୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଙ୍ଗା ଅଞ୍ଚଳରେ। ପୋଲିସ ଅଭିଯୁକ୍ତ ଭାଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ସୁଧାଂଶୁ ପ୍ରଧାନ।
ପ୍ରକାଶ ଯେ, ଗତ ୨୩ ତାରିଖ ସକାଳେ ୪ ବର୍ଷୀୟା ଶିଶୁକନ୍ୟା ଘରେ ଖେଳୁଥିଲେ। ଏହି ସମୟରେ ତାଙ୍କର ବଡ଼ବାପା ପୁଅ ଭାଇ ସୁଧାଂଶୁ ଭଉଣୀକୁ ଡାକି ନେଇ ବଳାତ୍କାର କରିଥିଲେ। ଏହି ଘଟଣା ବିଷୟରେ ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୋକ୍ସୋ ଆକ୍ଟରେ ମାମଲା (୧୫୫/୧୯) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଶନିବାର ପୋଲିସ ଅଭିଯୁକ୍ତ ସୁଧାଂଶୁଙ୍କୁ ଗିରଫ କରିଛି। ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବରଗଡ଼ ସଦର ଏସ୍‌ଡିପିଓ କ୍ଷୀରସାଗର ନାଏକ କହିଛନ୍ତି ।


All Right Reserved By Dharitri.Com

ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍‌

ବିଜେପୁର, ୧୪।୮ (ଡି.ଏନ୍‌.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍‌ ବରଷା ଲାଗି ରହିଥିଲା। ବରଷାରେ...

କ୍ୟାନ୍‌ସରରେ ପୀଡ଼ିତ ଗୌରାଙ୍ଗ: ଉଷୋ ଲାଗି ମା’ର ଭତା ଟଁକା ସାହାଭରସା

ଜାମଟିକ୍ରା, ୧୩।୧୨(ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ବ୍ଳକ ବୁଗବୁଗା ପଁଚେତ୍‌ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ (୪୫)। ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଯାହା ସଁଚିଥିଲେ...

ବିକ୍ରି ହେଲାନି ଧାନ: ରାସ୍ତା ଉପରେ ଗଦାକଲେ ଚାଷୀ

ବରଗଡ଼ ଅଫିସ,୧୨।୨: ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ...

ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର...

ଶନି ମନ୍ଦିରରୁ ଚୋରି ଘଟଣା: ହୁଣ୍ଡି ସହ ୧ ହଜାର ଟଙ୍କା ଜବତ୨ ନାବାଳକ ଗଲେ ସୁଧାର ଗୃହ

ବଡବିଲ, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ନିକଟ ଶନି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡି ଚୋରି ଘଟଣାରେ ଶୁକ୍ରବାର ପୋଲିସ ଦୁଇ...

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ...

ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ

ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ...

ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର

ମହାକାଳପଡ଼ା,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍‌ ପୃଥକ୍‌ ଥାନାରେ ଲିଖିତ ଅଭିଯୋଗ...

Leave a comment

Your email address will not be published. Required fields are marked *