ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍‌ ପରଭେଜ୍‌ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି। ଏହା ସହିତ ସେ ଘରେ ସମସ୍ତ ହିନ୍ଦୁ ଦେବଦେବୀଙ୍କୁ ମଧ୍ୟ ପୂଜା କରନ୍ତି। କାରଣ ସେ ସବୁ ଧର୍ମ ଉପରେ ବିଶ୍ୱାସ ରଖୁଥିବା କହିଛନ୍ତି। ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ ବୋଲି ଶାହିନ୍‌ କହିଥାନ୍ତି। ସ୍କୁଲରେ ପାଠ ପଢୁଥିବା ସମୟରୁ ସେ ଏଭଳି କରି ଆସୁଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟକୁ ପରିବାରର କୌଣସି ସଦସ୍ୟ ବିରୋଧ କରିନାହାନ୍ତି। ସେ ଜାଣନ୍ତି ଈଶ୍ୱର ଏକ ଏବଂ ଅଦ୍ୱିତୀୟ। ପ୍ରତ୍ୟେକ ମଣିଷକୁ ଭଲପାଇବା ସବୁଠୁ ବଡ ଧର୍ମ ବୋଲି ସେ ବିବେଚନା କରନ୍ତି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସକରନ୍ତି। ବେଳେ ବେଳେ କେତେକ ବ୍ୟକ୍ତି ଅସହିଷ୍ଣୁ ଭାବ ପୋଷଣ କରି ସାମ୍ପ୍ରଦାୟିକ ସଂଘର୍ଷର କାରଣ ହେଉଥିବାବେଳେ ଶାହିନ୍‌ଙ୍କ ହିନ୍ଦୁ ଦେବଦେବୀ ପୂଜନ ତଥାକଥିତ ଲୋକଙ୍କ ପାଇଁ ଭଲ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ।


All Right Reserved By Dharitri.Com

ବିପର୍ଯ୍ୟୟମୁଖୀ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର କେହି କେହି କହନ୍ତି ସରକାରଙ୍କ ବଡ଼ ଶତ୍ରୁ ସରକାର। ଉପକୂଳ ରାଜପଥରୁ ସରକାରୀ ବସ୍‌ର ଉଭାନ, ଓଡ଼ିଶା ଏବଂ ଓଡ଼ିଶା...

ମାଂସରେ ରାକ୍ଟୋପାମାଇନ୍‌ର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଥରେ ‘କକ୍‌ଟେଲ ଅଫ୍‌ ଡ୍ରଗ୍ସ ଇନ୍‌ ମିଟ୍‌’ ବିଷୟରେ ଲେଖିଥିଲି। ସେଥିରେ ମୁଁ ଲେଖିଥିବା ଗୋଟିଏ ଡ୍ରଗ୍‌ ହେଉଛି...

ବେତନ ଆୟୋଗ ବସିବନି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି...

ଆଜିର ଅର୍ଥନୀତି/ ଅଲଗାବାଦ ଛାଡ଼

ଚଳିତ ସପ୍ତାହରେ ଭାରତ ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗୀଦାରି (ଆର୍‌ସିଇପି) ଶିଖର ବୈଠକରୁ ଶେଷ ମୁହୂର୍ତ୍ତରେ ଓହରିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍‌ସିଇପି ବୈଠକରେ ଭାଗନେବା...

ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି...

କର୍ମ ନେଇ ଫଳ

ରମେଶ ଚନ୍ଦ୍ର ସାମଲ ପିମ୍ପୁଡି ରୁଖା ଉପରକୁ ଉଠିଗଲେ ଭାବେ ତା’ ମୁଣ୍ଡ ସ୍ବର୍ଗରେ ଲାଗିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା ଦେଖିବାକୁ ମିଳୁଛି। ଯିଏ...

ଅର୍ଥନୀତି ଭୁଶୁଡ଼ିବ – ସରକାର ପକେଟ ନୁହେଁ, ପେଡ଼ି ଖୋଲନ୍ତୁ

ତର୍କ ଓ ତତ୍ତ୍ୱ/ ବିମଳ ପ୍ରସାଦ ପାଣ୍ଡିଆ ରାଜନୈତିକ, ଆର୍ଥିକ ଓ ସାମରିକ ମାମଲାରେ ଆମେରିକା ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଦେଶ। ଏବେ...

ଆଦିବାସୀ ଅଞ୍ଚଳରେ ଶିକ୍ଷା

ସବ୍ୟସାଚୀ ଅମିତାଭ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗତି କୁଆଡେ। ସରକାର କହୁଛନ୍ତି, ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ହେଲେ ଆଦିବାସୀବହୁଳ ଜିଲାଗୁଡ଼ିକରେ ଶିକ୍ଷାର ବାସ୍ତବ ଚିତ୍ର କିନ୍ତୁ...

Leave a comment

Your email address will not be published. Required fields are marked *