Posted inଖେଳ

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ ନୁହନ୍ତି ଏହି ଭାରତୀୟ ଓପନର। ଆଇସିସି ବିଶ୍ୱକପରେ ସେ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଏକଦିବସୀୟ କ୍ରିକେଟରେ ବିଶ୍ୱର ଅନ୍ୟତମ ସଫଳ ଓପନରଭାବେ ଧାଓ୍ବନ ପରିଚିତ। ସେ ସବୁବେଳେ ବଡ଼ ଇଭେଣ୍ଟ ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ୨୦୧୩ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ସେ ଭଲ ଖେଳିଥିବାରୁ ଆଗାମୀ ବିଶ୍ୱକପରେ ମଧ୍ୟ ସଫଳ ହେବାନେଇ ଦୃଢ଼ ଆଶାୟୀ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ୨୦୧୫ ବିଶ୍ୱକପରେ ସେ ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଥିଲେ।

”ଲୋକମାନେ ସବୁବେଳେ ଆଇସିସି ଇଭେଣ୍ଟଗୁଡ଼ିକରେ ମୋ ରେକର୍ଡକୁ ନେଇ ଆଲୋଚନା କରିଥାନ୍ତି। ସ୍ପଷ୍ଟଭାବେ କହିବାକୁ ଗଲେ ମୋର ଅଭିଳାଷ ସବୁବେଳେ ସମାନ। ସବୁବେଳେ ଯେ ମୋ ପ୍ରଦର୍ଶନ ସମାନ ଥାଏ ତା’ ନୁହେଁ, ମାତ୍ର ମୋର ଫୋକସ ସର୍ବଦା ସମାନ ଥାଏ। ତେଣୁ ଆଗାମୀ ଆଇସିସି ଟୁର୍ନାମେଣ୍ଟରେ ନିଶ୍ଚିତଭାବେ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଆଶାବାଦୀ“ ବୋଲି ଧାଓ୍ବନ ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୩୩ ବର୍ଷୀୟ ଧାଓ୍ବନ ୫୨୧ ରନ ସ୍କୋର କରିଥିଲେ। ଲିଗ୍‌ରେ ଦିଲ୍ଲୀ ୪ର୍ଥ ସ୍ଥାନରେ ରହିବା ପଛରେ ତାଙ୍କର ଅନେକ ଅବଦାନ ରହିଥିଲା। ବିଶ୍ୱକପ ନିକଟ ହୋଇ ଆସିଥିବାବେଳେ ସେ କୌଣସି ଚାପରେ ନାହାନ୍ତି ବୋଲି ଧାଓ୍ବନ କହିଛନ୍ତି। ”ଚାପ ଅନୁଭବ କରୁଥିବା ଖେଳାଳିଙ୍କ ଭିତରେ ମୁଁ ନାହିଁ। ମୋର ଆଭିମୁଖ୍ୟ ସବୁବେଳେ ସମାନ। ସମାଲୋଚକମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ୫-୧୦ଟି ମ୍ୟାଚରେ ରନ ସ୍କୋର କରିବି ନାହିଁ ଅର୍ଥ ନୁହଁ ଯେ ସବୁକିଛି ଶେଷ ହୋଇଗଲା। ମୁଁ କିଭଳି ଖେଳାଳି ଏବଂ ମୋର କ’ଣ ଦକ୍ଷତା ରହିଛି ତାହା ମୁଁ ଭଲଭାବେ ଜାଣିଛି“ ବୋଲି ୧୨୮ଟି ଦିନିକିଆ ଅନ୍ତର୍ଜାତୀୟରେ ୧୬ ଶତକ ସହ ୫୩୫୫ ରନ କରିଥିବା ଧାଓ୍ବନ ପ୍ରକାଶ କରିଛନ୍ତି। ଆଉଟ ସାଇଡ୍‌ ଅଫ୍‌ ଷ୍ଟମ୍ପ ବାହାରର ବଲ ଖେଳିବାକୁ ନେଇ ତାଙ୍କର ଟେକ୍ନିକ୍‌କୁ ନେଇ ହେଉଥିବା ଆଲୋଚନା ସମ୍ପର୍କରେ ଧାଓ୍ବନ କହିଲେ ଯେ, ମୋ ସମ୍ପର୍କରେ ଏ ସବୁ କେଉଁଠି ଲେଖାଯାଉଛି ତାହା ମୁଁ ଜାଣିବାକୁ ଚାହେଁ, ମୁଁ ସେ ଖବରକାଗଜ ପଢ଼ିବାକୁ ଚାହେଁ ଏବଂ ଟେଲିଭିଜନ ଦେଖିବାକୁ ଚାହେଁ। ମୁଁ ଏ ଦୁଇଟି ଯାକ କରେନାହିଁ। ତେଣୁ ମୋ ସମ୍ପର୍କରେ ଯାହାକିଛି ବି ଆଲୋଚନା ହୁଏ ତାହା ମୋତେ ବ୍ୟସ୍ତ କରେନାହିଁ। ଆଉ ସୋସିଆଲ ମିଡିଆ କଥା କହିଲେ ମୁଁ ଟୁଇଟର ଏବଂ ଫେସ୍‌ବୁକ୍‌କୁ ଖୁବ୍‌ କମ୍‌ ବ୍ୟବହାର କରେ। ”ନିୟମିତ ଟୁଇଟର ଅପ୍‌ଡେଟ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ୍‌ ପ୍ରତିକ୍ରିୟାକୁ ଚେକ୍‌ କରୁଥିବା ଖେଳାଳିଙ୍କ ମଧ୍ୟରେ ମୁଁ  ନାହିଁ। ମୁଁ ଏହାକୁ ଆବଶ୍ୟକସ୍ଥଳେ ଦେଖିଥାଏ। ତେଣୁ ମୋତେ ଯିଏ ଯାହା କହୁ ନା କାହିଁକି ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ।

ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ରେ କୌଣସି ତ୍ରୁଟି ନ ଥିବା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟର ଦୁଇ କିମ୍ବଦନ୍ତୀ ଖେଳାଳି ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଏହା ଧାଓ୍ବନଙ୍କୁ ବେଶ୍‌ ଉତ୍ସାହିତ କରିଛି। ୨୦୦୪ରେ ପ୍ରଥମଶ୍ରେଣୀ ପଦାର୍ପଣ କରିଥିବା ଧାଓ୍ବନ ଦୀର୍ଘ ୧୫ ବର୍ଷ ଧରି ସିନିୟର କ୍ରିକେଟରେ ସକ୍ରିୟ ଅଛନ୍ତି। ”ମୁଁ କ୍ୟାରିୟର ଆରମ୍ଭ କରିଥିବା ସମୟରେ ସଫଳତା ପାଇଁ ଯେପରି ବ୍ୟଗ୍ର ଥିଲି ଆଜି ମଧ୍ୟ ସେମିତି ଅଛି। ମୁଁ ୯ ବର୍ଷ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବାପରେ ଟେଷ୍ଟ ପଦାର୍ପଣ କରିଥିଲି। ତେଣୁ ମୁଁ ନିଜକୁ ଭାଗ୍ୟବାନ ମନେକରେ, ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ। ମୋ ମଧ୍ୟରେ ଆବେଗ ଏବଂ ଭୋକିଲା ମନୋବୃତ୍ତି ନ ଥିଲେ ୯ ବର୍ଷ ଘରୋଇ କ୍ରିକେଟ ଖେଳିବାପରେ କେବେହେଲେ ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରି ନ ଥାନ୍ତି। ୬ ବର୍ଷ ଧରି ମୁଁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛି ଏବଂ ମୋ ଯାତ୍ରା ଖୁବ୍‌ ସୁଖଦ ରହିଛି“ ବୋଲି ଧାଓ୍ବନ କହିଛନ୍ତି।


All Right Reserved By

Posted inଖେଳ

ନିରପେକ୍ଷ ଅମ୍ପାୟରଙ୍କୁ ପଣ୍ଟିଂଙ୍କ ସମାଲୋଚନା

ସିଡ୍‌ନୀ,୩।୮(ଏଏଫ୍‌ପି)- ଇଂଲଣ୍ଡର ବର୍ମିଂହାମଠାରେ ଚାଲିଥିବା ପ୍ରଥମ ଆଶେସ ଟେଷ୍ଟରେ ଅମ୍ପାୟରଙ୍କ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିଯୋଗୁ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ଶନିବାର...

ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢ଼ୁଛି

ଭୁବନେଶ୍ୱର, ୧୯ା୮(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋଟର୍‌ସ କ୍ଲାଇମ୍ବିଂ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ରେ ଗତ ଜୁଲାଇ ୨୬ରୁ ଚାଲିଥିବା ଟ୍ରେନିଂ ପ୍ରତି ଯୁବପିଢ଼ି...

ଯୁବରାଜ ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ: ସୋଏବ ଅଖତର

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଓ୍ବିନର ଯୁବରାଜ ସିଂଙ୍କୁ ପ୍ରାକ୍ତନ ପାକିସ୍ତାନ...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ସର୍ଫରାଜଙ୍କୁ ପିସିବି ମୁଖ୍ୟଙ୍କ ଫୋନ

ଲଣ୍ଡନ,୧୯ା୬: ଭାରତୀୟ ଦଳଠାରୁ ବିଶ୍ୱକପ୍‌ରେ କ୍ରମାଗତ ୭ମ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଇଶାନ ମାନି ଦଳୀୟ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ...

ଦ୍ୱିତୀୟ ଆଶେସ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଲଣ୍ଡନ,୧୪।୮(ଏଏଫ୍‌ପି)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହାଇପ୍ରୋଫାଇଲ ଆଶେସ ସିରିଜ ଦ୍ୱିତୀୟ ଟେଷ୍ଟରେ ବୁଧବାରଠାରୁ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍‌ସ...

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିଣି ପ୍ରଥମେ ଭାରତର ବ୍ୟାଟିଂ ନିଷ୍ପତ୍ତି

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ଟସ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *