Posted inଜାତୀୟ

ପ୍ରବଳ ବର୍ଷାରେ ବୁଡ଼ିଲା ରେଳ ଲାଇନ୍‌: ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀ ଜଳବନ୍ଦୀ

ମୁମ୍ବାଇ,୨୭।୭: ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ରେଳ ଲାଇନ୍‌ ଉପରେ ପ୍ରବାହିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଲାପୁରଠାରୁ ବାନଗନି ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌କୁ ବାଟରେ ଅଟକାଇ ଦିଆଯାଇଛି। ଏଥିରେ ଥିବା ୭୦୦ରୁ ଅଧିକ ଯାତ୍ରୀ ଜଳବନ୍ଦୀ ଅବସ୍ଥାରେ ଥିବା କୁହାଯାଉଛି। ଟ୍ରେନ୍‌ର ତଳକୁ ନ ଓହ୍ଲାଇବା ପାଇଁ କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି। ରେଳ ଲାଇନ୍‌ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଟ୍ରେନ୍‌ ସୁରକ୍ଷିତ ରହିଥିବା କେନ୍ଦ୍ରୀୟ ରେଲଓ୍ବେ କହିଛି।

ଯାତ୍ରୀମାନଙ୍କ ଉଦ୍ଧାର ଲାଗି ଏଠାକୁ ଏନଡିଆରଏଫ୍‌ ଦଳଙ୍କୁ ପଠାଯାଇଛି। ଆର୍‌ପିଏଫ୍‌ ପକ୍ଷରୁ ଯାତ୍ରୀମାନଙ୍କୁ ବିସ୍କୁଟ ଓ ପାଣି ଆଦି ବଣ୍ଟନ କରାଯାଉଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By

ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ପୁଅ ମୋହ ଯୋଗୁ ଆଜି ଦଳର ଏଭଳି ଅବସ୍ଥା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ...

୧୯ ବନ୍ଦୀଙ୍କୁ ପାକିସ୍ତାନୀକୁ ହସ୍ତାନ୍ତର କଲା ଭାରତ

ଅମୃତସର,୧୫।୫: ଭାରତ ୧୯ଜଣ ପାକିସ୍ତାନୀ ବନ୍ଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ସେମାନେ ଅଟାରି-ଓ୍ବାଘା ବର୍ଡର ଦେଇ ପାକୀସ୍ତାନରେ ପହଞ୍ଚିଛନ୍ତି। ସେମାନେ ଭାରତରେ ବେଆଇନଭାବେ ପ୍ରବେଶ କରିଥିବା...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି...

ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ...

ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ...

ଜନ୍ମଦିନ ଶୁଭେଚ୍ଛା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସି ପହଞ୍ଚୁଛି। ତେବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *