୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବ୍ୟବସାୟୀ ଛତିଶଗଡର ଜଞ୍ଜଗିରଚପା ଜିଲା ମାଲଖୋରୋଦା ଗ୍ରାମର ଭୋଜରାମ ପଙ୍କେଇ(୩୨)ଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ସ୍କର୍ପିଓ ଡ୍ରାଇଭର ଛତିଶଗଡ ରାୟଗଡର ରାଜୁ ଯାଦବ ଫେରାର ହୋଇଯାଇଛନ୍ତି। ସେହିଭଳି ଗଞ୍ଜେଇ ଗାଡିକୁ ଆଗରେ ଏସକର୍ଟ ଦେଇ ଯାଉଥିବା ଅନ୍ୟ ଏକ ଗାଡି ଖସି ଯିବାରେ ସକ୍ଷମ ହୋଇଛି। ଅବକାରୀ ବିଭାଗର ତନଖି ସମୟରେ ସ୍କର୍ପିଓରୁ ୧୦୦ଟି ପ୍ୟାକେଟ୍‌ରେ ଥିବା ୯୮ କିଲୋ ଗଞ୍ଜେଇ ମିଳିଛି। ଗଞ୍ଜେଇ ବୌଦ୍ଧ ଜିଲା ଶଗଡାରୁ ଛତିଶଗଡର ବିଳାସପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ବାଉଁଶୁଣୀ ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଗଞ୍ଜେଇ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ସ୍କର୍ପିଓର ନମ୍ବର ନକଲି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଓଡିଶାର ନମ୍ବର ଓଡି୧୭ଏମ-୯୧୬୦ ଲେଖାଥିବା ବେଳେ ଗାଡି ଭିତରୁ ଛତିଶଗଡର ନମ୍ବର ପ୍ଲେଟ ସିଜି୧୨ଏଏକ୍ସ-୬୫୦୪ ମିଳିଛି। ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଳା। ପ୍ରକାଶ ଯେ, କନ୍ଧମାଳ ଓ ବୌଦ୍ଧ ଜିଲାରୁ ଗଞ୍ଜେଇ ସୁବର୍ଣ୍ଣପୁର ଜିଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ।


All Right Reserved By Dharitri.Com

କମୁଛି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା

ବିନିକା,୨୬ା୨(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରାଣୀ...

ଟାର୍ଗେଟ୍‌ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ

ସୋନପୁର,୩୧।୧୨(ନି.ପ୍ର.) ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍‌ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍‌ ସରିଥିବାରୁ ପ୍ରାଥମିକ କୃଷି...

ଘୁଙ୍ଗିନାଳ ଉପରେ ୪ଫୁଟର ପାଣି, ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବଚ୍ଛିନ୍ନ

ବୀରମହାରାଜପୁର, ୨୯।୭ (ଡି.ଏନ.ଏ.): ରବିବାର ରାତିରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପାନ୍ତ ଅଞ୍ଚଳର ବିଭିନ୍ନ ଯୋର ଓ ନାଳରେ ବଢ଼ିପାଣି...

ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି: ସ୍କୁଲ ଯିବି, ପାଠ ପଢ଼ିବି

ଅମରପାଲି, ୧୯।୩ (ଡି.ଏନ.ଏ.) ସ୍କୁଲ ଯିବି, ସାଙ୍ଗ ସାଥିଙ୍କ ସହ ପାଠ ପଢ଼ିବି। ଖେଳାବୁଲା କରିବାକୁ ଇଚ୍ଛା ହେଉଛି। ମାତ୍ର ଅସୁସ୍ଥତା ଯୋଗୁ ସ୍କୁଲ ଯାଇ...

ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ପାଣି ଲାଗି ହଟହଟା ପଡ଼ାବାସୀ

ବିନିକା,୧୬ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି।...

ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ

ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା...

କଳା, ସଂସ୍କୃତି ସଭ୍ୟତାର ପରିଚୟ ଦେଇଥାଏ

ବିନିକା,୪ା୨(ଡି.ଏନ୍‌.ଏ) ସୁବଣ୍ଣର୍ର୍ପୁର ଜିଲା ବିନିକା ପାପକ୍ଷୟ ଲୋକ ମହୋତ୍ସବର ସୋମବାର ଥିଲା ତୃତୀୟ ସନ୍ଧ୍ୟା ା ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ବୟ ମନ୍ତ୍ରୀ...

Leave a comment

Your email address will not be published. Required fields are marked *