Posted inଜାତୀୟ

ଅକ୍ଷରଧାମ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ

ଗାନ୍ଧୀନଗର,୨୭ା୭(ପି.ଟି.): ଅକ୍ଷରଧାମ୍‌ ମନ୍ଦିର ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ୟାସିନ୍‌ ଭଟ୍ଟଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶୁକ୍ରବାର ଜମ୍ମୁ-କଶ୍ମୀରର ଅନନ୍ତନାଗରୁ ଗିରଫ କରିଛି। ୨୦୦୨ ସେପ୍ଟେମ୍ବର ୨୪ରେ ଅକ୍ଷରଧାମ୍‌ ମନ୍ଦିର କମ୍ପ୍ଲେକ୍ସ ଉପରେ ଦୁଇଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେମାନଙ୍କ ଗୁଳିରେ ଜଣେ ଏନ୍‌ଏସ୍‌ଜି କମାଣ୍ଡୋଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନ୍‌ଏସ୍‌ଜି କମାଣ୍ଡୋମାନଙ୍କ ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଲଶ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ପଳାଇଥିଲେ। ସେ ଜମ୍ମୁ-କଶ୍ମୀର ଫେରି ଅନନ୍ତନାଗର ଏକ ଟିମ୍ବର ଓ୍ବେର୍‌ହାଉସ୍‌ରେ କାମ କରୁଥିବା ସୂଚନା ପାଇ ଏଟିଏସ୍‌ ତାଙ୍କୁ ଗିରଫ କରିଛି।


All Right Reserved By Dharitri.Com

ପ୍ରଥମେ ଭୋଟଦାନ ପରେ ପାଣିଗ୍ରହଣ: ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ବର

ରାୟପୁର,୨୩।୪: ଛତିଶଗଡ଼ ଜଶପୁରରେ ଜଣେ ବର ବିବାହ କରିବା ପୂର୍ବରୁ ମଙ୍ଗଳବାର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଏହାପରେ ନିର୍ଦ୍ଧାରିତ ସମୟଠାରୁ ଅଢ଼େଇଘଣ୍ଟା ବିଳମ୍ବରେ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨

ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ...

ରାଜୀବ ଗାନ୍ଧୀଙ୍କଠାରୁ ଫେରାଇ ନିଆଯାଉ ଭାରତ ରତ୍ନ: ଦାବି କଲେ ହରସିମରତ୍‌ କୌର

ନୂଆଦିଲ୍ଲୀ,୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍‌ କୌର ଦାବି କରିଛନ୍ତି।...

ମୁକୁଲ ରାୟଙ୍କ ବିରୋଧରେ ଗିରଫ ପରଓ୍ବାନା

କୋଲକାତା,୩୦ା୭(ପି.ଟି.)-ବୁରାବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କଠାରୁ ଜବତ ୧୯ ଲକ୍ଷ ଟଙ୍କା ସହ ଭାଜପା ନେତା ମୁକୁଲ ରୟ ସମ୍ପୃକ୍ତ ଥିବା ଅଭିଯୋଗରେ କୋଲକାତାର ଏକ ଅଦାଲତ...

କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ...

ଦେଶରେ କରୋନା ନେଲା ୧,୦୭୪ ମୁଣ୍ଡ

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି। ଏବେ...

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଲାଗିଲା ଝଟ୍‌କା

ମୁମ୍ବାଇ,୧୮।୨: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଗିଛି ବଡ ଝଟ୍‌କା। ଫେବୃୟାରୀ ୨୧ରେ ମୁମ୍ବାଇର ଆଜାଦ ମଇଦାନରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ବିରୋଧରେ ରାଲି...

ଅଜବ ବିଶ୍ୱାସ: ବାଘ ଏମାନଙ୍କ ପାଇଁ ଭାଇ

ଭୋପାଳ: କାହ୍ନା ଅଭୟାରଣ୍ୟ ବାହାରେ ରହିଥିବା ବଇଗା ସମ୍ପ୍ରଦାୟ ଆଦିବାସୀଙ୍କର ବାଘ ଓ ମଣିଷ ଏକାଠି ରହିବାର ଏକ ଅଜବ ବିଶ୍ୱାସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *