ସ୍ମାର୍ଟ ମୋବିଲିଟିକୁ ହ୍ୟୁଣ୍ଡାଇର ପ୍ରୋତ୍ସାହନ

ଭୁବନେଶ୍ୱର,୧୫-୫: ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ସ୍ମାର୍ଟମୋବିଲିଟିକୁ ପ୍ରୋତ୍ସାହନ ସ୍ବରୂପ ନୂଆ କର୍ପୋରେଟ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଏହା ‘ଓ୍ବାନ୍ସ ଅପନ ଏ ଟାଇମ୍‌ ହ୍ୟୁଣ୍ଡାଇ ଏ କାର କମ୍ପାନୀ’ ଭାବେ ଆରମ୍ଭ ହୋଇଛି। ଭବିଷ୍ୟତର ଶେୟାର୍ଡ ମୋବିଲିଟି, କନେକଟେଡ ଏବଂ କ୍ଲିନ ଟେକ୍ନୋଲୋଜି ଉପରେ ଏହା କ୍ୟାମ୍ପେନରେ ଗୁରୁତ୍ୱାରୋପ କରିଛି। ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ସେବା ଯୋଗାଣ ଲକ୍ଷ୍ୟରେ ଏହା କାର୍ଯ୍ୟ କରୁଥିବା ବେଳେ ଗ୍ରାହକଙ୍କ ସନ୍ତୁଷ୍ଟି ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଛି। ଏକ ଅଟୋମୋବାଇଲ ବ୍ରାଣ୍ଡରୁ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ ପ୍ରଦାନକାରୀ କମ୍ପାନୀକୁ ପରିବର୍ତ୍ତନର ଧାରା ଏହି କ୍ୟାମ୍ପେନରେ ପ୍ରତିଫଳିତ ହୋଇଛି। ଜିରୋ ଏମିଶନ ମୋବିଲିଟି, ଶେୟାର୍ଡ, କନେକଟେଡ ଲକ୍ଷ୍ୟ ସହ ଅଗ୍ରସର ହେଉଥିବା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌.କିମ୍‌ କହିଛନ୍ତି।


All Right Reserved By Dharitri.Com

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅନ୍‌ଲାଇନ

ଭୁବନେଶ୍ୱର,୨୪।୪: ତନିସ୍କ ପକ୍ଷରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅନ୍‌ଲାଇନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ଅଫର ୨୭ ଏପ୍ରିଲ ଯାଏ ଏହାର...

ପୁଞ୍ଜି ବଜାରରୁ ଉଠାଇ ନେଲେ ୩୭,୯୭୬ କୋଟି

ମୁମ୍ବାଇ,୧୬।୩: କରୋନା ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସ୍ଥିତି ଉପୁଜିବା ଆଶଙ୍କାରେ ବିଦେଶୀ ନିବେଶକ ଛାନିଆ ହୋଇ ପଡିଛନ୍ତି। ମାର୍ଚ୍ଚ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ...

ସୋମନାଥ ନନ୍ଦ ହେଲେ ବିଓବିର ନୂତନ କ୍ଷେତ୍ରୀୟ ମୂଖ୍ୟ

ଭୁବନେଶ୍ୱର,୨-୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ନୂତନ କ୍ଷେତ୍ରୀୟ ମୂଖ୍ୟ ଭାବେ ଉପମହାପ୍ରବନ୍ଧକ ସୋମନାଥ ନନ୍ଦ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ...

ମାଲ୍‌ ପରିବହନ ହ୍ରାସ ଦେଇଥିଲା ସଙ୍କେତ; ମାନ୍ଦାବସ୍ଥାକୁ ଅଣଦେଖା କରିଛି କେନ୍ଦ୍ର

ନୂଆଦିଲ୍ଲୀ,୯-୯: ଦେଶର ଅର୍ଥନୀତି ଅଚାନକ ଧିମା ହୋଇନାହିଁ। ଦୀର୍ଘ ଦିନ ହେଲା ଏହାକୁ ନେଇ ସଙ୍କେତ ମିଳିଥିଲା। ମାଲ୍‌ ପରିବହନ କମିଯିବା, ଟ୍ରକ୍‌ ବିକ୍ରି ହ୍ରାସ...

ମୋଟର ଯାନ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର;ଦ୍ରୁତଗତିରେ ଗାଡ଼ି ଚଳାଇଲେ ୨୦୦୦ ଜରିମାନା

ନୂଆଦିଲ୍ଲୀ,୨୫-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଭେହିକିଲ(ସଂଶୋଧନ) ବିଲ୍‌କୁ ଅନୁମୋଦନ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି...

ଏୟାର ଏସିଆର ଟ୍ରାଭେଲ ଫେୟାର ଆଜିଠାରୁ

ଭୁବନେଶ୍ୱର,୨-୮-ପର୍ଯ୍ୟଟନ ବିକାଶ ଲାଗି ଏୟାର ଏସିଆ ପକ୍ଷରୁ ଏକ ଟ୍ରାଭେଲ ଫେୟାର ଶୁକ୍ରବାରଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏହା ତିନିଦିନ ବ୍ୟାପି ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ...

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ...

Leave a comment

Your email address will not be published. Required fields are marked *