ ନିର୍ବାଚନ: ସଞ୍ଜୟ ଓସିଏ ପ୍ରତିନିଧି

କଟକ ଅଫିସ,୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପ୍ରତିନିଧି...

ଏଲ୍‌ଓସିରେ ଗୋଡ଼ ହରାଇଥିବା ଯବାନ ଜିତିଲେ ଟ୍ରିପଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୧୦- ଭାରତୀୟ ସେନାରେ କାର୍ଯ୍ୟ କରୁଥିବାବେଳେ ଏକ ବିସ୍ଫୋରଣରେ ବାମଗୋଡ଼ ହରାଇଥିଲେ। ଏହା ତାଙ୍କୁ ଦେଇଥିଲା ନୂଆ ଜୀବନ। ଗୋଟିଏ ଗୋଡ଼ ନ ଥିବା ସତ୍ତ୍ୱେ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ବାଙ୍ଗାଲୋର ଏଫ୍‌ସିକୁ ଫେରିଲେ ଲିଙ୍ଗ୍‌ଦୋ

ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍‌ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର...

Leave a comment

Your email address will not be published. Required fields are marked *