୧,୦୭,୪୦୮ ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ହତ୍ୟା, ବଳାତ୍କାର ଓ ଯୌତୁକଜନିତ ଅପରାଧ ଚିନ୍ତାର କାରଣ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର-୨୦୧୮ରୁ ଏହା ଜଣାପଡିଛି। ୨୦୧୮ରେ ୧୩୭୮ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଏହି ସମୟରେ ୫୪ଟି ମାଓବାଦୀ ଘଟଣା ହୋଇଛି। ଏଥିରେ ୧୯ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩୯ ଗିରଫ ହୋଇଛନ୍ତି। ୨୭ ଜଣ ଆତ୍ମସମର୍ପଣ କରିଛନ୍ତି। କେତେକ ଜିଲାରେ ବାମପନ୍ଥୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ୬ଟି ଜିଲାରେ ଆଦୌ ନ ଥିଲା। ତେବେ ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରେ ନିୟନ୍ତ୍ରଣରେ ରହିଛି।
ଶ୍ୱେତପତ୍ରରେ ସରକାର କହିଛନ୍ତି ଯେ, ୨୦୧୮ରେ ରାଜ୍ୟରେ ୧,୦୭,୪୦୮ଟି ଧର୍ତ୍ତବ୍ୟ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୬୯,୩୪୧ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୩୭୮ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ରାଜ୍ୟରେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୪୫୯ ଠିକ୍‌ ଥିବା ଜଣାପଡିଛି। ସେଥିମଧ୍ୟରୁ ୧୫୨୬ରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ସେହିଭଳି ୫୦୧ଟି ଯୌତୁକଜନିତ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୨୩ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ଏହି ସମୟରେ ୩୭୧୩ ସିନ୍ଧି ଚୋରି ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ କେବଳ ୧୧୦୮ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୯୦୬୯ଟି ଚୋରି ମଧ୍ୟରୁ ୩୨୭୩ଟିରେ ଚାର୍ଜଶିଟ ଦାଖଲ ହୋଇଛି। ୨୭୯୪ଟି ଠକେଇ ମାମଲା ମଧ୍ୟରୁ ମାତ୍ର ୭୦୭ଟିରେ ଚାର୍ଜଶିଟ ଦାଖଲ ହୋଇଛି। ଏହି ସମୟରେ ୨୧୨୦ଟି ଦଙ୍ଗା ମାମଲା ପଞ୍ଜୀକୃତ କରାଯାଇଛି। ସେଥିମଧ୍ୟରୁ ୧୧୩୧ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୨୦୧୮ରେ ୫୧ଟି ମହିଳା ଚାଲାଣ ଅପରାଧ ରୁଜୁ ହୋଇଥିବା ବେଳେ ମାତ୍ର ୨୩ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସେହିପରି ପୁରୁଷ ଚାଲାଣ ମାମଲା ସଂଖ୍ୟା ୨୪ ଥିବା ବେଳେ ମାତ୍ର ୮ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୫ଟି ଅର୍ଥନୈତିକ ଅପରାଧ ମାମଲା ରୁଜୁ କରାଯାଇଛି। ୧୪୪୯ ବାଳ ଅପରାଧୀଙ୍କ ବିରୋଧରେ ୧୧୫୫ ମକଦ୍ଦମା ରୁଜୁ କରାଯାଇଛି। ତଫସିଲଭୁକ୍ତ ଜାତି (ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ଉପରେ ୨୩୨୦ଟି ମକଦ୍ଦମା ମଧ୍ୟରୁ ୬୦୯ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ଏସ୍‌ସିଙ୍କ ଉପରେ ୧୭୭୫ରୁ ୪୨୮, ଏସଟିଙ୍କ ଉପରେ ୫୪୫ରୁ ୧୮୧ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ୨୦୧୮ରେ ୧୧୨୬୨ଟି ମୋଟର ଦୁର୍ଘଟଣା ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୧୮୬ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ୨୦୧୮ରେ ୩୪ ଥର ହିନ୍ଦୁ-ମୁସଲମାନ ଏବଂ ୫ଥର ହିନ୍ଦୁ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୧୮ରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୩ଥର ଗୁଳିଚାଳନା କରାଯାଇଥିଲା। ସୋମବାର ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ହେବାର ଅଛି। ଏହା ପୂର୍ବରୁ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି।


All Right Reserved By Dharitri.Com

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ବୁଗୁଡ଼ା,୬ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ଜେକ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶୁକ୍ରବାର ସକାଳେ ଦୁଇ ପରିବାରର ୨ ବଖରା ଜଳିଯାଇଛି। ବିଶ୍ୱନାଥ ବେହେରାଙ୍କ କୁମ୍ଭାର ଶାଳରେ ହାଣ୍ଡି...

ପ୍ରସାରଣରେ ‘ଧରିତ୍ରୀ’ ଏକ ନମ୍ବର

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ଧରିତ୍ରୀ ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ। ୨୦୧୮-୧୯ ଆର୍ଥିକବର୍ଷର ହିସାବ ଅନୁଯାୟୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟରେ ଏହା ଦର୍ଶାଯାଇଛି। ୨୦୧୮-୧୯...

ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

ଭଞ୍ଜନଗରରେ ବିଜେଡିର ବିକ୍ରମ, ଆସିକାରେ ମଞ୍ଜୁଳା, ସୋରଡାରେ ପୂର୍ଣ୍ଣ ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୨୦,୩୭୩...

‘ଫନୀ’ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର: ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ

ପୁରୀ ଅଫିସ, ୨୮ା୭: ଆଉ ୬ ଦିନ ପରେ ‘ଫନୀ’କୁ ପୂରିବ ୩ମାସ। ହେଲେ ଏ ଯାଏ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର। ବାତ୍ୟାରେ ଭାଙ୍ଗିଯାଇଥିବା...

ଆବର୍ଜନା ଦିଅ, ମାଗଣାରେ ଜଳଖିଆ ଖାଅ

ପୁରୀ ଅଫିସ, ୫ା୧୨: ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏଥିରେ ଦେଶ ବିଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ଏହି ମହୋତ୍ସବ ଦେଖିବାକୁ...

ରେଳଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ରୋଡ଼, ୬।୮(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ହଠାତ କଲୋନୀ ନିକଟ ରେଳଧାରଣାରୁ ମଙ୍ଗଳବାର ଭୁବନେଶ୍ୱର ଜିଆର୍‌ପି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।...

Leave a comment

Your email address will not be published. Required fields are marked *