ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍‌ ‘ଏ’ ଏବଂ ‘ଇ’ ଅଧିକ ଦେଖାଯାଉଛି। ଦୂଷିତ ଜଳ ଏବଂ ଖାଦ୍ୟପଦାର୍ଥ ଗ୍ରହଣ ଯୋଗୁ ହେପାଟାଇଟିସ ‘ଏ’ ସଂକ୍ରମଣ ହୋଇଥାଏ। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ରହିଥିବା ହଷ୍ଟେଲଗୁଡିକରେ ପାଣି ଟାଙ୍କି ଠିକ୍‌ ଭାବେ ସଫା ହେଉ ନ ଥିବାରୁ ବହୁ ଛାତ୍ରୀଛାତ୍ର ହେପାଟାଇଟିସରେ ସଂକ୍ରମିତ ହେଉଥିବା ଆପୋଲୋ ହସ୍ପିଟାଲର ପେଟ ଏବଂ ଯକୃତ ରୋଗ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ସେଠୀ ଶୁକ୍ରବାର ସୂଚନା ଦେଇଛନ୍ତି।
ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଡ.ସେଠୀ କହିଛନ୍ତି, ରାଜ୍ୟରେ ହେପାଟାଇଟିସ୍‌ ‘ବି’ର ହାର ୧ରୁ ୨% ରହିଛି। ସେହିଭଳି ହେପାଟାଇଟିସ୍‌ ‘ସି’ ୧%ରୁ କମ୍‌। ହେପାଟାଇଟିସ୍‌ ‘ବି’ର ଟିକାକରଣ ହେଉଛି। ସେହିଭଳି ସାରା ବିଶ୍ୱରେ ୩୫୦ ନିୟୁତ ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ। ଫଳରେ ପ୍ରତିବର୍ଷ ଏହିକାରଣରୁ ୧.୩୪ ନିୟୁତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ୫ ପ୍ରକାରର ହୋଇଥିବା ବେଳେ ୮୦% ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି ବୋଲି ଡ.ସେଠୀ କହିଛନ୍ତି। ୨୦୩୦ ସୁଦ୍ଧା ପୃଥିବୀରୁ ହେପାଟାଇଟିସ୍‌ର ବିଲୋପ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପ୍ରତିବର୍ଷ ଜୁଲାଇ୨୮କୁ ‘ବିଶ୍ୱ ହେପାଟାଇଟିସ୍‌ ଦିବସ’ ଭାବେ ପାଳନ କରାଯାଉଛି। ବିଶ୍ୱରେ ଭୂତାଣୁ ଜନିତ ହେପାଟାଇଟିସ୍‌ ଏବଂ ଏହାର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏଭଳି ଦିବସ ପାଳିତ ହେଉଛି। ଏହି ଦିବସ ଉପଲକ୍ଷେ, ଚଳିତ ବର୍ଷର ବାର୍ତ୍ତା ହେଉଛି, ‘ହେପାଟାଇଟିସ୍‌ ଦୂରୀକରଣ ଲାଗି ନିବେଶ କରନ୍ତୁ’। ଏଥିଲାଗି ସରକାର, ଏନ୍‌ଜିଓ, ହସ୍ପିଟାଲ ଏବଂ ଅଂଶୀଦାର ମିଳିତ ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା, ସଚେତନତା, ଟିକାକରଣ, ଚିକିତ୍ସାରେ ସମୟ ବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଡ.ସେଠୀ ମତ ଦେଇଛନ୍ତି।


All Right Reserved By Dharitri.Com

କାଳିଆ ଯୋଜନା: ୩୨୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍‌ ଆଣ୍ଡ ଇନ୍‌କମ ଅଗ୍‌ମେଣ୍ଟେଶନ (କାଳିଆ) ଯୋଜନା ସକାଶେ ୩,୨୩୪...

ବ୍ରାଉନସୁଗାର ବ୍ୟବସାୟୀ ଛୋଟାଙ୍କ ବେଆଇନ ଘର ଉଚ୍ଛେଦ: ମାଟିରେ ମିଶିଲା ୧୪ ବଖରା, ପୋତା ହେଲା ସୁଇମିଂ ପୁଲ୍‌

ଖୋର୍ଦ୍ଧା ଅଫିସ,୧୫।୭: ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର...

ଶିଶୁକନ୍ୟା ବଳାତ୍କାର ଅଭିଯୋଗ: ବୃଦ୍ଧଙ୍କୁ ଜେଲ

ଖଣ୍ଡପଡ଼ା,୨୧ା୯(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଞ୍ଚଳର ଏକ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ...

ଶ୍ରୀଲିଙ୍ଗରାଜଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପ୍ରସଙ୍ଗ: ୩୫ ଘଣ୍ଟା ଉପବାସ ରହିଲେ ଶ୍ରୀଜୀଉ

ପୁରୁଣା ଭୁବନେଶ୍ୱର, ୫।୯ (ଡି.ଏନ.ଏ.): ନୂଆଗଁ। ମୌଜାରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହାକୁ ବ୍ରାହ୍ମଣ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

୧୫୦ତମ ଜନ୍ମବାର୍ଷିକୀର କାର୍ଯ୍ୟକ୍ରମ ଚୂଡ଼ାନ୍ତ: ରାଜ୍ୟରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ବିଶାଳ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ରେ ରାଜ୍ୟବ୍ୟାପୀ ଜୟନ୍ତୀ ଉତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।...

ବାହୁଡ଼ିଲା ନରହନ୍ତା ଦନ୍ତା

ପରଜଙ୍ଗ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା...

ପଟ୍ଟନାୟିକିଆ ଛକରେ ତିନିଭାଇଙ୍କ ହତ୍ୟା ଘଟଣା:ଅଭିଯୁକ୍ତଙ୍କୁ ଧରିବାକୁ ୩ ସ୍ବତନ୍ତ୍ର ଟିମ୍‌ର ଚଢ଼ାଉ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଥାନାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *