Posted inଭଦ୍ରକ

ନଦୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ଭଣ୍ଡାରିପୋଖରୀ, ୨୮।୭ (ଡି.ଏନ୍‌.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବନ୍ଦାଳୋ ମଢିଆଳି ପଞ୍ଚାୟତ ବନ୍ଦାଳୋ ଗ୍ରାମର ଜଗନ୍ନାଥ ରଣାଙ୍କ ୧୮ ମାସର ପୁଅ ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ନିଖୋଜ ହୋଇଯାଇଥିଲେ। ଶନିବାର ବୈତରଣୀ ନଦୀର ଝୁଟଣା ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ପରିବାର ଲୋକେ ନଦୀରେ ଖୋଜାଖୋଜି କରି ଝୁଟଣା ଘାଟ ପର୍ଯ୍ୟନ୍ତ ଯାଇଥିଲେ। ଝୁଟଣା ଘାଟରେ ଆଦିତ୍ୟଙ୍କ ମୃତଦେହ ଲାଗିଥିବା ଦେଖି ଘରକୁ ଆଣିଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ଘର ପାଖରେ ବରା ଖାଉଥିବା ବେଳେ ସ୍ଥାନୀୟ ବୈତରଣୀ ନଦୀକୁ ଚାଲିଯାଇ ବୁଡ଼ିଯାଇଥିବା ସନ୍ଦେହ କରାଯାଇଥିଲା। ଖବର ପାଇ ଭଣ୍ଡାରିପୋଖରୀ ଦମକଳ କର୍ମଚାରୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ।


All Right Reserved By Dharitri.Com

ଆତ୍ମହତ୍ୟା କଲେ ଯୁବକ

ଆରଡି, ୫।୧୨, (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆ ପାଟଣା ଗାଁର ଚିନ୍ତାମଣି ମୁଦୁଲି (୨୩) ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ଘରଠାରୁ...

ଫାଇଲରେ ସୀମିତ ସିସିଟିଭି ସର୍ଭିଲାନ୍ସ ଯୋଜନା

ଭଦ୍ରକ ଅଫିସ, ୯।୯- ଭଦ୍ରକ ସହରରେ ଲୁଟ୍‌, ରାହାଜାନି, ଡକାୟତି, ଚୋରି ଘଟଣା ବୃଦ୍ଧି ପାଉଛି। ଜଣେ ମଧ୍ୟ ଅପରାଧୀ ପୋଲିସ ଦ୍ୱାରା କାବୁ ହେବାର...

ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ...

ପୁଅର ଶାବଳ ମାଡ଼ରେ ବାପା, ଭାଇବୋହୂ ଗୁରୁତର

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଧୂଷୁରୀ ଥାନା ଅସୁରାଳି ହଂସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଶାବଳ ମାଡ଼ରେ ବାପା ଓ ଭାଇବୋହୂ...

ବାତ୍ୟା କ୍ଷତିଗ୍ରସ୍ତଙ୍କ ଚୂଡ଼ାନ୍ତ ତାଲିକାରେ ବିଳମ୍ବ

ଚାନ୍ଦବାଲି,୧୯।୧୧(ଡି.ଏନ.ଏ.)- ବାତ୍ୟା ବୁଲବୁଲ୍‌ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦ୍ରାଞ୍ଚଳ ଆର୍‌ଡିସି ଚାନ୍ଦବାଲି ଗସ୍ତ କରି ବିଭିନ୍ନ...

ଜବରଦଖଲରେ ସରକାରୀ ଜମି

ଆରଡ଼ି,୧୦।୨ (ଡି.ଏନ.ଏ.)-ଜବରଦଖଲକାରୀଙ୍କ କବଳରେ ସରକାରୀ ଜମି। କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ...

ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର

ପଦ୍ମପୁର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି।...

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦବାଲି ଗସ୍ତ

ଚାନ୍ଦବାଲି,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି।...

Leave a comment

Your email address will not be published. Required fields are marked *