ସିଗାରେଟ୍‌ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ଯୋଡ଼ା,୨୮।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍‌ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ କୁମାର ଦାସ ତାଙ୍କ ପିଉସୀ ସାଇବଣୀ ମହାକୁଡ଼ଙ୍କ ଗ୍ରୋସରୀ ଦୋକାନରେ ବସିଥିଲେ। ଏହି ସମୟରେ ଜଣେ ଅଚିହ୍ନା ଯୁବକ ଉକ୍ତ ଦୋକାନକୁ ଆସି ସିଗାରେଟ୍‌ ଟାଣିବା ପାଇଁ ଦିଆସିଲି ମାଗିଥିଲେ। ପ୍ରଶାନ୍ତଙ୍କ ପିଉସୀ ମନା କରିବାରୁ ଦୋକାନ ତଳେ ରୋଷେଇ କରାଯାଉଥିବା ଚୁଲିରୁ ଯୁବକ ଜଣକ ନିଆଁ ମାଗିଥିଲେ। ମାତ୍ର ସାଇବଣୀ ମନା କରିଦେବାରୁ ତାଙ୍କୁ ଯୁବକ ଜଣକ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ପ୍ରଶାନ୍ତ ଏବଂ ତାଙ୍କ ପିଉସୀଙ୍କ ପୁଅ ଭାଇ କୁନିଆ ଦୁହେଁ ମିଶି ଉକ୍ତ ଯୁବକଙ୍କୁ ବୁଝାଶୁଝା କରି ସେଠାରୁ ଫେରାଇ ଦେଇଥିଲେ। ସେଠାରୁ ଫେରି ଯୁବକ ଜଣକ ପୁନର୍ବାର ଆସି ପ୍ରଶାନ୍ତଙ୍କ ସହିତ ଯୁକ୍ତିତର୍କ କରିବା ସହ ଅତର୍କିତ ଭାବେ ଛୁରିରେ ତାଙ୍କ ପେଟକୁ ଆଘାତ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ପ୍ରଶାନ୍ତ ଏନେଇ ଯୋଡ଼ା ପୋଲିସକୁ ଜଣାଇବା ପରେ ସ୍ଥାନୀୟ ଏକ ଘରୋଇ କ୍ଲିନିଂରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ପୋଖରୀରେ ବୁଡ଼ି ୮ ବର୍ଷ ଛାତ୍ରର ମୃତ୍ୟୁ

ମାଲକାନଗିରି, ୧୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଷ୍ମାବକାଶରେ ମାମୁଁ ଘରକୁ ବୁଲିବାକୁ ଯାଇଥିବା ଜଣେ ୮ ବର୍ଷ ଶିଶୁର ପୋଖରୀରେ...

ବନମାଳୀପୁର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖଣ୍ଡପଡା,୫ା୧୦(ସ୍ବ.ପ୍ର.): ଆଞ୍ଚଳିକ ସ୍ପୋଟର୍‌ସ କ୍ଲବ ବନମାଳୀପୁର ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୩୨ ତମ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର...

କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା

ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ...

ଆଦର୍ଶ ବିଦ୍ୟାଳୟରେ ସମସ୍ୟା:ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ସଂଘ

ଅନୁଗୋଳ ଅଫିସ, ୬।୮ ଅନୁଗୋଳ ସହର ଉପକଣ୍ଠ ଖଣ୍ଡହତାରେ ଥିବା ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ। ୨୦୧୮-୧୯...

କେନ୍ଦୁଝରରେ ପାଣିପାଗରେ ପରିବର୍ତ୍ତନ: ଆଗଭଳି ହାଡ଼ଭଙ୍ଗା ଶୀତ ନାହିଁ

କେନ୍ଦୁଝର, ୪।୧୨ (ସ୍ବ.ପ୍ର.)-ବିଳମ୍ବରେ ହେଉ ପଛକେ କେନ୍ଦୁଝର ଜିଲାରେ ଶୀତର ଆଗମନକୁ ନେଇ ଅନେକ ଖୁସି ବ୍ୟକ୍ତ କରୁଛନ୍ତି ା ତେବେ ଏହି ସମୟରେ ଯେଉଁ...

୧୨ ଆନ୍ତଃ ଜିଲା ଡକାୟତ ଗିରଫ

ଛତ୍ରପୁର/ଆସିକା/ବୁଗୁଡା,୩୦/୮(ଡି.ଏନ.ଏ.)- ବୁଗୁଡା ଓ ଆସିକା ଥାନା ପୋଲିସ ବୁଧବାର ରାତିରେ ୧୨ ଆନ୍ତଃଜିଲା ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନେ ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା ଓ...

କଳାହାଣ୍ଡି ପୋଲିସ ତରଫରୁ ‘ପରୀ-୩’ କାର୍ଯ୍ୟକ୍ରମ ଶୁଭାରମ୍ଭ, ନିଖୋଜ ନାବାଳକନାବାଳିକାଙ୍କୁ ଉଦ୍ଧାର କରାଯିବ

ଭବାନୀପାଟଣା,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ନାବାଳିକା ନାବାଳକ ଏବଂ ବିଭିନ୍ନ ଦୋକାନ ବଜାର, କାମ କରୁଥିବା ନାବାଳିକାନାବାଳକଙ୍କୁ ଉଦ୍ଧାର କରିବା...

ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ମୃତ୍ୟୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୦ା୧୨: ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ କାଂଶ ଗ୍ରାମର ସୂର୍ଯ୍ୟକାନ୍ତ ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ରବିବାର ରାତିରେ ମୃତ୍ୟୁ...

Leave a comment

Your email address will not be published. Required fields are marked *