ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ମାଲକାନଗିରି,୨୮ା୭ (ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡରେ ଶନିବାର ପୋଲିସ ଏନ୍‌କାଉଣ୍ଟରରେ ୭ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ଜିଲା ପିରିୟମକୋଟ ଜଙ୍ଗଲରେ ମାଓବାଦୀଙ୍କ ବୈଠକ ଚାଲିଥିବା ଏବଂ ଶହୀଦ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା ଚାଲିଥିଲା। ଏହି ଖବର ମିଳିବା ପରେ ଏସ୍‌ଟିଏଫ୍‌ ଏବଂ ସିଆରପିଏଫ ପକ୍ଷରୁ ସ୍ବତନ୍ତ୍ର କୋମ୍ବିଂ ଅପରେଶନ କରାଯାଇଥିଲା। ଜଙ୍ଗଲରେ ପହଞ୍ଚତ୍ବା ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ୭ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମୃତଦେହ ମିଳିଥିବା ପୋଲିସ ସୂଚନା ଦେଇଛି। ମୃତ ମାଓବାଦୀମାନେ ଦଣ୍ଡକାରଣ୍ୟ ମାଓବାଦୀ ଡିଭିଜନ ଅନ୍ତର୍ଗତ ବସ୍ତର ଆଞ୍ଚଳିକ କମିଟିର ସଦସ୍ୟ। ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ବିସ୍ଫୋରକ, ମାଓବାଦୀ ବ୍ୟବହୃତ ସାମଗ୍ରୀ, ବନ୍ଧୁକ, ଗୁଳି, ଶହୀଦ ଦିବସ ପାଇଁ ହୋଇଥିବା ବ୍ୟାନର, ପୋଷ୍ଟର ଆଦି ଜବତ କରିଛି ବୋଲି ମାଓବାଦୀ ଅପରେଶନ ଆଇଜି ପି. ସୁନ୍ଦରରାଜ କହିଛନ୍ତି। ରବିବାର ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶା, ଛତିଶଗଡ ଆନ୍ଧ୍ର ପୋଲିସ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ କରାଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରାଯାଇଛି।


All Right Reserved By Dharitri.Com

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି, ୧୪।୯(ଡି.ଏନ୍‌.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ...

ମାଲକାନଗିରିରେ ନୂତନ ସିଡିଏମ୍‌ଓଙ୍କ ଯୋଗଦାନ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ସୋମବାର ନୂତନ ଜିଲା ଚିକିତ୍ସାଧିକାରୀ ଭାବେ ଡା. ଅଜୟ କୁମାର ବୈଠାରୁ ଯୋଗ ଦେଇଛନ୍ତି।...

ମାଲକାନଗିରିରେ ଲଗାଣ ବର୍ଷା: ୨ ଦିନ ପାଇଁ ସବୁ ସ୍କୁଲ ଛୁଟି

ମାଲକାନଗିରି, ୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ପାଇଁ ଜିଲାପାଳ...

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି/ଖଇରପୁଟ,୧୯।୮(ଡି.ଏନ୍‌.ଏ.): ଚାଷଜମିକୁ ଯାଇ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁ୍‌ଡ଼ା ଗ୍ରାମର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନିଦିନ ପରେ ସୋମବାର...

୨ ମାସ ହେବ ବିଦ୍ୟୁତ୍‌ ସେବା ଅଚଳ: ସମାଧାନ ନେଇ ଗ୍ରାମବାସୀଙ୍କ ଚେତାବନୀ

କୋରୁକୋଣ୍ଡା, ୨୪।୯ (ଡ଼ି.ଏନ୍‌.ଏ) : ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ଡୁରୁକାଗୁଡା ଗ୍ରାମରେ ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ହେବ ବିଦ୍ୟୁତ୍‌ ସେବା ଅଚଳ ହୋଇପଡିଛି।...

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର...

ବନ ବିଭାଗ ପକ୍ଷରୁ ଚଢ଼ାଉ : ଶାଳକାଠ ସହ ଗାଡ଼ି ଜବତ, ୨ ଗିରଫ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ପଦ୍ମଗିରି ନିକଟରେ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଶାଳକାଠ ସହ ଏକ ପିକ୍‌ଅପ୍‌ ଜବତ...

Leave a comment

Your email address will not be published. Required fields are marked *