କାର ଅଟକାଇ କାଚ ଭାଙ୍ଗିଲେ ଟ୍ରାଫିକ୍‌ କନଷ୍ଟେବଳ: ଯୁବ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କ ଦାଦାଗିରି ଦେଖିବାକୁ ମିଳିଛି। ୟୁନିଟ୍‌-୮ ବିପି କଲୋନୀରେ ରହୁଥିବା ବାଦଲ ମହାନ୍ତି ନାମକ ଯୁବକଙ୍କ ଗାଡିକୁ ଅଟକାଇଥିଲେ। ପରେ ଗାଡିର କାଚ ଖୋଲିବାକୁ କହିଥିଲେ। ସେ ଗାଡିର କାଚ ଖୋଲିବାକୁ ବିଳମ୍ବ କରିବାରୁ ତାଙ୍କ ଗାଡିର କାଚକୁ ବିଧା ମାରିବା ସହ ମିରରକୁ ଭାଙ୍ଗି ଦେଇଥିଲେ। ଏହାକୁ ବାଦଲ ପ୍ରତିବାଦ କରିଥିଲେ ମଧ୍ୟ ସେ ତାଙ୍କୁ ମାଡ ମାରିବାକୁ ହାତ ଉଠାଇବା ସହ ଗାଳିଗୁଲଜ କରିଥିଲେ। ଟ୍ରାଫିକ୍‌ କନଷ୍ଟେବଳଙ୍କ ଏପରି ବ୍ୟବହାର ପାଇଁ ବାଦଲ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ନ କରି ଟ୍ରାଫିକ୍‌ ଥାନାକୁ ପଠାଇ ଦେଇଥିଲା। ଶେଷରେ ଉକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ କଂଗ୍ରେସର ଏକାଧିକ କର୍ମୀ ଏଜି ଛକ ନିକଟରେ ଥିବା ଟ୍ରାଫିକ୍‌ ଥାନା ଘେରାଉ କରିଥିଲେ। ସେଠାରେ ଉତ୍ତେଜନା ପରିସ୍ଥିତି ହେବାରୁ କ୍ୟାପିଟାଲ ଥାନା ଅଧିକାରୀ, ଜୋନ୍‌ ଏସିପି, ଟ୍ରାଫିକ୍‌ ଏସିପି ଓ ଇନ୍ସପେକ୍ଟର ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଟ୍ରାଫିକ ଥାନା ଏସିପି କେ.କେ ପାଣିଗ୍ରାହୀ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ଉଠିଥିଲେ।
ସୂଚନା ଅନୁଯାୟୀ, ବାଦଲ ୧୦ଟାରେ ଚନ୍ଦ୍ରଶେଖରପୁରରୁ ୟୁନିଟ୍‌-୮ସ୍ଥିତ ଘରକୁ ଇନୋଭା (ଓଡି-୦୨ଆର-୧୯୧୯) ଯୋଗେ ଫେରୁଥିଲେ। ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳ ଗାଡିକୁ ଅଟକାଇ ଦେଇଥିଲେ। ପରେ ବାଦଲଙ୍କୁ ବାହାରକୁ ଆସିବା ପାଇଁ କହିଥିଲେ। କିନ୍ତୁ ସେ ବାହାରିବାରେ ବିଳମ୍ବ କରିବାରୁ କନଷ୍ଟେବଳ ତାଙ୍କ ଗାଡିର କାଚକୁ ବାଡେଇବା ସହ ମିରରକୁ ସମ୍ପୂର୍ଣ୍ଣ ଭାବେ ବାଡେଇ ଭାଙ୍ଗି ଦେଇଥିଲେ। ଏହାଦେଖି ବାଦଲ ଗାଡି ଭିତରୁ ବାହାରି ତୁରନ୍ତ ଏହାର ପ୍ରତିବାଦ କରିଥିଲେ। ହେଲେ କନ୍‌ଷ୍ଟେବଳ ନିଜର ଭୁଲ ସ୍ବୀକାର କରିବା ବଦଳରେ ବାଦଲଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିଲେ। ଟ୍ରାଫିକ ପୋଲିସଙ୍କ ଏଭଳି କାର୍ଯ୍ୟଦେଖି ସେଠାରେ ଥିବା ଲୋକେ ତାଜୁବ ହୋଇଯାଇଥିଲେ। ଶେଷରେ ବାଦଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ସେ ଜଣେ ଯୁବ କଂଗ୍ରେସ କର୍ମୀ ହୋଇଥିବାରୁ ଅନ୍ୟ କର୍ମୀମାନଙ୍କୁ ଡ଼ାକି ଟ୍ରାଫିକ ଥାନା ଘେରାଉ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ। ଶେଷରେ କନଷ୍ଟେବଳ ଜଣଙ୍କ କ୍ଷମା ମାଗିବା ସହ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବାକୁ ଟ୍ରାଫିକ ଥାନା ଏସିପି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ଏ ନେଇ ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି, ଯୁବକ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ କନଷ୍ଟେବଳ ଅଟକାଇଥିଲେ। କନଷ୍ଟେବଳ ତାଙ୍କ ଗାଡିର ମିରର ଭାଙ୍ଗିବା ଭୁଲ କଥା। ଏ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ଠକେଇ ମାମଲା: ୨ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥା ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

ମହିଳାଙ୍କ ମୂତ୍ରନଳୀ କାଟିଦେବା ଘଟଣା : ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଥିବା ସମୟରେ ଡାକ୍ତର ମହିଳାଙ୍କ ମୂତ୍ରନଳୀ କାଟି ଦେଇଥିଲେ। ଏହି ଘଟଣାରେ...

ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ: ମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୧ ତାରିଖରୁ ପୁଣିଥରେ କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ। ଓଡ଼ିଶାରେ କିଛି ଦିନ ଧରି ଏହାକୁ କୋହଳ କରାଯାଇଥିବା ବେଳେ...

ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ...

ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ...

ବିଳମ୍ବରେ ଆସୁଥିବା ଡାକ୍ତରଙ୍କୁ ତାଗିଦ

ପୁରୁଣା ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଗାନ୍ଧୀଜୟନ୍ତୀ ବୁଧବାରଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍‌ ପୁରୁଣା ଭୁବନେଶ୍ୱରସ୍ଥିତ...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା:ସାମିଲ ହେବେ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨ ଲକ୍ଷ ୨ ହଜାର ୮୦୯ ଅନ୍ତର୍ଭୁକ୍ତ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ ଖାଦ୍ୟ...

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ...

Leave a comment

Your email address will not be published. Required fields are marked *