ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳରେ ରାସ୍ତାରୋକ

ବାଲିଆପାଳ, ୨୭।୭(ସ୍ବ.ପ୍ର.): ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳ କମର୍ଦା ମୁଖ୍ୟରାସ୍ତା ଉଲୁଡ଼ା ଛକ ନିକଟରେ ଶନିବାର ସକାଳେ ରାସ୍ତା ଅବରୋଧ କରାଯାଇଛି। ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ ସହିତ ୨ଜଣ କନେଷ୍ଟବଳଙ୍କୁ ମଧ୍ୟ ଅଟକ ରଖିଛନ୍ତି ଆନ୍ଦୋଳନକାରୀ। ସୂଚନାଯୋଗ୍ୟ, ବାଲେଶର ଜିଲା ବାଲିଆପାଳ ଥାନା ଇଡକୋ ଛକ ସ୍ଥିତ ରାଜଧାନୀ ଢ଼ାବାରେ ଗୁରୁବାର ରାତିରେ ଜଣେ ନାବାଳକ କର୍ମଚାରୀ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତକ ହେଉଛନ୍ତି ଭୋଗରାଇ ବ୍ଲକ ଉଲୁଡା ଗଁ।ର ଦେବେନ୍ଦ୍ର ଦଳାଇଙ୍କର ପୁଅ ବିଜୟ ଦଳାଇ। ସେ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ ଢାବାରେ କାମ କରିଆସୁଥିବା ବେଳେ ଏବେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗଁ।ଲୋକେ ସନ୍ଦେହ କରିଛନ୍ତି। ବିଜୟ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ବୋଲି ଆଶା କରାଯାଉଥିଲା। ହେଲେ ପରିବାର ଲୋକଙ୍କୁ ନ ଜଣାଇ ପୋଲିସ ଶୁକ୍ରବାର ରାତିରେ ବ୍ୟବଚ୍ଛେଦ କରାଇଥିବାରୁ ଏନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି।


All Right Reserved By Dharitri.Com

ଜାତୀୟସ୍ତରକୁ ମନୋନୀତ ହେଲା ମଡେଲ

ପରଜଙ୍ଗ, ୨୪।୧(ଡି.ଏନ.ଏ.) ପୂର୍ବ ଭାରତ ବିଜ୍ଞାନ ମେଳାରେ ଚମକିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇସ୍ଥିତ ତାଳେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଚୁଲ୍‌ବୁଲି ଜେନା।...

ରଣପୁର ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାଟବଣା: ଶ୍ରମିକ ବଦଳରେ ମେଶିନ କରୁଛି କାମ

ରଣପୁର,୨୦ା୭ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ କରାଯାଇଛି। ଏହା ଦ୍ୱାରା ଗ୍ରାମ ଓ ସହରର ଶ୍ରମିକ...

ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଛାତ୍ରଙ୍କ ଜୀବନ ଗଲା, ଚାଳକ ଗିରଫ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ) : ବାଲେଶ୍ୱର ଜିଲା ଜଳେଶ୍ବର ନୂଆ ବଜାର ରେଳ ଫାଟକରେ ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ...

ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ

ବାହାନଗା,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍‌ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ...

ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌: ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ କରାଯାଇଛି। ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି।...

ଅଭିଯୋଗ ଲାଗି ଅଟକିଛି ବିଦ୍ୟାଳୟ ମରାମତି କାର୍ଯ୍ୟ, ନୂତନ ଗୃହ ନିର୍ମାଣ ପରେ ସ୍ବାଭାବିକ ହେବ ପାଠପଢ଼ା

ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭୋଳନୂଆଗାଁରେ ଗତ ୨୨ ତାରିଖ ସୋମବାର ଅଭିଭାବକମାନେ ଭୋଳନୂଆଗାଁ ୟୁଜିଏମଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହ...

ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି...

ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ...

Leave a comment

Your email address will not be published. Required fields are marked *