ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଅଧୀନ ୨୨ ଖଣ୍ଡ ଗ୍ରାମର ବାସିନ୍ଦା। ହେଲେ ସରକାରୀ ଉଦାସୀନତା ଓ ପ୍ରଶାସନିକ ଅବହେଳା ଯୋଗୁ ଅନିଶ୍ଚିତତାରେ ଝୁଲି ରହିଛି ଧଉରାଗୋଠ ଜଳସେଚନ ପ୍ରକଳ୍ପ। ଅର୍ଥ ବରାଦ ସତ୍ତ୍ୱେ ୩ ଦଶନ୍ଧିର ପ୍ରସ୍ତାବିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରିବା ପରିତାପର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ଚାଷୀ। ଏ ନେଇ ଗୁରୁବାର ଏକ ପ୍ରତିନିଧି ଦଳ ଆଠମଲ୍ଲିକ ଉପଜିଲାପାଳଙ୍କୁ ଭେଟି ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଧଉରାଗୋଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କିଶୋରନଗର ବ୍ଲକର ଗୋଟିଏ ଏବଂ ଆଠମଲ୍ଲିକ ବ୍ଲକ ଅଧୀନ ୪ ପଞ୍ଚାୟତର ଚାଷୀ ଉପକୃତ ହେବେ। ଏଥିପାଇଁ ୧୯୮୩ରୁ ସର୍ଭେ ଶେଷ ହୋଇଛି। ୨୦୦୭ରେ ପ୍ରକଳ୍ପ ଲାଗି ରାଜ୍ୟ ସରକାର ୬୬କୋଟି ୬୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ। ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଧଉରାଗୋଠ, ଦାମୋଦରପୁର, କରଡାବାହାଳି, କୁର୍ତ୍ତିବାସପୁର, ବନମାଳିପୁର, ବାଲିପଟା, ମନ୍ଦରବାହାଳ, ବରପଦା, ତେନ୍ତୁଳିପଦର, ଖଡଗବାହାଳ, ଜରପଡା, ଆମ୍ବଦର, ବରପାଲି, କୁରୁମଟାପ, ଗୁଣ୍ଡୁରିଖୋଳି, ନୂଆବରପାଲି, ଗୁଣ୍ଡୁରି, ଗରୁଡ, ଦାମବାହାଳି, ଫୁଲୁରିବଣିଆ, ପଟାପଥର, ପେଡିପଥର ଗ୍ରାମର ୯ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ପାଣି ସୁବିଧା ହୋଇପାରି ନାହିଁ।
ଏ ସମ୍ପର୍କରେ ମାନଜୋର ଜଳସେଚନ ପ୍ରକଳ୍ପ ନିର୍ବାହୀ ଅଧିକାରୀ ଇଂ. ସନାତନ ପାତ୍ର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ବିଭାଗ ଅନୁମତି ମିଳିପାରୁ ନାହିଁ। ଏହା ଛଡା ୮ଟି ବିସ୍ଥାପିତ ଗ୍ରାମର ଗ୍ରାମ୍ୟ କମିଟି ମଧ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସହମତି ପ୍ରଦାନ କରୁନାହାନ୍ତି। ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ କହିଛନ୍ତି, ଜଳସମ୍ପଦ ବିଭାଗକୁ ଏ ନେଇ ଦାବିପତ୍ର ପ୍ରଦାନ କରାଯିବ। ଏହି ପ୍ରତିନିଧି ଦଳରେ ଉପଦେଷ୍ଟା ତୀର୍ଥବାସୀ ଭୋଇ, ସଭାପତି ନିର୍ମଳ ନାୟକ, ଗୋକୁଳା ସାହୁ, ଦାଶରଥି ନାୟକ, ଅଗସ୍ତି ସାହୁ, ଅନନ୍ତଚରଣ ସାହୁ ପ୍ରମୁଖ ସାମିଲ ଥିଲେ। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଧଉରାଗୋଠ ଜଳସେଚନ ଯୋଜନା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


All Right Reserved By Dharitri.Com

ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ...

ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି...

ମିଳୁନି ସାର, କଳାବଜାର ଅଭିଯୋଗ

ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର...

ଶ୍ରାବଣ ଶେଷ ସୋମବାର: ଛେଣ୍ଡିପଦାର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଛେଣ୍ଡିପଦା,୧୨।୮(ଡିଏନଏ): ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ତଥା ଶିବ ମନ୍ଦିରରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ...

ଆରମ୍ଭ ହେଲା ବନ୍ଧୁକ ଚାଳନା ପ୍ରତିଯୋଗିତା

ତାଳଚେର, ୮।୧୦(ନି.ପ୍ର.)-ତାଳଚେର ରାଇଫଲ କ୍ଲବ୍‌ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୫୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତା। ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ...

ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ଦାବି...

ଉପଜିଲାପାଳଙ୍କୁ ଭେଟିଲା ଓକିଲ ସଂଘ: ତହସିଲଦାରଙ୍କ ବିରୋଧରେ ଫେରାଦ

ଅନୁଗୋଳ ଅଫିସ, ୭।୮-ଅନୁଗୋଳ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛି ଓକିଲ ସଂଘ। ମଙ୍ଗଳବାର ଅନୁଗୋଳ ଉପଜିଲାପାଳଙ୍କୁ ଭେଟି ସଂଘ କର୍ମକର୍ତ୍ତାମାନେ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।...

ତାଳଚେର ବିଧାୟକଙ୍କ କାର ପୋଡ଼ି ଘଟଣା: ବିଜେଡି ପକ୍ଷରୁ ଆଉ ଏକ ଏତଲା

ତାଳଚେର,୧୦ା୧୨(ନି.ପ୍ର.)- ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଜନୈକ ଯୁବକଙ୍କ ନାମରେ ମଙ୍ଗଳବାର ବିକ୍ରମପୁର ଥାନାରେ ବିଜେଡି ଯୁବ...

Leave a comment

Your email address will not be published. Required fields are marked *