ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ ସୃଷ୍ଟି ହୁଏ ଶୁଦ୍ଧ ବାତାବରଣ। ତେବେ ମନୋବୈଜ୍ଞାନିକ ଦୃଷ୍ଟିରୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଅଗରବତୀର ଉପଯୋଗ କଲେ ସୁଫଳ ମିଳିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି । ଏହା ରୋଗ ପ୍ରତିରୋଧକ ଭାବେ କାମ କରିଥାଏ। ପ୍ରାଚୀନକାଳରେ ଚାଇନା, ଇଜିପ୍ଟ, ତିବ୍ବତ ଆଦି ଦେଶରେ ଅଗରବତୀର ବ୍ୟବହାର ମୁଖ୍ୟତଃ ରୋଗପ୍ରତିରୋଧକ ଭାବେ କରାଯାଉଥିଲା। ଆରୋମା ଥେରାପି ପାଇଁ ଅଗରବତୀର ବ୍ୟବହାର କରାଯାଇଥାଏ। ଅଗରବତୀର ମହକ ମନଭିତରେ ଉସତ୍ାହ ଜାତ କରିବା ସହିତ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଖୁସି ହରମୋନ୍‌ ଏଣ୍ଡ୍ରୋଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ କ୍ଷରଣ ହୋଇଥାଏ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ଏଥିଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା ବି କମି ଯାଇଥାଏ। ଅଗରବତୀ ଯୋଗୁ ମାନସିକ ଅବସାଦ କମ୍‌ ହୋଇ ମନକୁ ଶାନ୍ତି ମିଳିଥାଏ। ମନ ଅସ୍ଥିରଥିବା ସମୟରେ ଅଗରବତୀ ଜଳାଇଲେ ସୁଫଳ ମିଳିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।


All Right Reserved By Dharitri.Com

ପାକ୍‌ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ

ଇସ୍‌ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍‌...

୨୩ ବର୍ଷ ସାନ ମଡେଲଙ୍କୁ ବିବାହ କରିବାକୁ ରାଜଗାଦି ଛାଡିଥିଲେ ସୁଲତାନ ମହମ୍ମଦ

ମସ୍କୋ,୨୧।୭: ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ-ଓ୍ବି ୫୧ ବର୍ଷ ବୟସରେ ବିବାହ ବରିବାକୁ ମନ ବଳାଇଥିଲେ। ତାହା ପୁଣି ତାଙ୍କଠାରୁ ୨୩ ବର୍ଷ ସାନ...

ଓଜନ କମ୍‌, ହାର୍ଟ ସୁସ୍ଥ ରଖିବା ପାଇଁ ଚଢ଼ନ୍ତୁ ଶିଡ଼ି

ଓଜନ କମ୍‌ ପାଇଁ ନିୟମିତ ରୂପେ ଜିମ୍‌ ଯିବା ସହ ଡାଏଟ୍‌ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ...

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି...

ହୃଦ୍‌ରୋଗ ଠାରୁ ଦୂରେଇ ରଖେ ତଟକା ଫଳମୂଳ

ହୃଦ୍‌ରୋଗ ପରି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ସେଥିପାଇଁ ସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ବିଷୟରେ...

ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀ: ଭାରତର ପକ୍ଷ ରଖିବେ ମୋଦି

ନୂଆଦିଲ୍ଲୀ/ନ୍ୟୁୟର୍କ,୨୧ା୯: ଆମେରିକାର ନ୍ୟୁୟର୍କରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସୋମବାର ହେବ। ଏଥିରେ ଯୋଗଦେବା ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ବିଶ୍ୱନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।...

ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ...

ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚାଲଙ୍କା, ନିୟମିତ କରନ୍ତୁ ସେବନ

ସ୍ବାସ୍ଥ୍ୟପାଇଁ ବେଶ୍‌ ଉପକାରୀ କଞ୍ଚାଲଙ୍କା। ଅନେକ ଏହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରୁଥିବା ବେଳେ ଏହାର ଉପାଦେୟ ଗୁଣ ବିଷୟରେ ଏତେଟା ଜାଣି ନ...

Leave a comment

Your email address will not be published. Required fields are marked *