Posted inUncategorized

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଭାଜପା ନିଜ ଶକ୍ତିର ଦୂରୁପଯୋଗ କରୁଛି। ଯେଉଁନେତାମାନେ ଭାଜପାରେ ସାମିଲ ହେବାକୁ ରାଜି ନୁହେଁ ସେମାନଙ୍କ ଉପରେ ଭାଜପା ଚାପ ପକାଉଛି ବୋଲି ପାଓ୍ବାର କହିଛନ୍ତି। ସେ ଆହୁରି କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ ପାଖାପାଖି ୨୪୦ ଆସନକୁ ନେଇ କଥାବାର୍ତ୍ତା ସରିଛି। ଅନ୍ୟ ଆସନ ଗୁଡିକ ପାଇଁ ଅନ୍ୟ ଦଳମାନଙ୍କ ସହ ମଧ୍ୟ କଥାବାର୍ତ୍ତା ଚାଲିଛି। ଆସନ୍ତା ୮-୧୦ଦିନ ମଧ୍ୟରେ ସବୁ ଆସନକୁ ନେଇ କଥାବର୍ତ୍ତା ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଶରଦ ପାଓ୍ବାରଙ୍କ ବୟାନର ଉତ୍ତର ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଏନ୍‌ସିପି ଓ କଂଗ୍ରେସର ବହୁ ନେତା ଭାଜପାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ବଛାବଛା ନେତାଙ୍କୁ ଭାଜପା ଗ୍ରହଣ କରିବ ବୋଲି ଫଡନବିଶ କହିଛନ୍ତି। ଯେଉଁମାନଙ୍କ ନାଁ ଇଡି କିମ୍ବା ଅନ୍ୟ କୌଣସି ଯାଞ୍ଚ ଏଜେନ୍ସି ତାଲିକାରେ ଅଛି ସେମାନଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ଭାଜପା କେବେବି କାହା ଉପରେ ଦଳରେ ସାମିଲ ହେବାକୁ ନେଇ ଚାପ ପକାଇ ନାହିଁ ଲୋକେ ଆପଣାଛାଏଁ ଭାଜପାରେ ସାମିଲ ହେବାକୁ ଆସୁଛନ୍ତି। ତେଣୁ ପାଓ୍ବାର ନିଜ ଦଳକୁ ନେଇ ଆତ୍ମସମୀକ୍ଷା କରନ୍ତୁ ବୋଲି ଫଡନବିଶ କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କଲେ ସୋହା

ମୁମ୍ବାଇ: ଖୁବ୍‌ଶୀଘ୍ର ଓ୍ବେବ ସିରିଜ୍‌ ମାଧ୍ୟମରେ ପରଦାକୁ ଫେରୁଛନ୍ତି ବଲିଉଡ୍‌ ନାୟିକା ସୋହା ଅଲି ଖାଁ। ଇତି ମଧ୍ୟରେ ସେ କିନ୍ତୁ ନିଜ ପ୍ରଡକସନ୍‌ ହାଉସ୍‌...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ...

ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ।...

ବଦଳିବ ବହିର୍ବ୍ୟାପାର ମନ୍ତ୍ରଣାଳୟ ଢାଞ୍ଚା

ନୂଆଦିଲ୍ଲୀ,୧ା୨(ଆଇଏଏନ୍‌ଏସ୍‌): ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏଥିରେ ଢାଞ୍ଚାଗତ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମନ୍ତ୍ରଣାଳୟ...

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ: ଯୁବକ ମୃତ ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ, ରାସ୍ତାରୋକୋ

  ଭାପୁର,୨୦ା୧୦(ଡି.ଏନ.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା ମଣିପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା।...

ସୁପର ଓଭର ନିୟମରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ,୧୫ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ଏହାର ସମସ୍ତ ପ୍ରମୁଖ ଇଭେଣ୍ଟଗୁଡ଼ିକ ଲାଗି ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଏଣିକି ସେମିଫାଇନାଲ କିମ୍ବା...

Leave a comment

Your email address will not be published. Required fields are marked *