ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ ହ୍ରଦ ରହିଛି। ଏହି ହ୍ରଦରେ ୨୦ କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରି ରଖାଯାଇପାରିବ। ଏହା ଏକ ଇକୋ ଫ୍ରେଣ୍ଡ୍‌ଲି କ୍ୟାମ୍ପସ। ଯାହା ବିଜୁଳି ଏବଂ ପାଣିର ଅଭାବ ଦୂର କରିବ। ଆର୍କିଟେକ୍ଟ ଅବାସୀ କିକାଲିଙ୍କ ମତରେ, ଏଠାରେ ୪ଟି ହ୍ରଦ ତିଆରି ସରିଛି। ଖୁବ୍‌ଶୀଘ୍ର ଆଉ ଗୋଟିଏ ତିଆରି କରାଯିବ। ଅବାସୀ କୁହନ୍ତି, ସଂସ୍ଥାନର କ୍ୟାମ୍ପସ ଓ୍ବାଟର ସିଷ୍ଟମ ସହିତ ଆଉ ଏକ ବିଶେଷତ୍ତ୍ୱ ରହିଛି। କ୍ୟାମ୍ପସ ମଧ୍ୟକୁ ଇନ୍ଧନଚାଳିତ ଯାନଗୁଡ଼ିକ ଚଳାଚଳ ପ୍ରତି ନିଷେଧାଦେଶ ଜାରି କରାଯାଇଛି। ଇନ୍ଧନଚାଳିତ ଗାଡ଼ିଗୁଡ଼ିକ ବାହାରେ ପାର୍କିଂ କରିପାରିବେ। ଏଥିସହିତ ଏହା ନୋ ପଲିଥିନ୍‌ ଜୋନ୍‌ ହୋଇଥିବାରୁ କଟକଣା ରହିଛି। ଆଇଆଇଏମ୍‌ କ୍ୟାମ୍ପସ ପାହାଡ଼ ପାଦଦେଶରେ ହୋଇଥିବାରୁ ବର୍ଷାପାଣି ଝରି ତିଆରି କରାଯାଇଥିବା କୃତ୍ରିମ ହ୍ରଦରେ ସିଧା ପଡ଼ିବ। ଜଳ ସଂରକ୍ଷଣ ପାଇଁ ଏମିତି କାର୍ଯ୍ୟ କରାଯାଇଛି, ଗୋଟିଏ ବୁନ୍ଦା ବର୍ଷା ପାଣି ଏଠାରେ ନଷ୍ଟ ହେବ ନାହିଁ। ହ୍ରଦରେ ପାଣି ପହଞ୍ଚିବା ପୂର୍ବରୁ ଫୁରାଟ ସିଷ୍ଟମରୁ ଫିଲ୍‌ଟର ହୋଇଆସିବ। ଏହାକୁ ବର୍ଷସାରା ବ୍ୟବହାର କରାଯାଇପାରିବ।


All Right Reserved By

୧୯ ମାସ ମଧ୍ୟରୁ ୧୭ ମାସ ହସ୍ପିଟାଲରେ ରହି ସାରିଲେଣି ଲାଲୁ

ରାଞ୍ଚି,୨୮।୭: ସାଧାରଣତଃ ଜେଲ ଯାଉ ଯାଉ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଦେହ ଖରାପ ହୋଇଯାଇଥିବା ଦେଖାଯାଏ। ଏହି କ୍ରମରେ ଯଦି ରାଞ୍ଚିର ବିର୍ଶା ମୁଣ୍ଡା ଜେଲ...

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ...

୩୦ ଦିନ ପୂରିଲା : ସ୍ବାଭାବିକ ହୋଇନି ଉପତ୍ୟକା

ଶ୍ରୀନଗର,୪ା୯(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ୩୦ ଦିନ ପୂରିଥିବାବେଳେ ଏବେ ବି ଉପତ୍ୟକାରେ ସ୍ବାଭାବିକ...

ନୂଆ ନିୟମ: ଗାଡ଼ିଠାରୁ ମହଙ୍ଗା ହେଲା ଜରିମାନା

ଗୁରୁଗ୍ରାମ,୪।୯: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି। ଫଳରେ ଟ୍ରାଫିକ୍‌ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ତୁଳନାରେ ୧୦...

ବିବାହ ପାଇଁ ଏଠାରେ ଚୋରି କରୁଛନ୍ତି ଅବିବାହିତ ଯୁବକ

ରାୟପୁର,୨୯।୫: ଛତିଶଗଡ଼ରେ ବିବାହଯୋଗ୍ୟ ଯୁବକ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଆଦିବାସୀ ବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ...

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌...

ମେ ୨୬ରେ ମୋଦି ନିର୍ବାଚିତ ହେବେ ଭାଜପା ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ...

ଖାପ୍‌ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍‌

ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍‌ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *