ଶୁଖିଲା ପଡ଼ିବ ୫ ଶହ ଏକର ଜମି

ପଟ୍ଟାମୁଣ୍ଡାଇ,୧୧।୧(ଡି.ଏନ.ଏ.): ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ମାଳିବସା ଠାରୁ ମିଜାଉଁଣୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ କିମି ରାସ୍ତା ନିର୍ମାଣ ଚାଲିଛି। ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମ ପାଶର୍‌ବ ଦେଇ ଏହି ରାସ୍ତା କାମ ଆରମ୍ଭ ହୋଇଛି। ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ପ୍ରାୟ ୩ ଫୁଟ ମାଟି ଜେସିବିରେ ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରୁଛନ୍ତି। ଫଳରେ ଚାଷ ଜମିକୁ ପାଣି ମାଡିବା ବନ୍ଦ ହେବ ବୋଲି ଅଭିଯୋଗ ହୋଇଛି।

୨ନମ୍ବର କେନାଲ ଦ୍ବାରା ଜଳସେଚିତ ହେଉଥିବା ଜିଗରଣ, ବାଇପଦା, ମିଜାଉଁଣୀ, ବଡପଡା, କାଠିଆପଡା, ସାହୁପଡା ଓ ତିଗିରିଆ ଗ୍ରାମର ୫ ଶହ ଏକର ଜମି ଶୁଖିଲା ପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାଶ, ଅଳଭା ୧ନମ୍ବର କନିଷ୍ଠ ଯନ୍ତ୍ରୀ ସୁନୀଲ ନାୟକଙ୍କୁ ଚାଷୀମାନେ ଜଣାଇଛନ୍ତି। ଅନ୍ୟପକ୍ଷେ କେନାଲ ଭିତର ଓ ପାର୍ଶ୍ୱରୁ ମାଟି ନ ଉଠାଇବା ପାଇଁ ଜଳସମ୍ପଦ ବିଭାଗ ପଟ୍ଟାମୁଣ୍ଡାଇ ପକ୍ଷରୁ ୪୩୧ ଚିଠି ନମ୍ବର ୨୪ା୧୧ା୨୦୨୦ରେ ପଟ୍ଟାମୁଣ୍ଡାଇ ଆର୍‌ଡି ଏସ୍‌ଡିଓ ଓ କେନ୍ଦ୍ରାପଡା ଡିଭିଜନ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ହେଲେ ଜଳସମ୍ପଦ ବିଭାଗ ଚିଠିକୁ ବେଖାତିର କରି ଠିକାଦାର ଓ ଆର୍‌ଡି ଯନ୍ତ୍ରୀମାନେ କେନାଲରୁ ବେଆଇନ ଭାବେ ମାଟି ଉଠାଇ ଚାଲିଛନ୍ତି। ଏହାଦ୍ୱାରା ଜଳସେଚନ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି। ଫଳରେ ଗରିବ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ୫ ପଞ୍ଚାୟତର ଚାଷୀ ଦେବେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ତପନ ଲେଙ୍କା, ମନୋଜ ଦାସ, ପ୍ରଦୀପ କର, ରମେଶ ପଣ୍ଡା, କଳାକର ପଣ୍ଡା, ମନୀଷା ରାଉତ, ସସ୍ମିତା ସାହୁ, ଗୋପୀନାଥ ଦାଶ, କୈଳାସ ମହାନ୍ତି, କ୍ଷୀରୋଦ ଦାସ, ପ୍ରଶାନ୍ତ ପଣ୍ଡା, ଚନ୍ଦ୍ରଭାନୁ ସାମଲଙ୍କ ସମେତ ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ସଚିବ, କେନ୍ଦ୍ରାପଡା ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।

ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ମୁଖ୍ୟ କେନାଲ ସହିତ ୮ ଶାଖା କେନାଲ ଓ ସମସ୍ତ ଉପକେନାଲର ନବୀକରଣ ଓ ଉନ୍ନତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ଏସିଆ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଅନୁଦାନ ଅର୍ଥ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ଜଗତପୁର ମହାନଦୀ ବ୍ୟାରେଜରୁ ପାଣି ଛଡାଗଲେ ଚାଷଜମି ଜଳସେଚିତ କରିବା ଲକ୍ଷ୍ୟ ଥିଲା। ମାତ୍ର ବହୁ କୋଟି ଟଙ୍କା ବ୍ୟୟ କରାଯାଇ ନବୀକରଣ ହୋଇଥିବା କେନାଲରେ ଏବେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri