ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଧିକାରୀ(ସିଇଓ) ବିନୟ ଦୁବେ, ଡେପୁଟି ସିଇଓ ତଥା ସିଏଫ୍‌ଓ ଅମିତ ଅଗ୍ରଓ୍ବାଲ ଏବଂ ଚିଫ୍‌ ପିପୁଲ୍ସ ଅଫିସର ରାହୁଲ ତନେଜା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ନିଜ ପଦରୁ ଇସ୍ତଫା ଦେଲେ ବୋଲି ସେମାନେ ଜଣାଇଛନ୍ତି।

ଦୁବେ ୨୦୧୭ ଅଗଷ୍ଟରେ ଜେଟ୍‌ ଏୟାରଓ୍ବେଜ୍‌ ସହ ନିଜକୁ ଜଡ଼ିତ କରିଥିଲେ। ଏହାପୂର୍ବରୁ ସେ ଡେଲ୍ଟା ଏୟାରଲାଇନ୍ସ ଏବଂ ଆମେରିକାନ ଏୟାରଲାଇନ୍ସରେ କାମ କରିଥିଲେ। ଅନ୍ୟପକ୍ଷରେ ଏସାର ଗ୍ରୁପ୍‌ର ଏଚ୍‌ଆର୍‌ ମୁଖ୍ୟ ରହିଥିବା ତନେଜା ୨୦୧୬ ଫେବୃୟାରୀରେ ଜେଟ୍‌ରେ ଯୋଗ ଦେଇଥିଲେ। ଅଗ୍ରଓ୍ବାଲ ଫାଇନାନ୍ସ ମୁଖ୍ୟ ଭାବେ ୨୦୧୫ ଡିସେମ୍ବରରେ କମ୍ପାନୀରେ ସାମିଲ ହୋଇଥିଲେ। ତାଙ୍କୁ ୨୦୧୭ ନଭେମ୍ବରରେ ଡେପୁଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜେଟ୍‌ ଏୟାରଓ୍ବେଜର ବିଡ଼୍‌ ଦାଖଲ ବେଳେ ଆବୁଧାବୀର ବିମାନ କମ୍ପାନୀ ଏଟିହାଦ ଏୟାରଲାଇନ୍ସ କେତେକ ସର୍ତ୍ତାରୋପ କରିଛି। ଜେଟ୍‌ରେ କମ୍ପାନୀ ୧୭୦୦ କୋଟି ଟଙ୍କା ନିବେଶ କରିପାରିବ ବୋଲି ସ୍ପଷ୍ଟ କରିଛି। ପୁନର୍ଗଠିତ ଜେଟ୍‌ ଏୟାରଓ୍ବେଜରେ ଏହାର ୨୪% ଅଂଶଧନ ହିଁ ରହିବ ବୋଲି ଏଟିହାଦ କହିଛି। ତେବେ ଜେଟ୍‌ ଉପରେ ଏବେ ୯ ହଜାର କୋଟି ଟଙ୍କାରୁ ଅଧିକ ବକେୟା ଋଣ ରହିଥିବାରୁ କମ୍ପାନୀର ପୁନରୁଦ୍ଧାର ଲାଗି ବଡ଼ ନିବେଶକଙ୍କ ଆବଶ୍ୟକତା ରହିଛି, ଯାହା କି ମିଳୁନାହିଁ। ପ୍ରମୋଟର ନରେଶ ଗୋୟଲଙ୍କ ପରେ ମ୍ୟାନେଜମେଣ୍ଟର ୩ ଶୀର୍ଷ ଅଧିକାରୀଙ୍କ ଇସ୍ତଫା ଦେବାରୁ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ସେମାନେ ନିଜର ଦୁଃଖ ଓ ଅସୁବିଧା ଦୂର ଲାଗି କାହାପାଖକୁ ଯିବେ ବୋଲି କର୍ମଚାରୀମାନେ ମତପ୍ରକାଶ କରିଛନ୍ତି। ସୂଚନାଥାଉ କି, ଜେଟ୍‌ର ଅପରେଶନ ସାମୟିକ ବନ୍ଦ ହୋଇଯିବା ପରେ ଏହାର ୭୫୦ ସ୍ଲଟ୍‌ ଖାଲି ପଡିଥିଲା। ତନ୍ମଧ୍ୟରୁ କେନ୍ଦ୍ର ସରକାର ୪୮୦ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବାଣ୍ଟି ଦେଇଥିଲେ। ଏଥିରୁ ସ୍ପାଇସ୍‌ଜେଟ୍‌ ୧୩୦, ଇଣ୍ଡିଗୋ ୧୨୫, ଭିସ୍ତାରା ୧୧୦, ଗୋଏୟାର ଏବଂ ଏୟାରଏସିଆ ୪୦ରୁ ୪୫ ସ୍ଲଟ୍‌ ପାଇଛନ୍ତି। ଜେଟ୍‌ ଏୟାରଓ୍ବେଜ୍‌ର ୧୧୮ ଦିଲ୍ଲୀ ସ୍ଲଟ୍‌ ମଧ୍ୟରୁ ଇଣ୍ଡିଗୋକୁ ୪୦ ଏବଂ ସ୍ପାଇସ୍‌ଜେଟ୍‌କୁ ୨୦୦ରୁ ୭୦ ମୁମ୍ବାଇ ସ୍ଲଟ୍‌ ମିଳିଛି। ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ନିଜର କର୍ମଚାରୀଙ୍କୁ ଗତ ୫ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦରମା ଦେଇପାରିନି। ଏହା ଅର୍ଥ ଅଭାବରେ ନିଜର ଅପରେଶନ ବନ୍ଦ କରିଦେଇଛି। ଅନ୍ୟପକ୍ଷରେ ଜେଟ୍‌ର ଅଂଶଧନ ବିକ୍ରି କରିବା ପାଇଁ ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମର ଉଦ୍ୟମ ଫଶର ଫାଟିଛି।


All Right Reserved By Dharitri.Com

ଟେଷ୍ଟି ଟ୍ରିଟ୍‌ର ନୂଆ ପ୍ରଡକ୍ଟ

ଭୁବନେଶ୍ୱର, ୧୮-୪: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ୍‌ର ଟେଷ୍ଟି ଟ୍ରିଟ୍‌ ବ୍ରାଣ୍ଡ ପକ୍ଷରୁ ୫ଟି ସ୍ବାଦରେ ପଟାଟୋ ଚିପ୍ସ ବଜାରକୁ ଆସିଛି। ଏହା ମଧ୍ୟରେ ଚିଜ୍‌,ସୋର କ୍ରିମ...

ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି...

ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌)...

ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର...

ଟିଡିଏସ୍‌ ସାର୍ଟିଫିକେଟ ଫର୍ମାଟରେ ସଂଶୋଧନ

ନୂଆଦିଲ୍ଲୀ,୧୭-୪: ଆୟକର ବିଭାଗ ଟିଡିଏସ୍‌ ସାର୍ଟିଫିକେଟ ଅର୍ଥାତ୍‌ ଫର୍ମ ୧୬ରେ ସଂଶୋଧନ କରିଛି। ଏଥିରେ ଘରଭଡ଼ାରୁ ହେଉଥିବା ଆୟ ତଥା ଅନ୍ୟ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ଦରମା...

କିଙ୍ଗଫିଶର ଦଶା ଭୋଗିପାରେ ଜେଟ୍‌; ଉଡାଣ ସାମୟିକ ବନ୍ଦ ଲାଗି ମ୍ୟାନେଜମେଣ୍ଟର ପ୍ରସ୍ତାବ

ନୂଆଦିଲ୍ଲୀ,୧୭-୪: କିଙ୍ଗଫିଶର ଏୟାରଲାଇନ୍ସ ଭଳି ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଯାହା ଜଣାପଡୁଛି ବିଜୟ ମାଲ୍ୟାଙ୍କ କମ୍ପାନୀ ଭଳି ନରେଶ ଗୋୟଲଙ୍କ...

ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧।୬: ମୋଦି ସରକାର କ୍ଷମତାକୁ ଫେରିବାର ଦ୍ୱିତୀୟ ଦିନରେ ଶୁକ୍ରବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ବେକାରି ପରିସଂଖ୍ୟାନ ପ୍ରକାଶ କରାଯାଇଛି। ଦେଶରେ ବେକାରି ସଂଖ୍ୟା ବଢ଼ିଛି...

ନିର୍ମଳାଙ୍କ ଜବାବ ରଖିଲେ ରାଜନ

ନୂଆଦିଲ୍ଲୀ,୧-୧୧: ରଘୁରାମ ରାଜନ ଏବଂ ମନମୋହନ ସିଂଙ୍କ ସମୟ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ ଲାଗି ସଙ୍କଟ ସମୟ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କିଛିଦିନ...

Leave a comment

Your email address will not be published. Required fields are marked *