ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା ମାମୁଡ଼ିହ ଗ୍ରାମର ଶିବାନନ୍ଦ ନାୟକ (୨୨)। ଗତ ୨୩ ତାରିଖରେ ଜଣେ ନବମଶ୍ରେଣୀ ଛାତ୍ରୀ ବିଦ୍ୟାଳୟକୁ ଯାଉଥିବାବେଳେ ଶିବାନନ୍ଦ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲେ। ୨୪ରେ ଛାତ୍ରୀଙ୍କ ମା’ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ନଂ.୧୮୦/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶିବାନନ୍ଦ ଭୁବନେଶ୍ୱରସ୍ଥିତ ସମ୍ପର୍କୀୟଙ୍କ ଘରେ ରହୁଥିବା ପୋଲିସ ସୂଚନା ପାଇଥିଲା। ଶୁକ୍ରବାର ଚଢାଉ କରି ଉଭୟଙ୍କୁ ଠାବ କରିଥିଲା। ଜଜ୍‌ଙ୍କ ସମ୍ମୁଖରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଶିବାନନ୍ଦଙ୍କୁ ଶନିବାର ଅତିରିକ୍ତ ଜିଲା ଜଜ୍‌-୨ଙ୍କ ନିକଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


All Right Reserved By Dharitri.Com

ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର, ୭ା୯(ବ୍ୟୁରୋ): ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ...

ଜାନୁୟାରୀ ୪ରୁ ଶିଶିର ସରସ ମେଳା: ଯୋଗଦେବେ ୨୫ ରାଜ୍ୟର କାରିଗର

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଜାନୁୟାରୀ ୪ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଶିଶିର ସରସ ମେଳା।...

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ...

ଜୁଆ ଆଡ୍ଡାରେ ଚଢ଼ାଉ: ୧୧ ଜୁଆଡ଼ି ଗିରଫ

ଦିଗପହଣ୍ଡି, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ ପକ୍ଷରୁ ୨ଟି ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ...

ବନ ମହୋତ୍ସବରେ ସଂକଳ୍ପ:ମହାପ୍ରଭୁଙ୍କ ସେବା ପାଇଁ ପ୍ରାଚୀ ତଟରେ ହେବ ପଦ୍ମବନ ପ୍ରକଳ୍ପ

ଗୋପ/କାକଟପୁର, ୨।୭(ଡି.ଏନ୍‌.ଏ.)-୭୦ତମ ବନମୋହତ୍ସବ ଅବସରରେ ପୁରୀ ଜିଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ତଟରେ ପଦ୍ମବନ ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ...

ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ...

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ...

କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.) ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ....

Leave a comment

Your email address will not be published. Required fields are marked *