Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ନାରୀ ଲେଖିକା ନବନୀତା ଦେବସେନ୍‌

ଭାରତୀୟ ନାରୀ ଲେଖିକାଙ୍କ ମଧ୍ୟରେ ନବନୀତା ଦେବସେନ୍‌ ଏକ ଅତି ପରିଚିତ ନାମ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏହି ଲେଖିକା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। କଲିକତାର ଏକ ବଙ୍ଗାଳୀ ପରିବାରରେ ୧୯୩୮ ମସିହା ଜାନୁୟାରୀ ୧୩ ତାରିଖରେ ତାଙ୍କର ଜନ୍ମ। ବାପା ନରେନ୍ଦ୍ର ଦେବ ଏବଂ ମା’ ରାଧାରାଣୀ ଦେବୀ – ଉଭୟେ ଥିଲେ ସେତେବେଳର ଜଣେଜଣେ ଖ୍ୟାତନାମା କବି। ବାପା ମା’ଙ୍କର ଏହି ସାହିତ୍ୟ ମନସ୍କତା ପିଲାଟି ବେଳୁ ନବନୀତାଙ୍କୁ ପ୍ରଭାବିତ କରିଥିଲା। ଆଉ ସେ ପିଲାଟି ବେଳରୁ ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ। ତାଙ୍କର ଆଉ ଏକ ପରିଚୟ- ସେ ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ସ୍ତ୍ରୀ।

ପାଠପଢ଼ା : ନବନୀତା ତାଙ୍କର ମାତୃଭାଷା ବଙ୍ଗଳାରେ ଶିକ୍ଷା ଆରମ୍ଭ କରିଥିଲେ। ସେ ପ୍ରେସିଡେନ୍ସି କଲେଜ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଅଧିକ ଅଧ୍ୟୟନ ପାଇଁ ଚାଲିଯାଇଥିଲେ ହାଓ୍ବାର୍ଡ ୟୁନିଭର୍ସିଟି। ଇଣ୍ଡିଆନା ୟୁନିଭର୍ସିଟିରୁ ସେ ପିଏଚ୍‌.ଡି. ହାସଲ କଲେ। ଭାରତର ଭାଷାପ୍ରେମୀମାନଙ୍କ ତାଲିକାରେ ନବନୀତାଙ୍କ ନାମ ରହେ। ମାତୃଭାଷା ବଙ୍ଗଳା ବ୍ୟତୀତ ଇଂଲିଶ, ହିନ୍ଦୀ, ଓଡ଼ିଆ, ଅହମୀୟା, ଫ୍ରେଞ୍ଚ୍‌, ଜର୍ମାନ୍‌, ସଂସ୍କୃତ ତଥା ହିବ୍ରୁ ଭାଷାରେ ତାଙ୍କର ପ୍ରଚଣ୍ଡ ଦକ୍ଷତା ରହିଛି।

ବିବାହ : ୧୯୫୯ରେ ସେ ଅମର୍ତ୍ତ୍ୟ ସେନ୍‌ଙ୍କୁ ବିବାହ କଲେ। ଏହି ଦମ୍ପତିଙ୍କ କୋଳରେ ଦୁଇଗୋଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଉଛନ୍ତି ଅନ୍ତରା ଦେବ ସେନ୍‌ ଏବଂ ନନ୍ଦନା ସେନ୍‌। ତେବେ ୧୯୭୬ରେ ଅମର୍ତ୍ତ୍ୟ ଓ ନବନୀତା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ନବନୀତା ଉଚ୍ଚ ଶିକ୍ଷା ପାଇଁ ବିଦେଶ ଚାଲିଯିବା ସହିତ ଜଣେ ଲେଖିକା ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ପ୍ରଚେଷ୍ଟା ଆରମ୍ଭ କରିଦେଲେ। ଆଉ ସେଥିରେ ସେ ସଫଳ ହୋଇଥିଲେ ମଧ୍ୟ।

ପାଳିତା କନ୍ୟା ସହ ନବନୀତା : ସମ୍ପ୍ରତି କଲିକତା ହେଉଛି ନବନୀତା ଦେବ ସେନ୍‌ଙ୍କ ସ୍ଥାୟୀ ଠିକଣା। ସେ ତାଙ୍କର ପୈତୃକ ଘର ‘ଭାଲୋ-ବାସା’ର ଅନ୍ତେବାସୀ। ସୂଚେଇ ଦିଆଯାଇପାରେ ଯେ, ଏହି ଘରେ ସେ ଜନ୍ମ ହୋଇଥିଲେ। ତେଣୁ ଏହା ତାଙ୍କର ସବୁଠୁ ବେଶି ପ୍ରିୟ। ଏ ଘରେ ତାଙ୍କ ସହିତ ଅଛନ୍ତି ତାଙ୍କର ପାଳିତା କନ୍ୟା ଶ୍ରାବସ୍ତୀ ବସୁ। ଶ୍ରାବସ୍ତୀ ହେଉଛନ୍ତି ନବନୀତାଙ୍କର ଜଣେ ଅତି ଘନିଷ୍ଠ ବନ୍ଧୁଙ୍କ କନ୍ୟା। ବ୍ୟକ୍ତିଗତ ଜୀବନରେ ଶ୍ରାବସ୍ତୀ ଜଣେ ସାମାଜସେବୀ। ସେ ଲେସବିଆନ୍‌ (ମହିଳା ସମଲିଙ୍ଗୀ) ରାଇଟ୍ସ ଏବଂ ସିଙ୍ଗିଲ ପ୍ୟାରେଣ୍ଟସ୍‌ ରାଇଟ୍‌ ଉପରେ କାର୍ଯ୍ୟ କରୁଛନ୍ତି।

ବିଦେଶରେ ନବନୀତା : ଜଣେ ଲେଖିକା ତଥା ପ୍ରାଧ୍ୟାପିକା ଭାବରେ ନବନୀତା ମୁଖ୍ୟତଃ ବିଦେଶରେ ହିଁ କାର୍ଯ୍ୟ ଆରମ୍ଭ କରିଥିଲେ। ଆମେରିକା, ଇଟାଲୀ, ଜେରୁଜେଲ୍‌ମ୍‌ ଆଦି ସ୍ଥାନରେ ସେ ଜଣେ ଘରୋଇ ଲେଖକ ବା ରାଇଟର ଇନ୍‌ ରେସିଡେନ୍ସ ଭାବରେ କାର୍ଯ୍ୟ କରିଛନ୍ତି। ହାଓ୍ବାର୍ଡ, କର୍ନେଲ, ରୁଜର୍ସ, କଲମ୍ବିଆ, ସ୍ମିଥ୍‌ କଲେଜ୍‌, ଶିକାଗୋ, ଟରଣ୍ଟୋ, ୟର୍କ ଆଦିରେ ସେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ, ମେକ୍ସିକୋ, ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍ସ ଏବଂ ଜାପାନରେ ଜଣେ ପ୍ରଫେସର ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସାହିତ୍ୟ କୃତି : ଏ ଯାବତ୍‌ ନବନୀତାଙ୍କର ୮୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି। ସେଥିମଧ୍ୟରେ ରହିଛି କବିତା, ଉପନ୍ୟାସ, ଗପ, ନାଟକ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ଭ୍ରମଣ କାହାଣୀ, ହାସ୍ୟବ୍ୟଙ୍ଗ, ଅନୁବାଦ ଏବଂ ଶିଶୁଲେଖା। ‘ପ୍ରଥମ ପ୍ରତ୍ୟୟ’ ହେଉଛି ତାଙ୍କର ପ୍ରଥମ ପ୍ରକାଶିତ କବିତା ସଂକଳନ। ଏହା ୧୯୫୯ରେ ପ୍ରକାଶିତ ହୋଇଥିଲା।


All Right Reserved By Dharitri.Com

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ...

ଯେଉଁଠି ଭାତ ଥାଳିକୁ ଗୋଡରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା

ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ...

‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ ପ୍ରତିଯୋଗିତା: ଆଇରନ୍‌ କରିବେ କେଉଁଠି ବି କେମିତି ବି

ଆଇରନ୍‌ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ତେବେ ଏହି ଆଇରନ୍‌ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଜ୍ଜ୍‌ନିତ ରୋମାଞ୍ଚର ଅନୁଭୂତିକୁ...

ବିଲେଇଙ୍କ ଫ୍ୟାଶନ ଶୋ’

ପ୍ରତିଦିନ ଦୁନିଆରେ ବିଭିନ୍ନ ପ୍ରକାରର ଫ୍ୟାଶନ ଶୋ’ ଆୟୋଜିତ ହୋଇଥାଏ। କିନ୍ତୁ କେବେ ବିଲେଇଙ୍କ ଫ୍ୟାଶନ ଶୋ ସମ୍ପର୍କରେ ଶୁଣିଛନ୍ତି? ଆମେରିକାର ନ୍ୟୁୟର୍କ ସହରରେ ପ୍ରତିବର୍ଷ...

ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ...

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ...

ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ

ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍‌ କ୍ୱଚିତ୍‌ ସେମାନଙ୍କର ଥାଏ।...

କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ

ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *