Posted inଜାତୀୟ

ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ: ୧୦ ହଜାର ସୁରକ୍ଷାକର୍ମୀ ଯିବେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୭।୭: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ୨ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ଲାଗି ଅଧିକ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ଏଠାକୁ ପଠାଯିବା ପାଇଁ ଯୋଜନା କରାଯାଇଛି। ସେମାନଙ୍କୁ ଆତଙ୍କବାଦ ନିରୋଧୀ ଅପରେଶନ୍‌ରେ ନିୟୋଜିତ କରାଯିବ। ଏହି ସୁରକ୍ଷାକର୍ମୀଙ୍କୁ ଉତ୍ତର କଶ୍ମୀରରେ ମୁତୟନ କରାଯିବ ବୋଲି ଜମ୍ମୁ-କଶ୍ମୀର ଡିଜି ଦିଲ୍‌ବାଗ୍‌ ସିଂ ସୂଚନା ଦେଇଛନ୍ତି। ଉତ୍ତର କଶ୍ମୀରରେ ଶହେ କମ୍ପାନୀ ସୁରକ୍ଷାକର୍ମୀ ଅଛନ୍ତି। ପ୍ରତି କମ୍ପାନୀରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବାର ଯୋଜନା ରହିଥିବା ସେ କହିଛନ୍ତି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।


All Right Reserved By

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି।...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଇନ୍ଦୋରରେ ଅନର୍‌କିଲିଂ:ଭଉଣୀଙ୍କୁ ଗୁଳିକଲେ ସାନଭାଇ

ଇନ୍ଦୋର,୨୩ା୬(ପି.ଟି.): ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାନଭାଇ...

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ...

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ...

ଆଶ୍ରମରୁ ୬ ଲକ୍ଷ ଟଙ୍କାର ଗହଣା ଚୋରି: ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଲେ ସାଧୁ ବାବା

ଜୟପୁର,୨୨।୧୦: ରାଜସ୍ଥାନ ସରଦାରସହର ଅଞ୍ଚଳରେ ଜଣେ ସାଧୁ ବାବା ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଥିବା ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି।...

୪ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା

କୋଟ୍ଟାଇପଟ୍ଟିନମ୍‌,୨୦।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୪ ଭାରତୀୟ ଧୀବରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଛି।...

ବିଚ୍‌ ରାସ୍ତାରେ ଯୁବକଙ୍କୁ ଲୁହା ରଡରେ ପିଟିଲେ ଯୁବତୀ

ଚଣ୍ଡିଗଡ଼,୨୬।୬: ପ୍ରତିଦିନ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଥାଏ। ଏହି ଦୁର୍ଘଟଣା ଯୋଗୁ କେତେକଙ୍କ ଜୀବନ ଯାଉଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥାନ୍ତି। କେବଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *