Posted inUncategorized

ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଅଘଟଣ, ୨ ମୃତ

ଗ୍ବାଙ୍ଗଜୁ(ଦକ୍ଷିଣ କୋରିଆ),୨୭।୭(ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଘଟିଛି ଅଘଟଣ। ଏକ ନାଇଟ୍‌ କ୍ଲବ୍‌ର ବାଲ୍‌କୋନି ଭାଙ୍ଗିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି। ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ଙ୍କ ରହଣିସ୍ଥଳ ନିକଟରେ ଥିବା କୋୟୋଟ ଅଗଲି କ୍ଲବ୍‌ର ପ୍ରାୟ ୫ ମିଟର ଉଚ୍ଚରେ ଥିବା ବାଲ୍‌କୋନି ତଳେ ଥିବା ଲୋକ ଓ ଆଥ୍‌ଲେଟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ଓ ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି କାଲେଗ ଗିଲ୍‌ଖ୍ରିଷ୍ଟଙ୍କ ସମେତ ୮ ଆଥ୍‌ଲେଟ୍‌ ଏହି ଅଘଟଣର ଶିକାର ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୬ ଆହତଙ୍କ ମଧ୍ୟରେ ୧୦ ବିଦେଶୀ ରହିଛନ୍ତି। ସେଥିରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ୮ ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି ବୋଲି ମେଟ୍ରୋପଲିଟାନ ପୋଲିସ ଏଜେନ୍ସି ତଦନ୍ତକାରୀ ସଙ୍ଗ ଗି-ଜି କହିଛନ୍ତି। ଦୁଇ ମୃତକ ସ୍ଥାନୀୟ ଲୋକ। ଚାମ୍ପିୟନଶିପ୍‌ ସହ ସେମାନେ ଜଡ଼ିତ ନ ଥିଲେ। ବାଲ୍‌କୋନି ଭୁଶୁଡ଼ିବାର କାରଣ ବେଆଇନ ନିର୍ମାଣ ହୋଇପାରେ ବୋଲି ସେ କହିଛନ୍ତି। ୮ ଆହତ ଆଥ୍‌ଲେଟଙ୍କ ମଧ୍ୟରେ ଆମେରିକାର ୩, ନ୍ୟୁଜିଲାଣ୍ଡ ୨, ନେଦରଲାଣ୍ଡର ୧, ବ୍ରାଜିଲର ୧ ଓ ଇଟାଲୀର ୧ ରହିଛନ୍ତି। ଏହି ଘଟଣା ସମ୍ପର୍କରେ ବିଶ୍ୱ ଚାମ୍ପିୟନଶିପ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି, ଆଥ୍‌ଲେଟ୍‌ମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଇ ରହଣିସ୍ଥଳକୁ ପଠାଇ ଦିଆଯାଛି। ଆମେରିକାର ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି ଗିଲ୍‌ଖ୍ରିଷ୍ଟଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି।


All Right Reserved By Dharitri.Com

Posted inUncategorized View All

ଚାଇନାରେ ଲଗାତାର ୨ ଥର ଭୂକମ୍ପ: ୧୧ ଜଣଙ୍କ ମୃତ୍ୟୁ

ବେଜିଂ, ୧୮।୬: ଚାଇନାର ସିଚୁଆନ୍‌ ପ୍ରଦେଶରେ ଲଗାତାର ୨ଥର ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨୨ଜଣ ଲୋକ ଆହତ ହୋଇଥିବା...

ଦୃଢ଼ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ, ୬।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଓପନର୍‌ ଡୋମିନିକ...

୩ ବର୍ଷ ପରେ ରାହାନେଙ୍କ ଶତକ

ରାଞ୍ଚି,୨୦।୧୦- ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରହାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଘରୋଇ ମାଟିରେ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା...

ସୀମାନ୍ତ କୋଟିଆରେ ଘୋଷଯାତ୍ରା

ପଟ୍ଟାଙ୍ଗି,୫।୭(ଡି.ଏନ୍‌.ଏ.): ସାରା ରାଜ୍ୟରେ ଯେଉଁଦିନ ରଥଯାତ୍ରା ହୁଏ, ତାହା ପରଦିନ ପଟ୍ଟାଙ୍ଗି ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତରେ ଗଡ଼େ ଶ୍ରୀଜୀଉଙ୍କ ରଥ। ୨୦୦୨ ମେ’ ୧ରେ...

ଶିକ୍ଷକ ବଦଳି ବାତିଲ ଦାବିରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ସ୍କୁଲରେ ବଦଳି ଶିକ୍ଷକଙ୍କ ବାତିଲ ଦାବିରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏ ନେଇ ଶନିବାର ସ୍କୁଲ ଫାଟକରେ ଛାତ୍ରୀଛାତ୍ର ତାଲା...

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ୧୭ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯାଉ। ଏ ନେଇ କେନ୍ଦ୍ରମନ୍ତ୍ରୀ...

ମାଟ୍ରିକ ପରୀକ୍ଷା ଫଳ: ଶକ୍ତି ପ୍ରସାଦ ମାଲକାନଗିରି ଜିଲାରେ ପ୍ରଥମ

ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.)- ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମାଲକାନଗିରି ଜିଲାରେ ଶତକଡ଼ା ୫୮.୩୯ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୫୪୧ ନମ୍ବର...

‘ସାହିତ୍ୟରେ ନାରୀସ୍ବର ଶାଣିତ ରହିଛି’

ବଲାଙ୍ଗୀର ଅଫିସ, ୧୪ା୧ ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ୧୫ତମ ବଲାଙ୍ଗୀର ବହିହାଟର ପଞ୍ଚମ ସନ୍ଧ୍ୟା ସୋମବାର ସାହିତ୍ୟରେ ନାରୀ ସ୍ବର ଶୀର୍ଷକ ଆଲୋଚନାଚକ୍ର...

Leave a comment

Your email address will not be published. Required fields are marked *