ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ତନ୍ମଧ୍ୟରୁ ପୂର୍ତ୍ତ ବିଭାଗର କେତୋଟି ଡ୍ରେନକୁ ବାଦ୍‌ ଦେଲେ ବାକି ସବୁ ବିଏମ୍‌ସି ଦ୍ୱାରା ରକ୍ଷଣାବେକ୍ଷଣ ହୋଇଥାଏ। ୬୭ଟି ଓ୍ବାର୍ଡ ମଧ୍ୟରୁ ୩୦ରୁ ୩୫ଟି ଓ୍ବାର୍ଡରେ ଡ୍ରେନେଜ୍‌ ପୁନରୁଦ୍ଧାର, ସଫେଇ ଓ ନୂଆ ଡ୍ରେନ ନିର୍ମାଣ କାମ ସରିଥିବା ଜଣାପଡ଼ିଛି। ଅନ୍ୟ ୩୨ଟି ଓ୍ବାର୍ଡରେ ସ୍ଥିତି ନ କହିବା ଭଲ। କେଉଁଠି କାର୍ଯ୍ୟ ମନ୍ଥର ତ କେଉଁଠି ଆରମ୍ଭ ହୋଇନାହିଁ। ମୁଖ୍ୟ ଡ୍ରେନ ବ୍ୟତୀତ ଅନ୍ୟ ସମସ୍ତ ଡ୍ରେନରେ ଢାଙ୍କୁଣି ପକାଇବା ଲାଗି ବିଏମ୍‌ସିକୁ ନିର୍ଦ୍ଦେଶ ରହିଛି। ହେଲେ କର୍ତ୍ତୃପକ୍ଷଙ୍କ ଅବହେଳା ଓ ମନମୁଖି ଯୋଗୁ ଏବେ ବି ରାଜଧାନୀର ୩୦ରୁ ୪୦ ପ୍ରତିଶତ ଡ୍ରେନରେ ଢାଙ୍କୁଣି ପଡି ପାରିନାହିଁ। ମୁକୁଳା ପଡ଼ିଥିବା ଡ୍ରେନ୍‌ଗୁଡ଼ିକରେ ପିଲା, ବୃଦ୍ଧାବୃଦ୍ଧ ଖସିପଡ଼ି ଆଘାତପ୍ରାପ୍ତ ହେଉଛନ୍ତି। ଏପରି କି ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି। ଗୁରୁବାର ସନ୍ଧ୍ୟାରେ ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ସାଲିଆସାହି ଆଦିବାସୀ ଗଁ।ର ବୃଦ୍ଧା ଟି.ଆକାମ୍ମା ଖସିପଡ଼ିଥିଲେ। ଫଳରେ ପାଣି ସ୍ରୋତରେ ସେ ଭାସିଯାଇ ପ୍ରାଣ ହରାଇଥିଲେ। ଏହି ଘଟଣାର ୨୪ ଘଣ୍ଟା ପରେ ବି ଉକ୍ତ ଡ୍ରେନ୍‌ରେ ଢାଙ୍କୁଣି ପକାଯାଇନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏ ନେଇ ଲୋକେ ସଚେତନ ହେଉନାହାନ୍ତି। ଡ୍ରେନ ଉପରେ ଯାତାୟାତ କରୁଛନ୍ତି। ବେପରୁଆ ଭାବେ ଯାତାୟାତ କରିବା ଦ୍ୱାରା ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ମୃତ ବୃଦ୍ଧା ଟି ଆକ୍କାମ୍ମାଙ୍କ ସ୍ବାମୀ ଟି ମଧାୟାଙ୍କୁ ବିଏମ୍‌ସି ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

କ୍ଷତିପୂରଣ, ତଦନ୍ତ ନିର୍ଦ୍ଦେଶ ପାଇଁ ଓଏଚ୍‌ଆରସିରେ ଅଭିଯୋଗ
ଭୁବନେଶ୍ୱର, ୨୬ା୭(ବ୍ୟୁରୋ): ବିଏମ୍‌ସିର ବେପରୁଆ ମନୋଭାବ ଯୋଗୁ ମୁକୁଳା ଡ୍ରେନରେ ବୃଦ୍ଧା ଭାସିଯାଇ ମୃତ୍ୟୁ ବରଣ କଲେ। ତେଣୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ତଦନ୍ତ ନିର୍ଦ୍ଦେଶ ଦାବିରେ ଓଡ଼ିିଶା ବିକାଶ ପରିଷଦ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଏହି ପିଟିଶନ ଦାଖଲ କରିଛନ୍ତି। ରାଜ୍ୟ ସରକାର କ୍ଷତିପୂରଣ ଦେବା ସହ ଘଟଣାର ତଦନ୍ତ କରିବାକୁ ସେ ତାଙ୍କ ପିଟିଶନରେ ମାନବାଧିକାର କମିଶନଙ୍କୁ ନିବେଦନ ଜଣାଇଛନ୍ତି।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

ଡ୍ରେନରେ ଭାସି ପ୍ରାଣ ହରାଇଥିବା ଟି. ଆକାମ୍ମାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସହାୟତା ରାଶି ପ୍ରଦାନ କରାଯାଇଛି। ବିଧାୟକ ରାଉତ ୬୦ ହଜାର ଟଙ୍କା ନଗଦ ଦେବା ସହ ୫୦ ହଜାର ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏ ଅବସରରେ ସେ କହିଛନ୍ତି, ନଗଦ ଟଙ୍କାରେ ତାଙ୍କ ପରିବାର ଲୋକେ ଶୁଦ୍ଧ କର୍ମ କରିବେ। ହଠାତ୍‌ ତାଙ୍କ ପରିବାର ଉପରେ ଏପରି ଏକ ସମସ୍ୟା ଦେଖାଦେଇଛି। ଏଥିପାଇଁ କେହି ବି ପ୍ରସ୍ତୁତ ନ ଥିବେ। ସେଥିପାଇଁ ଏହି ସହାୟତା ରାଶି ଦିଆଯାଇଛି ବୋଲି ସେ କହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ରାଉତ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ କରିଥିଲେ।
ସେହିପରି ବିଏମ୍‌ସି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟାରେ କମିଶନରଙ୍କ ଘୋଷଣା ଅନୁଯାୟୀ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିଲା। ଜୋନାଲ ଗୋଷ୍ଠୀ ସଙ୍ଗଠକ ପ୍ରଶାନ୍ତ କୁମାର ରାଉତ ଓ ଗୋଷ୍ଠୀ ସଙ୍ଗଠକ ରଶ୍ମିତା ମହାନ୍ତି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଆଉ ୧ ଲକ୍ଷ ୭୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ। ଯାହାକୁ ବିଧାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରଦାନ କରିଥିଲେ।


All Right Reserved By

ପୁରୀର ‘ନୂଆ ଯୁବରାଜ’ ନେଇ ଫଟୋ ଭାଇରାଲ ପ୍ରସଙ୍ଗ: ରାଜନଅର ପକ୍ଷରୁ ଖଣ୍ଡନ, ଫଟୋଟି ନୀଳଗିରି ଯୁବରାଜଙ୍କର

ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ...

ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ...

ଚୋରାମଦ ରୋକିବାକୁ କଡ଼ା ପଦକ୍ଷେପ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ଅବକାରୀ ବିଭାଗ ପାଇଁ ୨୦୨୦...

ନାବାଳିକାଙ୍କୁ ଅପହରଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ନୟାପଲ୍ଲୀ ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀରାମନଗରରେ ରହୁଥିବା କନ୍ଧମାଳ ଜିଲାର ସିଦ୍ଧାର୍ଥ କୁମାର ପ୍ରଧାନ(୨୫)ଙ୍କୁ...

ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୭ ଖଣି ନିଲାମ ହେବ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କୁ ଖଣି ଚିନ୍ତା ଘାରିଲାଣି। ଆଉ ବର୍ଷକ ମଧ୍ୟରେ ୨୪ଟି ଖଣିର ଲିଜ ଅବଧି ଶେଷ ହୋଇଯିବ। ଶିଳ୍ପଗୁଡ଼ିକୁ କଞ୍ଚାମାଲ ମିଳିବା...

ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ

ଜଗତ୍‌ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ...

ରଣପୁର ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାଟବଣା: ଶ୍ରମିକ ବଦଳରେ ମେଶିନ କରୁଛି କାମ

ରଣପୁର,୨୦ା୭ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ କରାଯାଇଛି। ଏହା ଦ୍ୱାରା ଗ୍ରାମ ଓ ସହରର ଶ୍ରମିକ...

ହଳଦିଆ ଘାଟରେ ବୁଡିଲା ଡଙ୍ଗା

ବାଲେଶ୍ୱର ଅଫିସ, ୯ା୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *