ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବି ବନ୍ଦ ପ୍ରଦେଶରେ ସୈନ୍ୟଶିବିର ନିକଟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହା କରାଯାଇଥିବା ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଘଜ୍‌ନୀ ପ୍ରଦେଶରେ ଶନିବାର ସକାଳେ ଏକ ବିସ୍ଫୋରଣ ୪ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଆହତ ହୋଇଥିଲେ। ସେହିପରି ଗୁରୁବାର କାବୁଲରେ ହୋଇଥିବା ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିଲେ।


All Right Reserved By Dharitri.Com

କଶ୍ମୀରରୁ କର୍ଫ୍ୟୁ ହଟିଲେ ଭାରତ ସହ ହେବ ଦ୍ୱିପାକ୍ଷିକ ଆଲୋଚନା: ଇମ୍ରାନ

ଇସ୍‌ଲାମାବାଦ,୧୮।୯: କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ କେତେବେଳେ କ’ଣ କରୁଛି, କ’ଣ କହୁଛି ନିଜେ ମଧ୍ୟ ଜାଣିପାରୁନାହିଁ। ଏନେଇ ପ୍ରତିଦିନ...

ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ...

ମୋଦିଙ୍କୁ ରାଷ୍ଟ୍ରପତି କହିଲେ ଇମ୍ରାନ୍‌

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତୁଣ୍ଡ ଖସିଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ରାଷ୍ଟ୍ରପତି ବୋଲି କହିଥିଲେ।...

ପୁଟିନ୍‌ଙ୍କୁ ବ୍ୟଙ୍ଗ କଲେ ଟ୍ରମ୍ପ୍‌: ଏଥର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବ ନାହିଁ

ଓସାକା,୨୯ା୬(ଆଇଏଏନ୍‌ଏସ୍‌): ଜାପାନର ଓକାସା ସହରରେ ଚାଲିଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌...

ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା

ଜେରୁଜେଲମ୍‌,୨୫।୭: ଇସ୍ରାଏଲ୍‌ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍‌-ଗୁରିୟନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି...

ସୈନ୍ୟ ବାହିନୀ ଗାଡ଼ି ଉପରକୁ ଗୁଳିମାଡ଼: ୨ ମୃତ

କାବୁଲ,୨।୧୨: ଆଫଗାନୀସ୍ତାନ କାବୁଲରେ ଏକ ସୈନ୍ୟ ବାହିନୀ ଗାଡ଼ି ଉପରକୁ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ...

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

କରୋନା ପାଇବ ପାନେ: ଅଷ୍ଟ୍ରେଲିଆରେ ପ୍ରତିଷେଧକ ଟୀକା ପରୀକ୍ଷଣ ଆରମ୍ଭ !

ନୂଆଦିଲ୍ଲୀ/ମେଲବୋର୍ନ,୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

Leave a comment

Your email address will not be published. Required fields are marked *